ବ୍ୟାପୁଛି ରୁବେଲା ଗର୍ଭବତୀଙ୍କୁ ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର : ରୁବେଲା ଭାଇରସକୁ ନେଇ ଗର୍ଭବତୀମାନଙ୍କୁ ସତର୍କ କରାଇଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ। ନନ୍ଦାହାଣ୍ଡି ବ୍ଲକ୍‌ ପଡ଼ାଲଗୁଡ଼ା ପଞ୍ଚାୟତ​‌ରେ ଦୁଇ ଜଣ ଶିଶୁ ରୁବେଲାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏଠାରୁ ୫ ଶିଶୁଙ୍କ ରକ୍ତନମୁନା ଭୁବନେଶ୍ୱର ଆର୍‌ଏମ୍‌ ଆର୍‌ସି ପରୀକ୍ଷାଗାରକୁ ପଠାଯାଇଥିଲା। ସେ ମଧ୍ୟରୁ ଦୁଇ ଶିଶୁଙ୍କ ରକ୍ତରେ ରୁବେଲା ଭୂତାଣୁ ଚି଼ହ୍ନଟ ହୋଇଛି। ଏହା ଏକ ଭୂତାଣୁଜନିତ ରୋଗ। ଏହା ବାୟୁ ଦ୍ୱାରା ସଂକ୍ରମିତ ହୋଇଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି। ରିପୋର୍ଟ ଆସିବା ପରେ ସ୍ୱାସ୍ଥ୍ୟ […]

Samaya Live Picture
Published On

ଭୁବନେଶ୍ୱର : ରୁବେଲା ଭାଇରସକୁ ନେଇ ଗର୍ଭବତୀମାନଙ୍କୁ ସତର୍କ କରାଇଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ। ନନ୍ଦାହାଣ୍ଡି ବ୍ଲକ୍‌ ପଡ଼ାଲଗୁଡ଼ା ପଞ୍ଚାୟତ​‌ରେ ଦୁଇ ଜଣ ଶିଶୁ ରୁବେଲାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏଠାରୁ ୫ ଶିଶୁଙ୍କ ରକ୍ତନମୁନା ଭୁବନେଶ୍ୱର ଆର୍‌ଏମ୍‌ ଆର୍‌ସି ପରୀକ୍ଷାଗାରକୁ ପଠାଯାଇଥିଲା। ସେ ମଧ୍ୟରୁ ଦୁଇ ଶିଶୁଙ୍କ ରକ୍ତରେ ରୁବେଲା ଭୂତାଣୁ ଚି଼ହ୍ନଟ ହୋଇଛି। ଏହା ଏକ ଭୂତାଣୁଜନିତ ରୋଗ। ଏହା ବାୟୁ ଦ୍ୱାରା ସଂକ୍ରମିତ ହୋଇଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି। ରିପୋର୍ଟ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗର ଏକ ଦଳ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଏଥିସହିତ ଲୋକଙ୍କୁ ଏହି ରୋଗର ନିରାକରଣ ପାଇଁ ପରାମର୍ଶ ଦେଉଛନ୍ତି। ଏହି ରୋଗରେ ରୋଗୀଙ୍କ ମୁହଁ ଗୋଲାପି ପଡିବା ସହ କାନ ଓ ବେକରେ ଛୋଟ ଛୋଟ ଫଟୋକା ହୋଇଥାଏ । ଏ ରୋଗ ଗର୍ଭବତୀ ମହିଳାଙ୍କୁ ହେଲେ ଗର୍ଭସ୍ଥ ଶିଶୁ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି । ତେଣୁ ରୁବେଲା ସଂକ୍ରମିତ ହୋଇଥିଲେ, ସଙ୍ଗରୋଧରେ ରହିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ସଚେତନ ରହିବା ସହ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଇବା ପାଇଁ କୁହାଯାଇଛି । ଅନ୍ୟପଟେ ଗ୍ରାମବାସୀ ଅନ୍ଧବିଶ୍ୱାସର ବସ ବର୍ତୀ ହୋଇ ଝଡାଫୁଙ୍କା ଆରମ୍ଭ କରି ଦେଇଛନ୍ତି । ଏଥିରୁ ନିବୃତ ରହିବା ପାଇଁ ସଚେତନ କରାଯାଛି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ । ବର୍ତ୍ତମାନ ସୁଦ୍ଧା ଏହି ଦୁଇଟି ବ୍ଲକରେ ୧୮ ରୋଗୀଙ୍କ ଦେହରେ ଏହି ଲକ୍ଷଣ ଥିବା ଜଣା ପଡିଛି । ତେନ୍ତୁଳୀଖୁଣ୍ଟି ଓ ନନ୍ଦାହାଣ୍ଡି ବ୍ଲକର ସମସ୍ତ ରୋଗୀ ।

ସମସ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ବିଶେଷ କରି ବର୍ତମାନ ୧ ବର୍ଷ, ୬ ବର୍ଷ ଏବଂ ୮ ବର୍ଷ ପିଲା ଙ୍କ ଭିତରେ ଏହି ଭାଇରସ ବଢ଼ୁଥିବା ଦେଖାଯାଉଛି । ମୋଟ୍ ୧୮ ସାମ୍ପଲରୁ ୨ ରୁବେଲା ପଜିଟିଭ ଓ ଜଣେ ମିଳିମିଳା ପଜିଟିଭ ଚିହ୍ନଟ ହୋଇଥିବାବେଳେ,ଆଜି ସ୍ଥିତି ସ୍ଥିର ରହିଥିବା ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ।

Tags: