ଆଜି ରୁକ୍ମଣୀ ବିବାହ,୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ : ଆଜି ଶ୍ରୀ ମନ୍ଦିରରେ ଅନୁଷ୍ଠି ହେଉଛି ମହାପ୍ରଭୁଙ୍କ ରୁକ୍ମଣୀ ବିବାହ ନୀତି । ଜ୍ୟେଷ୍ଠ ଶୁକ୍ଲ ଏକାଦଶୀ ତିଥିରେ ମହାପ୍ରଭୁଙ୍କ ରୁକ୍ମିଣୀ ବିବାହ ଉତ୍ସବ ବିଧି ଅନୁସାରେ ପାଳନ କରାଯିବ । ମହାପ୍ରଭୁ ମହାଲକ୍ଷ୍ମୀ ଋକ୍ମିଣୀଙ୍କୁ ହରଣ କରି ବିବାହ କରିବେ। ପରଦିନ ମହାପ୍ରଭୁ ଗୁଆଲି ଯାତ୍ରାରେ ବାହାରିବେ। ଏ ନେଇ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଚୂଡ଼ାନ୍ତ ହୋଇଛି। ଏଥିପାଇଁ ଶ୍ରୀମନ୍ଦିରକୁ ରଙ୍ଗ ବେରଙ୍ଗ ଫୁଲ ମାଳାରେ ସଜ୍ଜିତ କରାଯାଇଛି। ସିଂହଦ୍ୱାର ସମ୍ମୁଖରେ ତେଲିଙ୍ଗୀ […]

Samaya Live Picture
Published On

ପୁରୀ : ଆଜି ଶ୍ରୀ ମନ୍ଦିରରେ ଅନୁଷ୍ଠି ହେଉଛି ମହାପ୍ରଭୁଙ୍କ ରୁକ୍ମଣୀ ବିବାହ ନୀତି । ଜ୍ୟେଷ୍ଠ ଶୁକ୍ଲ ଏକାଦଶୀ ତିଥିରେ ମହାପ୍ରଭୁଙ୍କ ରୁକ୍ମିଣୀ ବିବାହ ଉତ୍ସବ ବିଧି ଅନୁସାରେ ପାଳନ କରାଯିବ । ମହାପ୍ରଭୁ ମହାଲକ୍ଷ୍ମୀ ଋକ୍ମିଣୀଙ୍କୁ ହରଣ କରି ବିବାହ କରିବେ। ପରଦିନ ମହାପ୍ରଭୁ ଗୁଆଲି ଯାତ୍ରାରେ ବାହାରିବେ। ଏ ନେଇ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଚୂଡ଼ାନ୍ତ ହୋଇଛି। ଏଥିପାଇଁ ଶ୍ରୀମନ୍ଦିରକୁ ରଙ୍ଗ ବେରଙ୍ଗ ଫୁଲ ମାଳାରେ ସଜ୍ଜିତ କରାଯାଇଛି। ସିଂହଦ୍ୱାର ସମ୍ମୁଖରେ ତେଲିଙ୍ଗୀ ବାଜା, କାହାଳୀ, ଢୋଲ ଆଦି ବାଜା ବାଜୁଛି। ଶ୍ରୀମନ୍ଦିରରେ ସକାଳ ଧୂପ ପରେ ଦକ୍ଷିଣୀ ଘରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ବେଶ ହୋଇଥାନ୍ତି।

ଏହି ସମୟରେ ତଢ଼ାଉକରଣ ତାଳପତ୍ର ଓ ଲେଖନୀ ସହ ଉପସ୍ଥିତ ହୋଇ ଭିତରଛଙ୍କ ଦ୍ଵାରା ମାଆଙ୍କ ହାତଛୁଆଁ କରିବା ପରେ ମାଆଙ୍କ ମନୋଭାବକୁ ଲିଖନ କରି ଜୟବିଜୟ ଦ୍ୱାର ନିକଟରେ ଶ୍ରୀ ମଦନ ମୋହନଙ୍କ ନିକଟକୁ ପ୍ରେରିତ ହୋଇଥାଏ। ରଥରେ ବିଜେ ଶ୍ରୀ ମଦନମୋହନ ବିମଳା ମନ୍ଦିର ନିକଟରେ ଅପେକ୍ଷା କରିଥାନ୍ତି । ମାଆ ମହାଲକ୍ଷ୍ମୀ ଗ୍ରାମଦେବୀ ମା ବିମଳାଙ୍କ ପୂଜା ସାରି ଫେରିବା ବାଟରେ ଶ୍ରୀ ମଦନ ମୋହନ ହରଣ କରିଥାନ୍ତି । ବାଟରେ ପଥ ଅବରୋଧ କରିଥିବା ଶିଶୁପାଳଙ୍କୁ ପରାସ୍ତ କରି ବନ୍ଦୀ କରିଥାନ୍ତି। ଶ୍ରୀ ମଦନମୋହନ ଓ ମାଆ ମହାଲକ୍ଷ୍ମୀ ବିବାହ ମଣ୍ଡପ ବା ମାଜଣା ମଣ୍ଡପକୁ ବିଜେ କରିବା ପରେ ସଂକଳ୍ପ ବାକ୍ୟ ପଠନ ପୂର୍ବକ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥାଏ। ଏହି ଉପଲକ୍ଷେ ଆଜି ଅପରାହ୍ନରେ ଶ୍ରୀମନ୍ଦିରରେ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Tags: