ଏକା ରାତିକେ ୪ ମନ୍ଦିରରୁ ଲୁଟ
ଭଦ୍ରକ : ଗୋଟିଏ ରାତିରେ ୪ଟି ମନ୍ଦିରେ କଳାକନା ବୁଲାଇଲେ ଚୋର। ଏଭଳି ଅଭାବନୀୟ ଘଟଣା ଭଦ୍ରକ ସହର ପୁରୁଣା ବଜାର ଥାନା ଅଧିନସ୍ତ ନୁଆସାହି ଗ୍ରାମରେ ଥିବା ୪ଟି ମନ୍ଦିରରେ ଘଟିଛି । ୨୮ ନମ୍ବର ୱାର୍ଡ ଗରଦପୁର ଅଞ୍ଚଳର ୪ଟି ମନ୍ଦିରରୁ ଏହି ସିରିଜ୍ ଚୋରୀ ହୋଇଛି । ଠାକୁରଙ୍କ ସୁନା ଅଳଙ୍କାର ସହ ଦାନ ବାକ୍ସ ଏବଂ ଅନ୍ୟ ସମାଗ୍ରୀ ଚୋର ନେଇ ଚମ୍ପଟ ମାରିଛି । ଗାଁର ମଙ୍ଗଳା ମନ୍ଦିର, ଶିବ […]
ଭଦ୍ରକ : ଗୋଟିଏ ରାତିରେ ୪ଟି ମନ୍ଦିରେ କଳାକନା ବୁଲାଇଲେ ଚୋର। ଏଭଳି ଅଭାବନୀୟ ଘଟଣା ଭଦ୍ରକ ସହର ପୁରୁଣା ବଜାର ଥାନା ଅଧିନସ୍ତ ନୁଆସାହି ଗ୍ରାମରେ ଥିବା ୪ଟି ମନ୍ଦିରରେ ଘଟିଛି । ୨୮ ନମ୍ବର ୱାର୍ଡ ଗରଦପୁର ଅଞ୍ଚଳର ୪ଟି ମନ୍ଦିରରୁ ଏହି ସିରିଜ୍ ଚୋରୀ ହୋଇଛି । ଠାକୁରଙ୍କ ସୁନା ଅଳଙ୍କାର ସହ ଦାନ ବାକ୍ସ ଏବଂ ଅନ୍ୟ ସମାଗ୍ରୀ ଚୋର ନେଇ ଚମ୍ପଟ ମାରିଛି । ଗାଁର ମଙ୍ଗଳା ମନ୍ଦିର, ଶିବ ମନ୍ଦିର, ରାଧାକୃଷ୍ଣ ମନ୍ଦିର ଓ ହନୁମାନ ମନ୍ଦିରରୁ ବହୁ ଅଳଙ୍କାର ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ଜଣାପଡ଼ିଛି। ଏପରିକି ମାଆ ମଙ୍ଗଳାଙ୍କ ସୁନା ଆଖିକୁ ଲୁଟେରା ନେଇ ଯାଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ, ଗତ ୨୦ତାରିଖ ଏହି ପୁରୁଣା ବଜାର ଥାନା ଅଧିନ ସଦାବର୍ତ ମଠ ମାଲିକାନାରେ ଥିବା ପ୍ରାଚୀନ ଶ୍ରୀଜଗନ୍ନାଥ ମନ୍ଦିରରେ ବି ଲୁଟ ହୋଇ ଥିଲା ।




