ରାଉରକେଲା ନିୟନ୍ତ୍ରଣକୁ ଆସୁଛି ହଇଜା ସ୍ଥିତି
ରାଉରକେଲା :ନିୟନ୍ତ୍ରଣକୁ ଆସୁଛି ଇସ୍ପାତ ନଗରୀର ହଇଜା ସ୍ଥିତି । ଖୁବ୍ ଶୀଘ୍ର ରାଉରକେଲାରେ ସ୍ବାଭାବିକ ଅବସ୍ଥାକୁ ଫେରିବ। ସହରର ବିଭିନ୍ନ ହସପିଟାଲରେ ୫୩ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି । ବିଭିନ୍ନ ସ୍ଥାନରୁ ନମୁନା ସଂଗ୍ରହ କରି ଫେରିଛନ୍ତି RMRC ଟିମ୍ । ୧୫ଶହ ସାମ୍ପୁଲ ସଂଗ୍ରହ କରାଯାଇଛି । ଦୈନିକ ରାଉରକେଲା ସହରର ୫ ଶହ ସ୍ଥାନରୁ ଜଳ ନମୁନା ପରୀକ୍ଷା କରାଯାଉଛି।୬୮ ହଜାରରୁ ଅଧିକ ହାଲୋଜିନ ବଟିକା ଵଣ୍ଟନ କରାଯାଇଛି। ଦିନେ ଦୁଇ ଦିନ […]
ରାଉରକେଲା :ନିୟନ୍ତ୍ରଣକୁ ଆସୁଛି ଇସ୍ପାତ ନଗରୀର ହଇଜା ସ୍ଥିତି । ଖୁବ୍ ଶୀଘ୍ର ରାଉରକେଲାରେ ସ୍ବାଭାବିକ ଅବସ୍ଥାକୁ ଫେରିବ। ସହରର ବିଭିନ୍ନ ହସପିଟାଲରେ ୫୩ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି । ବିଭିନ୍ନ ସ୍ଥାନରୁ ନମୁନା ସଂଗ୍ରହ କରି ଫେରିଛନ୍ତି RMRC ଟିମ୍ । ୧୫ଶହ ସାମ୍ପୁଲ ସଂଗ୍ରହ କରାଯାଇଛି । ଦୈନିକ ରାଉରକେଲା ସହରର ୫ ଶହ ସ୍ଥାନରୁ ଜଳ ନମୁନା ପରୀକ୍ଷା କରାଯାଉଛି।୬୮ ହଜାରରୁ ଅଧିକ ହାଲୋଜିନ ବଟିକା ଵଣ୍ଟନ କରାଯାଇଛି। ଦିନେ ଦୁଇ ଦିନ ମଧ୍ୟରେ ସ୍ବାଭାବିକ ଅବସ୍ଥାକୁ ଫେରିବ ବୋଲି ରାଉରକେଲା ମହାନଗର ନିଗମ କମିଶନର ଶୁଭଙ୍କର ମହାପାତ୍ର ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ପାୱାର ହାଉସ ଅଂଚଳର ୪୨ବର୍ଷିୟ ପଙ୍କଜ ମଣ୍ଡଳଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଝାଡାବାନ୍ତି ହେବାରୁ ପଙ୍କଜଙ୍କୁ ବୁଧବାର ଦିନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଗତ କାଲି ତାଙ୍କର ମୃତ୍ୟୁ ହୋଇଥିଲା । ପ୍ରାୟ ସପ୍ତାହେ ହେଲା ରାଉରକେଲାରେ ଡରାଉଛି ଝାଡାବାନ୍ତି । ଏଥିରେ ଶହ ଶହ ଲୋକ ଆକ୍ରାନ୍ତ ହେବା ସହ ସଂକ୍ରମିତଙ୍କ ଜୀବନ ଯିବା ପରେ ସହରବାସୀଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ ବର୍ତ୍ତମାନ ସ୍ଥିତିରେ ସୁଧାର ଆସୁଛି।




