RPF ଏଏସଆଇ ଗିରଫ
ଭୁବନେଶ୍ୱର : ରକ୍ଷକ ସାଜିଲା ଭକ୍ଷକ । ଯୁବତୀଙ୍କୁ ଅସଦାଚରଣ ମାମଲାରେ RPF ଏଏସଆଇ ଗିରଫ । ସାହାଯ୍ୟ କରିବା ବାହାନାରେ ରୁମକୁ ଡାକି ଅସଦାଚରଣ କରିଥିବା ଅଭିଯୋଗ କରିଥିଲେ ଯୁବତୀ । ଅଭିଯୋଗ ପରେ ଗିରଫ ହେଲେ ଏଏସଆଇ ନିରଞ୍ଜନ ଜେନା । ସୂଚନାନୁସାରେ, ଜଗତସିଂପୁର ଅଞ୍ଚଳର ଜଣେ ଯୁବତୀ ଗତ ୨ ଦିନ ପୂର୍ବରୁ ଟ୍ରେନରେ ଆସି ରାତିରେ ଭୁବନେଶ୍ୱର ପ୍ଲାଟଫର୍ମରେ ଓହ୍ଲାଇଥିଲେ । ତେବେ ହଷ୍ଟେଲ ବନ୍ଦ ଥିବାରୁ ଆରପିଏଫ ଥାନାକୁ ଯାଇଥିଲେ। […]
ଭୁବନେଶ୍ୱର : ରକ୍ଷକ ସାଜିଲା ଭକ୍ଷକ । ଯୁବତୀଙ୍କୁ ଅସଦାଚରଣ ମାମଲାରେ RPF ଏଏସଆଇ ଗିରଫ । ସାହାଯ୍ୟ କରିବା ବାହାନାରେ ରୁମକୁ ଡାକି ଅସଦାଚରଣ କରିଥିବା ଅଭିଯୋଗ କରିଥିଲେ ଯୁବତୀ । ଅଭିଯୋଗ ପରେ ଗିରଫ ହେଲେ ଏଏସଆଇ ନିରଞ୍ଜନ ଜେନା ।
ସୂଚନାନୁସାରେ, ଜଗତସିଂପୁର ଅଞ୍ଚଳର ଜଣେ ଯୁବତୀ ଗତ ୨ ଦିନ ପୂର୍ବରୁ ଟ୍ରେନରେ ଆସି ରାତିରେ ଭୁବନେଶ୍ୱର ପ୍ଲାଟଫର୍ମରେ ଓହ୍ଲାଇଥିଲେ । ତେବେ ହଷ୍ଟେଲ ବନ୍ଦ ଥିବାରୁ ଆରପିଏଫ ଥାନାକୁ ଯାଇଥିଲେ। ସେଠାରେ ଏଏସଆଇ ନିରଞ୍ଜନ ଯୁବତୀଙ୍କୁ ଏକ ରୁମ୍କୁ ଡାକି ଅସଦାଚରଣ କରିଥିଲେ । ଯୁବତୀ ଜଣଙ୍କ ଭୟଭୀତ ହେଇ ପିସିଆରକୁ କଲ କରିଥିଲେ। ପିସିଆର୍ ଆସି ଯୁବତୀଙ୍କୁ ଉଦ୍ଧାର କରିଛି । ଏନେଇ ଜିଆରପି ଥାନାରେ ଅଭିଯୋଗ ପରେ ଏଏସଆଇ ନିରଞ୍ଜନଙ୍କୁ ପୋଲିସ ଗିରଫ କରିଛି ।




