ଟ୍ରେନ୍ରୁ ୭୦ ଲକ୍ଷ ଟଙ୍କା ଜବତ,୨ ଅଟକ

ବଲାଙ୍ଗୀର : ରେଲ୍ୱେ ଷ୍ଟେସନ୍ରୁ ୭୦ ଲକ୍ଷ ଟଙ୍କା ଜବତ । ଏହି ଘଟଣାରେ ପ୍ରଭାତ ସାହୁ ଏବଂ ଉମେଶ ପ୍ରସାଦ ନାମକ ୨ ଜଣ ବ୍ୟକ୍ତିଙ୍କୁ ଅଟକ ରଖିଛି ରେଲ୍ୱେ ପୋଲିସ । ଧରତୀ ଆବା ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନ ଏର୍ଣ୍ଣାକୁଲମରୁ ହଟିଆ ଯାଉଥିବାବେଳେ ବଲାଙ୍ଗୀର ଷ୍ଟେସନ୍ରୁ ଏହି ଟଙ୍କା ଧରାପଡିଛି । ଆରପିଏଫ ର ପାଟ୍ରୋଲିଂ ଟିମ ଟ୍ରେନ ଭିତରେ ପଶି ଯାତ୍ରୀ ମାନଙ୍କୁ ଚେକିଂ କରୁଥିବାବେଳେ କେସିଙ୍ଗା ନିକଟରେ ଏହି ୨ ଜଣଙ୍କ […]

ଟ୍ରେନ୍ରୁ ୭୦ ଲକ୍ଷ ଟଙ୍କା ଜବତ,୨ ଅଟକ
Samaya Live Picture
Published On

ବଲାଙ୍ଗୀର : ରେଲ୍ୱେ ଷ୍ଟେସନ୍ରୁ ୭୦ ଲକ୍ଷ ଟଙ୍କା ଜବତ । ଏହି ଘଟଣାରେ ପ୍ରଭାତ ସାହୁ ଏବଂ ଉମେଶ ପ୍ରସାଦ ନାମକ ୨ ଜଣ ବ୍ୟକ୍ତିଙ୍କୁ ଅଟକ ରଖିଛି ରେଲ୍ୱେ ପୋଲିସ । ଧରତୀ ଆବା ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନ ଏର୍ଣ୍ଣାକୁଲମରୁ ହଟିଆ ଯାଉଥିବାବେଳେ ବଲାଙ୍ଗୀର ଷ୍ଟେସନ୍ରୁ ଏହି ଟଙ୍କା ଧରାପଡିଛି । ଆରପିଏଫ ର ପାଟ୍ରୋଲିଂ ଟିମ ଟ୍ରେନ ଭିତରେ ପଶି ଯାତ୍ରୀ ମାନଙ୍କୁ ଚେକିଂ କରୁଥିବାବେଳେ କେସିଙ୍ଗା ନିକଟରେ ଏହି ୨ ଜଣଙ୍କ ନିକଟରୁ ଟଙ୍କା ଜବତ ହୋଇଥିଲା । ତେବେ ଏତେ ପରିମାଣରେ ଟଙ୍କା କେଉଁଠୁ ଆସିଲା ଏବଂ କୁଆଡେ ଯାଉଥିଲା ତା’ନେଇ କୌଣସି ସଠିକ ସୂଚନା ଜଣାପଡି ନାହିଁ । ଆଗକୁ ବିହାର ସହିତ ନୂଆପଡା ନିର୍ବାଚନ ଥିବାରୁ କୌଣସି ମଦଭାଟିରୁ ଏହି ଟଙ୍କା ଆଦାୟ କରାଯାଇଥିବା ନେଇ ଅନୁମାନ କରାଯାଉଛି । ଟଙ୍କା ଜବତ ପରେ ଏହି ୨ ଜଣଙ୍କୁ ଅଟକ ରଖି ଜେରା ଚଳାଇଛି ଆରପିଏଫ ।

Tags: