ଶ୍ରୀ ମନ୍ଦିରରେ ଅନୁଷ୍ଠିତ ହେବ ରୁକ୍ମିଣୀ ବିବାହ ନୀତି,୫ ଘଣ୍ଟା ଧରି ବନ୍ଦ ରହିବ ସାଧାରଣ ଦର୍ଶନ
ପୁରୀ : ଆଜି ପବିତ୍ର ଜ୍ୟେଷ୍ଠ ଶୁକ୍ଳ ପକ୍ଷ ଏକାଦଶୀ ତିଥି । ଏହାକୁ ଭୀମ ଏକାଦଶୀ ବା ନିର୍ଜଳା ଏକାଦଶୀ ମଧ୍ୟ କୁହାଯାଏ । ଆଠଟି ମହାପୁରାଣ ମଧ୍ୟରୁ ସର୍ବବୃହତ୍ ସ୍କନ୍ଦ ପୁରାଣରେ ବର୍ଣ୍ଣନା ଅନୁସାରେ ଦେବସ୍ନାନ ପୂର୍ଣ୍ଣିମାର ଚାରି ଦିନ ପୂର୍ବରୁ, ଶ୍ରୀକୃଷ୍ଣ ଏବଂ ବିଦର୍ଭର ରାଜକୁମାରୀ ରୁକ୍ମିଣୀଙ୍କୁ ହରଣ କରି ଏକାଦଶୀରେ ବିବାହ କରିଥିଲେ । ଏହି ଅବସରରେ ଶ୍ରୀ ମନ୍ଦିରରେ ଅନୁଷ୍ଠିତ ହେବ ରୁକ୍ମିଣୀ ବିବାହ ନୀତି । ସକାଳ ଧୁପ […]
ପୁରୀ : ଆଜି ପବିତ୍ର ଜ୍ୟେଷ୍ଠ ଶୁକ୍ଳ ପକ୍ଷ ଏକାଦଶୀ ତିଥି । ଏହାକୁ ଭୀମ ଏକାଦଶୀ ବା ନିର୍ଜଳା ଏକାଦଶୀ ମଧ୍ୟ କୁହାଯାଏ । ଆଠଟି ମହାପୁରାଣ ମଧ୍ୟରୁ ସର୍ବବୃହତ୍ ସ୍କନ୍ଦ ପୁରାଣରେ ବର୍ଣ୍ଣନା ଅନୁସାରେ ଦେବସ୍ନାନ ପୂର୍ଣ୍ଣିମାର ଚାରି ଦିନ ପୂର୍ବରୁ, ଶ୍ରୀକୃଷ୍ଣ ଏବଂ ବିଦର୍ଭର ରାଜକୁମାରୀ ରୁକ୍ମିଣୀଙ୍କୁ ହରଣ କରି ଏକାଦଶୀରେ ବିବାହ କରିଥିଲେ । ଏହି ଅବସରରେ ଶ୍ରୀ ମନ୍ଦିରରେ ଅନୁଷ୍ଠିତ ହେବ ରୁକ୍ମିଣୀ ବିବାହ ନୀତି । ସକାଳ ଧୁପ ନୀତି ପରେ ଏହି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ । ରୁକ୍ମିଣୀ ହରଣ ଏକାଦଶୀ ପୂର୍ବରୁ ଗତକାଲି ମହାପ୍ରଭୁଙ୍କର ସ୍ୱତନ୍ତ୍ର ରାଜେନ୍ଦ୍ର ଅଭିଷେକ ନୀତି କରାଯାଇଥିଲା । ପରମ୍ପରା ଅନୁସାରେ ଆଜି ମହାଲକ୍ଷ୍ମୀ ଲଷ୍ମୀ ମନ୍ଦିରରୁ ବିଜେ କରି ବିମଳା ମନ୍ଦିର ନିକଟକୁ ଯିବେ । ମା’ଲକ୍ଷ୍ମୀ ଠାକୁରାଣୀ ସାଜିବେ ଦେବୀ ରୁକ୍ମିଣୀ । ଶ୍ରୀମଦନମୋହନ ହୋଇଥିବେ ଶ୍ରୀକୃଷ୍ଣ । ଶ୍ରୀମନ୍ଦିରରେ ବଡ଼ ଜାକଜମକରେ ମହାପ୍ରଭୁଙ୍କ ବାହାଘର ହେବ । ଏହି ନୀତି ପାଇଁ ଅପରାହ୍ଣ ପ୍ରାୟ ୧ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ନିମନ୍ତେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଶ୍ରୀମନ୍ଦିରରେ ପ୍ରଥମ ଭୋଗମଣ୍ଡପ ପରେ ଠାକୁରଙ୍କ ସ୍ୱତନ୍ତ୍ର ନୀତି ଆରମ୍ଭ ହେବ । ରାତିରେ ମହାପ୍ରଭୁଙ୍କ ସହ ରୁକ୍ମିଣୀଙ୍କ ବିବାହ ଉତ୍ସବ ସଂପନ୍ନ ହେବ । ଆଜି ଏହି ସବୁ ବିଶେଷ ନୀତି ରହିଥିବା ହେତୁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଅଛି।




