ରାଉରକେଲା: ୨୦ ଡାଇରିଆ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର
ଭୁବନେଶ୍ୱର : ରାଉରକେଲାରେ ବ୍ୟାପୁଛି ଝାଡାବାନ୍ତି ରୋଗୀଙ୍କ ସଂଖ୍ୟା । ଗତ ୩ ଦିନ ଭିତରେ ଝାଡାବାନ୍ତିରେ ୬ ଜଣଙ୍କ ପ୍ରାଣହାନୀ ହେଲାଣି । ମୃତକଙ୍କ ମଧ୍ୟରେ ଅଛନ୍ତି ୩ ଜଣ ମହିଳା । ପାନପୋଷ, ଛେଣ୍ଡ କଲୋନୀ ସହ ବିଭିନ୍ନ ବସ୍ତି ଅଂଚଳର ଅଧିକାଂଶ ଲୋକେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସେପଟେ ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ଝାଡାବାନ୍ତି ବ୍ୟାପିବାରେ ଲାଗିଛି । କେଉଁ କାରଣରୁ ଡାଇରିଆ ବ୍ୟାପିଲା ତାହା ଜଣାପଡିନାହିଁ । କାରଣ […]
ଭୁବନେଶ୍ୱର : ରାଉରକେଲାରେ ବ୍ୟାପୁଛି ଝାଡାବାନ୍ତି ରୋଗୀଙ୍କ ସଂଖ୍ୟା । ଗତ ୩ ଦିନ ଭିତରେ ଝାଡାବାନ୍ତିରେ ୬ ଜଣଙ୍କ ପ୍ରାଣହାନୀ ହେଲାଣି । ମୃତକଙ୍କ ମଧ୍ୟରେ ଅଛନ୍ତି ୩ ଜଣ ମହିଳା । ପାନପୋଷ, ଛେଣ୍ଡ କଲୋନୀ ସହ ବିଭିନ୍ନ ବସ୍ତି ଅଂଚଳର ଅଧିକାଂଶ ଲୋକେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସେପଟେ ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ଝାଡାବାନ୍ତି ବ୍ୟାପିବାରେ ଲାଗିଛି । କେଉଁ କାରଣରୁ ଡାଇରିଆ ବ୍ୟାପିଲା ତାହା ଜଣାପଡିନାହିଁ । କାରଣ ଜାଣିବା ପାଇଁ ପରୀକ୍ଷା କରିବାକୁ ନମୁନା ପଠାଯାଇଛି । ବର୍ତ୍ତମାନ ସୁଦ୍ଧା ୫୯୫ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୩୪୩ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେଥିମଧ୍ୟରୁ ୧୪୫ ଜଣ ସୁସ୍ଥ ହୋଇ ଘରକୁ ଯାଇଛନ୍ତି। ଗତକାଲି ସନ୍ଧ୍ୟା ସୁଦ୍ଧା ୧୬୨ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେଥିମଧ୍ୟରୁ ୨୦ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ସେ କହିଛନ୍ତି, ରାଉରକେଲାରେ ଝାଡ଼ାବାନ୍ତି ବ୍ୟାପିବା ଯୋଗୁ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ହୋଇଛି।
ତେବେ ରାଉରକେଲାରେ କେବଳ ଗୋଟିଏ ସ୍ଥାନରୁ ନୁହେଁ ୧୨ ରୁ ୧୪ ଟି ୱାର୍ଡରୁ ଡାଇରିଆ କେସ ଆସୁଛି । ସେଥିପାଇଁ ୬ଟି ରାପିଡ ରେସପନ୍ସ ଟିମ ନିୟୋଜିତ ହୋଇଛନ୍ତି। ସୁନ୍ଦରଗଡ଼ ମେଡିକାଲ କଲେଜରୁ ୪ ଜଣ ଫ୍ୟାକଲିଟିଙ୍କୁ ନିୟୋଜିତ କରାଯାଇଛି। ସିଡିଏମଓଙ୍କ ତରଫରୁ ୪ ଜଣ ଜୁନିଅର ଡାକ୍ତରଙ୍କୁ ନିୟୋଜିତ କରାଯାଇଛି। ୧୨ ଜଣ ଷ୍ଟାଫ୍ ନର୍ସଙ୍କୁ ସେଠାକୁ ପଠା ଯାଇଛି। ଦୁଇ ଟେକ୍ନିସିଆନଙ୍କୁ ପଠାଯାଉଛି। ସେଠାରେ ଆବଶ୍ୟକୀୟ ଔଷଧ ସରଞ୍ଜାମ ମହଜୁଦ ଅଛି। ପାଣି ପାଇଁ ଏମିତି ଝାଡ଼ା ବାନ୍ତି ବ୍ୟାପିଛି। ଲୋକ ବି କିଛି ଦିନ ପାଣିକୁ ନେଇ ଅଭିଯୋଗ କରିଥିଲେ। ଜଳବାହିତ ରୋଗ ବୋଲି ପ୍ରାଥମିକ ପର୍ଯ୍ୟାୟରୁ ଜଣା ପଡ଼ୁଛି । ପାଣିରେ କ୍ଲୋରିନ କମ୍ ରହିଛି। ପାଣିରେ କ୍ଲୋରିନ ପରିମାଣ ବଢ଼େଇବା ପାଇଁ ଜିଲ୍ଲାପାଳ ୱାଟକୋକୁ ନିର୍ଦ୍ଦେଶ ଦେଇଛନ୍ତି। ୱାଟର ଟ୍ୟାଙ୍କ ସଫା କରିବା, ପାଣି ନାଳ ବିଶୋଧନ କରିବା, ଟ୍ୟାଙ୍କରୁ ପାଣି ନେଇ ପରୀକ୍ଷା କରାଇବା ଲାଗି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।




