କମ୍ପୁଛି ଏକାମ୍ରକ୍ଷେତ୍ର, ସାଢ଼େ ୫ଟାରେ ଗଡିଲା ରଥ

ଭୁବନେଶ୍ବର:ଗଡିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ। ନିର୍ଦ୍ଧାରିତ ସମୟର ଦେଢ ଘଣ୍ଟା ବିଳମ୍ବରେ ରଥଟଣା ଆରମ୍ଭ ହୋଇଛି । ପୂବରୁ ଅପରାହ୍ଣ ସାଢେ ୩ଟାରେ ରଥଟଣା ହେବ ବୋଲି ନୀତିନିର୍ଘଣ୍ଟ କରାଯାଇଥିଲା । କିନ୍ତୁ ଆଜି ପ୍ରାୟ ସାଢ଼େ ୫ଟାରେ ସମୟରେ ରଥଟଣା ଆରମ୍ଭ ହୋଇଥିଲା । ଭକ୍ତମାନେ ମଧ୍ୟ ମହାପ୍ରଭୁଙ୍କ ରଥକୁ ହର୍ଷୋଲ୍ଲାସର ସହିତ ଟାଣି ନେଉଛନ୍ତି। ଏହି ପଞ୍ଚଦିବସୀୟ ଯାତ୍ରାରେ ଏକାମ୍ରର ଆରାଧ୍ୟ ଲିଙ୍ଗରାଜ, ଦୋଳଗୋବିନ୍ଦ ଏବଂ ଭଉଣୀ ରୁକ୍ମିଣୀ ରାମେଶ୍ବରଙ୍କ ପୀଠକୁ ଯାଉଛନ୍ତି। […]

କମ୍ପୁଛି ଏକାମ୍ରକ୍ଷେତ୍ର, ସାଢ଼େ ୫ଟାରେ ଗଡିଲା ରଥ
Samaya Live Picture
Published On

ଭୁବନେଶ୍ବର:ଗଡିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ। ନିର୍ଦ୍ଧାରିତ ସମୟର ଦେଢ ଘଣ୍ଟା ବିଳମ୍ବରେ ରଥଟଣା ଆରମ୍ଭ ହୋଇଛି । ପୂବରୁ ଅପରାହ୍ଣ ସାଢେ ୩ଟାରେ ରଥଟଣା ହେବ ବୋଲି ନୀତିନିର୍ଘଣ୍ଟ କରାଯାଇଥିଲା । କିନ୍ତୁ ଆଜି ପ୍ରାୟ ସାଢ଼େ ୫ଟାରେ ସମୟରେ ରଥଟଣା ଆରମ୍ଭ ହୋଇଥିଲା ।

ଭକ୍ତମାନେ ମଧ୍ୟ ମହାପ୍ରଭୁଙ୍କ ରଥକୁ ହର୍ଷୋଲ୍ଲାସର ସହିତ ଟାଣି ନେଉଛନ୍ତି। ଏହି ପଞ୍ଚଦିବସୀୟ ଯାତ୍ରାରେ ଏକାମ୍ରର ଆରାଧ୍ୟ ଲିଙ୍ଗରାଜ, ଦୋଳଗୋବିନ୍ଦ ଏବଂ ଭଉଣୀ ରୁକ୍ମିଣୀ ରାମେଶ୍ବରଙ୍କ ପୀଠକୁ ଯାଉଛନ୍ତି। ୪ ଦିନ ପରେ ବାହୁଡ଼ା ଯାତ୍ରାର ଆୟୋଜନ ହେବ।

ନୀତିକ୍ରାନ୍ତି ବିଳମ୍ବରେ ହେବା କାରଣରୁ ରଥଟଣାରେ ବିଳମ୍ବ ହୋଇଛି। ଆଜି ପ୍ରାତଃ ୫ଟାରୁ ନୀତିକାନ୍ତି ଆରମ୍ଭ ହୋଇଥିଲା। ସକାଳ ୫ଟାରୁ ୫ଟା୩୦ ମଧ୍ୟରେ ମଙ୍ଗଳ ଆରତି ଅନୁଷ୍ଠିତ ହୋଇଥିଲା। ଏହାପରେ ସାହାଣ ମେଲା ଦର୍ଶନ ହୋଇଥିଲା। ପରେ ରୋଷ ବା ପାକ୍ ପୂଜା ଏବଂ ଛାମୁ ପରିଷ୍କାର ନୀତି ସାରି ୭ରୁ ୮ଟା ମଧ୍ୟରେ ମହାସ୍ନାନ ନୀତି ସଂପନ୍ନ କରାଯାଇଥିଲା।

Tags: