ସ୍ପେସ୍‌ ମିଶନ୍‌ରେ ରୋବଟ୍‌

ଦୀର୍ଘ ବର୍ଷ ହେବ ମନୁଷ୍ୟମାନେ ସ୍ପେସ୍‌ ଯାତ୍ରା କରୁଥିବାବେଳେ ପ୍ରତିଟି ସ୍ପେସ୍‌ ମିଶନ୍‌ର ଭିନ୍ନ ଭିନ୍ନ ଉଦ୍ଦେଶ୍ୟ ରହୁଛି । କେତେବେଳେ ଏଲିଅନ୍‌ମାନଙ୍କ ସନ୍ଧାନରେ ସ୍ପେସ୍‌କୁ ଯାଆନ୍ତି ତ ଆଉ କେଉଁଠି ଜୀବନ ସନ୍ଧାନରେ ଯାଇଥାଆନ୍ତି । ମେସିନ୍‌ ସମେତ ଲୋକମାନେ ମଧ୍ୟ ଏହି ମିଶନ୍‌ର ଅଂଶ ଥାଆନ୍ତି । ମାତ୍ର ସବୁ ମିଶନ୍‌ ସଫଳ ହୋଇନଥାଏ । ଯାହାଫଳରେ ଦୁର୍ଘଟଣା ଘଟେ ଏବଂ କେତେକଙ୍କ ମୃତୁ୍ୟ ମଧ୍ୟ ହୋଇଥାଏ । ଏହି ଦୁର୍ଘଟଣାଜନୀତ ମୃତୁ୍ୟକୁ ଏଡାଇବା […]

Samaya Live Picture
Published On

ଦୀର୍ଘ ବର୍ଷ ହେବ ମନୁଷ୍ୟମାନେ ସ୍ପେସ୍‌ ଯାତ୍ରା କରୁଥିବାବେଳେ ପ୍ରତିଟି ସ୍ପେସ୍‌ ମିଶନ୍‌ର ଭିନ୍ନ ଭିନ୍ନ ଉଦ୍ଦେଶ୍ୟ ରହୁଛି । କେତେବେଳେ ଏଲିଅନ୍‌ମାନଙ୍କ ସନ୍ଧାନରେ ସ୍ପେସ୍‌କୁ ଯାଆନ୍ତି ତ ଆଉ କେଉଁଠି ଜୀବନ ସନ୍ଧାନରେ ଯାଇଥାଆନ୍ତି । ମେସିନ୍‌ ସମେତ ଲୋକମାନେ ମଧ୍ୟ ଏହି ମିଶନ୍‌ର ଅଂଶ ଥାଆନ୍ତି । ମାତ୍ର ସବୁ ମିଶନ୍‌ ସଫଳ ହୋଇନଥାଏ । ଯାହାଫଳରେ ଦୁର୍ଘଟଣା ଘଟେ ଏବଂ କେତେକଙ୍କ ମୃତୁ୍ୟ ମଧ୍ୟ ହୋଇଥାଏ । ଏହି ଦୁର୍ଘଟଣାଜନୀତ ମୃତୁ୍ୟକୁ ଏଡାଇବା ପାଇଁ ନାସା ଏକ ଭିନ୍ନ ବିକଳ୍ପ ପ୍ରସ୍ତୁତ କରିଛି । ଆଗକୁ ମଣିଷଙ୍କ ପରିବର୍ତ୍ତେ ହୁ୍ୟମାନଏଡ୍‌ ରୋବୋକୁ ସ୍ପେସ୍‌ ମିଶନ୍‌ ଅନ୍ତର୍ଗତ ମହାକାଶ ପଠାଇବା ପାଇଁ ଯୋଜନା କରାଯାଉଛି । ଏହି ରୋବୋମାନେ ଆଉଟର ସ୍ପେସ୍‌ରେ କାମ କରିବେ ଏବଂ ବୈଜ୍ଞାନିକମାନଙ୍କୁ ସେଠାକାର ସମସ୍ତ ତଥ୍ୟ ପ୍ରଦାନ କରିବେ । ଏହି ପ୍ରସଙ୍ଗରେ ନାସା ଟେକ୍ସସ୍‌ର ହୁ୍ୟମାନଏଡ୍‌ ରୋବୋ ବିକଶିତ କରୁଥିବା ଟେକ୍‌ ବେସï ଫାର୍ମ ଆପ୍‌ଟ୍ରୋନିକ୍‌ ସହିତ ପାର୍ଟନରସିପ୍‌ କରିଛି । ସ୍ପେସ୍‌ ବ୍ୟତୀତ ଚନ୍ଦ୍ରପୃଷ୍ଠକୁ ମଧ୍ୟ ଏହି ରୋବୋକୁ ପଠାଯିବା ନେଇ ଯୋଜନା ରହିଛି ବୋଲି ନାସାର ଜନ୍‌ସନ୍‌ ସ୍ପେସ୍‌ ସେଣ୍ଟର୍‌ର ରୋବୋଟିକ୍ସ ଟିମ୍‌ର ମୁଖ୍ୟ ଶାନ୍‌ ଆଜିମି ପ୍ରକାଶ କରିଛନ୍ତି । ଏହି ପ୍ରୋଜେକଫ ସମ୍ବନ୍ଧରେ ଆପ୍‌ଟ୍ରୋନିକ୍‌ ତରଫରୁ ସୋସିଆଲ୍‌ ମିଡିଆରେ ସୂଚନା ଦିଆଯାଇଛି । ଯେଉଁ ରୋବୋମାନଙ୍କୁ ସ୍ପେସ୍‌ ଯିବା ପାଇଁ ପ୍ରସ୍ତୁତ କରାଯାଇଛି, ସେମାନଙ୍କର ଉଚ୍ଚତା ୫ ଫୁଟ ୮ ଇଞ୍ଚ୍‌ ଏବଂ ଓଜନ ୭୩ କିଲୋରେ ସୀମିତ ରହିବ । ଏହି ରୋବୋ ପ୍ରତି ବ୍ୟାଟେରୀ ଆଧାରରେ ୪ ଘଣ୍ଟା ପର୍ଯ୍ୟନ୍ତ ଆକଫିଭ୍‌ ରହିବେ । ବର୍ତ୍ତମାନ ଏହି ରୋବୋଗୁଡିକ ପୃଥିବୀପୃଷ୍ଠରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବାବେଳେ ଏମାନଙ୍କୁ ମୋଡିଫାଏ କରାଯାଇ ଫୁ୍ୟଚର ଭର୍ସନ୍‌କୁ ସ୍ପେସ୍‌କୁ ଛଡାଯିବ ବୋଲି ଶାନ୍‌ ଆଜିମି କହିଛନ୍ତି ।

Tags: