ଆଜି ରୁକୁଣା ରଥଯାତ୍ରା,ଜାରି ହେଲା ଟ୍ରାଫିକ କଟକଣା
ଭୁବନେଶ୍ୱର : ଆଜି ପବିତ୍ର ଅଶୋକାଷ୍ଟମୀ। ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା। ଏନେଇ ଚଳଚଞ୍ଚଳ ହୋଇଛି ଏକାମ୍ର କ୍ଷେତ୍ର। ଏଥିଲାଗି ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ପ୍ରାତଃ ୫ଟାରୁ ଆରମ୍ଭ ହୋଇଛି ନୀତିକାନ୍ତି । ସକାଳ ୫ଟାରୁ ୫ଟା୩୦ ମଧ୍ୟରେ ଅନୁଷ୍ଠିତ ହୋଇଛି ମଙ୍ଗଳ ଆରତି। ଏହାପରେ ଅନୁଷ୍ଠିତ ହୋଇଛି ସାହାଣ ମେଲା ଦର୍ଶନ। ପରେ ସରିଛି ରୋଷ ବା ପାକ୍ ପୂଜା ଏବଂ ଛାମୁ ପରିଷ୍କାର ନୀତି ସାରି ୭ରୁ ୮ଟା […]
ଭୁବନେଶ୍ୱର : ଆଜି ପବିତ୍ର ଅଶୋକାଷ୍ଟମୀ। ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା। ଏନେଇ ଚଳଚଞ୍ଚଳ ହୋଇଛି ଏକାମ୍ର କ୍ଷେତ୍ର। ଏଥିଲାଗି ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ପ୍ରାତଃ ୫ଟାରୁ ଆରମ୍ଭ ହୋଇଛି ନୀତିକାନ୍ତି । ସକାଳ ୫ଟାରୁ ୫ଟା୩୦ ମଧ୍ୟରେ ଅନୁଷ୍ଠିତ ହୋଇଛି ମଙ୍ଗଳ ଆରତି। ଏହାପରେ ଅନୁଷ୍ଠିତ ହୋଇଛି ସାହାଣ ମେଲା ଦର୍ଶନ। ପରେ ସରିଛି ରୋଷ ବା ପାକ୍ ପୂଜା ଏବଂ ଛାମୁ ପରିଷ୍କାର ନୀତି ସାରି ୭ରୁ ୮ଟା ମଧ୍ୟରେ ସରିଛି ମହାସ୍ନାନ ନୀତି। । ଦିନ ୩.୩ ୦ ହେବ ରଥଟଣା । ରଥରେ ଚଢ଼ି ମାଉସୀ ମାଆ ଘରକୁ ଯିବେ ପ୍ରଭୁ ଲିଙ୍ଗରାଜ । ୯ ତାରିଖରେ ହେବ ମହାପ୍ରଭୁ ଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରା । ରଥ ଯାତ୍ରା ପାଇଁ କମିଶନରେଟ ପୋଲିସ୍ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି ହୋଇଛି ।
ଜାଣନ୍ତୁ କେଉଁ ରାସ୍ତାରେ ଯିବେ
ମାଉସୀ ମା’ ଛକରୁ ରଥ ରୋଡ଼ରେ ଯାନବାହନ ଯିବାକୁ ଦିଆଯିବ ନାହିଁ । ବାରିକ ସାହି, ମହାରାଣା ସାହି, ଗୋସାଗରେଶ୍ବର ଛକ ଗଳି ବନ୍ଦ ରହିବ । ହରଚଣ୍ଡୀ ଛକ ଗଳି, ମୁନା ମେଡିକାଲ ଗଳି ଦେଇ ଯିବେ ନାହିଁ । ପୁନାମା ଗେଟ ଗଳି ପଟୁ ଓ ଅନ୍ୟ ସାହି ରାସ୍ତା କି ଗଳି ବନ୍ଦ ରହିବ ।
ସେହି ଗାଡ଼ି ଗୁଡ଼ିକ ମ୍ୟୁଜିୟମ୍ ଛକ ଆଡ଼କୁ କିମ୍ବା ବିବେକାନନ୍ଦ ମାର୍ଗ ରାସ୍ତାରେ ଯିବା ଆସିବା କରିପାରିବେ ।
କୌଣସି ପ୍ରକାର ଯାନବାହାନ ରଥ ରୋଡ଼ରେ ବାରିକ ସାହି ଗଳି, ମହାରଣା ସାହି ଗଳି, ଗୋସାଗରେଶ୍ୱର ଛକ, ଶୀତଳଷଷ୍ଠୀ ଗଳି, ତିନିମୁଣ୍ଡିଆ ଛକ, ହରଚଣ୍ଡୀ ଗଳି, ମୁନା ମେଡ଼ିକାଲ୍ ଗଳି, ପୁନମା ଗେଟ୍ ଗଳି ପଟୁ ଏବଂ ଅନ୍ୟ ସାହି ରାସ୍ତା ଅଥବା ଗଳି ରାସ୍ତା ରୁ ରଥ ରୋଡ୍ ଦେଇ ଯିବା ଆସିବା କରିପାରିବେ ନାହିଁ ।
କୌଣସି ପ୍ରକାର ଯାନବାହାନ ରଥ ଖଳା ଠାରୁ ରଥ ରୋଡ୍ ରେ କୌଣସି ଯାନବାହାନ ଯିବା କୁ ଦିଆଯିବ ନାହିଁ । ସେହି ଗାଡ଼ି ଗୁଡ଼ିକ ରଥ ଖଳା ଠାରୁ ବାଟ ମହାଦେବ ମନ୍ଦିର ରାସ୍ତା ଦେଇ ଯାଇପାରିବେ । ଏହି ନିୟମକୁ ଖିଲାପ କଲେ ୫୦୦ ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିବ । ତେବେ ଜରୁରୀକାଳୀନ ସେବା ନିମନ୍ତେ କଟକଣା କୋହଳ କରାଯାଇଛି । ଉପରୋକ୍ତ ରାସ୍ତାରେ ନଯାଇ ଅନ୍ୟ ରାସ୍ତା ଦେଇ ଯାତାୟାତ କରିବା ନିମନ୍ତେ କମିଶନରେଟ୍ ପୋଲିସ ଭୁବନେଶ୍ବର ଓ କଟକ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।




