‘ରୁଚି ମସଲାର’ ପ୍ରତିଷ୍ଠାତା ଡ.ଶରତ ସାହୁଙ୍କ ପରଲୋକ

‘ରୁଚି ମସଲାର’ ପ୍ରତିଷ୍ଠାତା ଡ.ଶରତ ସାହୁଙ୍କ ପରଲୋକ

ଭୁବନେଶ୍ୱର : ଶିଳ୍ପ ଜଗତରେ ଶୋକର ଛାୟା । ପ୍ରସିଦ୍ଧ ଶିଳ୍ପପତି ତଥା ରୁଚି କମ୍ପାନୀର ପ୍ରତିଷ୍ଠାତା ଡ.ଶରତ ସାହୁଙ୍କ ପରଲୋକ । ଆଜି ଅପରାହ୍ନରେ ମୁମ୍ବାଇ ଲୀଳାବତୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ସେ “ରୁଚି ମସଲା” କମ୍ପାନୀ ଓଏଫଏମଏଲର ଏମଡି ଥିଲେ।

Read More ଭଙ୍ଗାଯିବ ବିପଦ ସଂଙ୍କୁଳ କୋଠା - ନଗର ଉନ୍ନୟନ ମନ୍ତ୍ରୀ

ଓଡ଼ିଶା ଆସେମ୍ବଲି ଅଫ୍ ସ୍ମଲ୍ ଆଣ୍ଡ୍ ମିଡିୟମ୍ ଏଣ୍ଟରପ୍ରାଇଜେସ୍ (OASME)ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବରେ ସେ ରାଜ୍ୟ ସାରା MSME ଗୁଡ଼ିକୁ ସଶକ୍ତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

Read More ପିଏମଶ୍ରୀ ସ୍କୁଲର ୩୫ ଛାତ୍ରଛାତ୍ରୀ ଅସୁସ୍ଥ

ସ୍ବର୍ଗତ ଶରତ ସାହୁ ୧୯୫୦ ମସିହା ଜୁଲାଇ ୨୩ ତାରିଖରେ କଟକର ରାଣୀହାଟଠାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା ଥିଲେ ସ୍ୱର୍ଗତ ବନମାଳି ସାହୁ ଓ ମା’ମଇନା ଦେବୀଙ୍କ । ୧୯୭୬ରେ ମାତ୍ର ୫ ହଜାର ଟଙ୍କାରେ ରୁଚି କମ୍ପାନୀ ଆରମ୍ଭ କରିଥିଲେ ଶରତ ସାହୁ। ବର୍ତ୍ତମାନ ୩୫୦ କୋଟିରୁ ଅଧିକ ଟଙ୍କାରେ ପହଞ୍ଚିଛି ରୁଚି କମ୍ପାନୀ। ଦେଶ ବିଦେଶରେ ରୁଚି ମସଲାର ଆଦର ରହିଛି।

Read More ବାରବାଟୀରେ ପିଚ ଯାଞ୍ଚ କଲେ ବିସିସିଆଇ କ୍ୟୁରେଟର

Tags: