ମେଟ୍ରୋ ପ୍ରକଳ୍ପ ପାଇଁ ଜନପଥ ସର୍ଭେ ଆରମ୍ଭ

ଭୁବନେଶ୍ୱର : ମେଟ୍ରୋ ପ୍ରକଳ୍ପ ପାଇଁ ଜନପଥ ସର୍ଭେ ଆରମ୍ଭ ହୋଇଛି I ବାଣୀବିହାରରୁ ଶିଶୁଭବନ ଛକ ପର୍ଯ୍ୟନ୍ତ ଜନପଥରେ ସର୍ଭେ ଜାରି ରହିଛି । ଭୁବନେଶ୍ଵର ମେଟ୍ରୋ ରେଳ କର୍ପୋରେସନ ଲିମିଟେଡ୍ ଦ୍ଵାରା ଜନପଥରେ ପ୍ରସ୍ତାବିତ ୪ ଷ୍ଟେସନକୁ ନେଇ ସର୍ଭେ କରାଯାଇଛି। ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ବା BMRCL ସମେତ ବିଡ଼ିଏ, ବିଏମସି, ଟିପିସିଓଡିଏଲ ଭଳି ସଂସ୍ଥା ମିଳିତ ଭାବରେ ଏହି ସର୍ଭେ କରୁଛନ୍ତି । ବିଶେଷ ଭାବେ ପ୍ରସ୍ତାବିତ ମେଟ୍ରୋ ଷ୍ଟେସନ […]

Samaya Live Picture
Published On

ଭୁବନେଶ୍ୱର : ମେଟ୍ରୋ ପ୍ରକଳ୍ପ ପାଇଁ ଜନପଥ ସର୍ଭେ ଆରମ୍ଭ ହୋଇଛି I ବାଣୀବିହାରରୁ ଶିଶୁଭବନ ଛକ ପର୍ଯ୍ୟନ୍ତ ଜନପଥରେ ସର୍ଭେ ଜାରି ରହିଛି । ଭୁବନେଶ୍ଵର ମେଟ୍ରୋ ରେଳ କର୍ପୋରେସନ ଲିମିଟେଡ୍ ଦ୍ଵାରା ଜନପଥରେ ପ୍ରସ୍ତାବିତ ୪ ଷ୍ଟେସନକୁ ନେଇ ସର୍ଭେ କରାଯାଇଛି। ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ବା BMRCL ସମେତ ବିଡ଼ିଏ, ବିଏମସି, ଟିପିସିଓଡିଏଲ ଭଳି ସଂସ୍ଥା ମିଳିତ ଭାବରେ ଏହି ସର୍ଭେ କରୁଛନ୍ତି । ବିଶେଷ ଭାବେ ପ୍ରସ୍ତାବିତ ମେଟ୍ରୋ ଷ୍ଟେସନ ଏବଂ ମେଟ୍ରୋ ରାସ୍ତାରେ ଥିବା ବିଭିନ୍ନ ଗଛ ଓ ବିଦ୍ୟୁତ୍ ଖୁଣ୍ଟକୁ ନଜରରେ ରଖି ଏହି ସର୍ଭେ କରାଯାଇଛି । ପୂର୍ବରୁ ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୁଳିଆ ପରେ କଟକ ଯାଏଁ ମେଟ୍ରୋ ଟ୍ରେନ ଚାଲିବା ନେଇ ପ୍ରସ୍ତାବ ଦେଇଥିଲେ ସରକାର । ଖରାକୁ ନଜରରେ ରଖି ସର୍ଭେ କାମ ସକାଳ ୭ଟାରୁ ଆରମ୍ଭ କରି ୧୦ଟା ଭିତରେ ସାରିବାକୁ ଯୋଜନା ରହିଛି ।

Tags: