ମହୋତ୍ସବ ମଞ୍ଚରେ ବାଜିଲା ସାହାନାଇ

ମୟୁରଭଞ୍ଜ : ଚାଲିଥିଲା ମୟୂରଭଞ୍ଜ ମହୋତ୍ସବ । କେହି କିଛି ବୁଝିବା ଆଗରୁ ମଞ୍ଚରେ ବାଜିଥିଲା ସାହାନାଇ I ଆଦିବାସୀ ପରମ୍ପରା ଅନୁସାରେ ଷ୍ଟେଜ୍‌ରେ ବସିଛି ହାଣ୍ଡିଆ ହାଣ୍ଡି। ବାଜିଛି ମାଦଳ, ବାଜୁଛି ତୁରୀ। ସାନ୍ତାଳୀ ପରମ୍ପରାରେ ସମ୍ପନ୍ନ ହୋଇଥିଲା ପ୍ରେମୀ ଯୁଗଳଙ୍କୁ ବାହାଘର । କନ୍ୟା ମଥାରେ ସିନ୍ଦୁର ଦେଇ ସବୁଦିନ ପାଇଁ ସ୍ତ୍ରୀ ରୂପେ ଗ୍ରହଣ କରି ନିଜ ଘରକୁ ନେଇଗଲା ବର । ମଂଚ ଉପରେ ଏହା ଥିଲା ସତସତିକା ବାହାଘର I […]

Samaya Live Picture
Published On

ମୟୁରଭଞ୍ଜ : ଚାଲିଥିଲା ମୟୂରଭଞ୍ଜ ମହୋତ୍ସବ । କେହି କିଛି ବୁଝିବା ଆଗରୁ ମଞ୍ଚରେ ବାଜିଥିଲା ସାହାନାଇ I ଆଦିବାସୀ ପରମ୍ପରା ଅନୁସାରେ ଷ୍ଟେଜ୍‌ରେ ବସିଛି ହାଣ୍ଡିଆ ହାଣ୍ଡି। ବାଜିଛି ମାଦଳ, ବାଜୁଛି ତୁରୀ। ସାନ୍ତାଳୀ ପରମ୍ପରାରେ ସମ୍ପନ୍ନ ହୋଇଥିଲା ପ୍ରେମୀ ଯୁଗଳଙ୍କୁ ବାହାଘର । କନ୍ୟା ମଥାରେ ସିନ୍ଦୁର ଦେଇ ସବୁଦିନ ପାଇଁ ସ୍ତ୍ରୀ ରୂପେ ଗ୍ରହଣ କରି ନିଜ ଘରକୁ ନେଇଗଲା ବର । ମଂଚ ଉପରେ ଏହା ଥିଲା ସତସତିକା ବାହାଘର I

ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ମୟୂରଭଞ୍ଜ ମହୋତ୍ସବର ପଞ୍ଚମ ସନ୍ଧ୍ୟାରେ। ପରମ୍ପରା ରୀତିନୀତି ମୁତାବକ ସମ୍ପନ୍ନ ହୋଇଥିଲା ବିହାବ ଉତ୍ସବ। ହଜାର ହଜାର ଦର୍ଶକଙ୍କ ସାମ୍ନାରେ ସାନ୍ତାଳୀ ପରମ୍ପରା ଅନୁସାରେ ହୋଇଥିଲା ପ୍ରେମୀ ଯୁଗଳ ବିବାହ। କମିଟି ପକ୍ଷରୁ ନବ ଦମ୍ପତ୍ତିଙ୍କୁ ଢେର ସାରା ଭାର ସାଙ୍ଗକୁ ଆଶୀର୍ବାଦ ପ୍ରଦାନ କରାଯାଇଛି। ତେବେ ଆଦିବାସୀ ପରମ୍ପରାକୁ ଲୋକଲୋଚନକୁ ଆଣିବା ହିଁ ଏହି ମୟୂରଭଞ୍ଜ ମହୋତ୍ସବର ମୂଳ ଲକ୍ଷ୍ୟ।

ସୂଚନା ମୁତାବକ, ମୟୂରଭଞ୍ଜ ମହୋତ୍ସବର ପଞ୍ଚମ ସନ୍ଧ୍ୟାରେ ଚାଲିଥିଲା ସାନ୍ତାଳୀ ନାଇଟ। ନାଚଗୀତ ଆରମ୍ଭ ହେବା ପୂର୍ବରୁ କିଛି ନିଆରା କରିବାକୁ ପ୍ରୟାସ କରିଥିଲେ କମିଟି ସଦସ୍ୟ । ଏଥିପାଇଁ ଚାନ୍ଦୁଆ ବ୍ଳକ ମୁଣ୍ଡାକଟା ଗ୍ରମାରେ ପହଁଚିଥିଲେ କମିଟିର ସଦସ୍ୟ ମାନେ । ଆଦିବାସୀ ବିବାହ ପରମ୍ପରାକୁ ମଞ୍ଚରେ ପରିବେଶଣ କରିବାକୁ ପ୍ରସ୍ତୁତି କରିଥିଲେ।

ତେବେ ସେହି ଗାଁର ରାଜେନ୍ ମୁର୍ମୁ ଶୁଳିଆପଦା ବ୍ଲକର କପ୍ତିଶୋଳ ଗ୍ରାମର ଗୋଲାପୀ ମୁର୍ମୁକୁ ଭଲ ପାଉଥିଲେ । ଏକଥା ଜାଣିବା ପରେ ଉଭୟଙ୍କ ପରିବାର ବିବାହରେ ସମ୍ମତି ପ୍ରଦାନ କରିଥିଲେ । ତେବେ ଏନେଇ ପୂର୍ବରୁ ଯୋଜନା କରାଯାଇଥିଲା ଯେ ମୟୂରଭଞ୍ଜ ମୋହୋତ୍ସବ ମଞ୍ଚରେ ପରମ୍ପରା ସହ ଉଭୟଙ୍କ ନିଆରା ବିବାହ ସମ୍ପନ୍ନ କରାଯିବ। ଆଉ ସେୟା ହିଁ ହେଲା ସବୁ ରୀତିନୀତି ସହ ଏହି ବିବାହ ସମ୍ପନ୍ନ ହୋଇଥିଲା । ବାଜା ରୋଶଣୀ ସହ ଆସିଥିଲା ବରଯାତ୍ରୀ। ଆଉ ହୋଇଥିଲା ଏହି ବିବାହ। ଆଉ ନବବଧୂକୁ ସାଙ୍ଗରେ ନେଇ ଫେରିଥିଲେ ବର । ପାରମ୍ପରିକ ରୀତିନୀତି ଅନୁଯାୟୀ ଏଭଳି ନିଆରା ବିବାହକୁ ବେଶ ଉପଭୋଗ କରିଥିଲେ ଦର୍ଶକ।

Tags: