ଦୁର୍ଘଟଣାରେ ଭିଣୋଇ ମୃତ,ଶାଳକ ଗୁରୁତର

ବାରିପଦା : ବାରିପଦା କୁଚେଇ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଶ୍ଵଶୁର ମୃତ୍ୟୁ ଖବର ଦେବାକୁ ଯିବାବେଳେ ଦୁର୍ଘଟଣାରେ ଜ୍ବାଇଁର ମୃତ୍ୟୁ ଘଟି ଥିବାବେଳେ ମୃତକଙ୍କ ଶାଳକ ଗୁରୁତର ହୋଇଛନ୍ତି । ମୃତକ ଏବଂ ତାଙ୍କ ଶାଳକ ବାଇକରେ ଯିବାବେଳେ ଏକ ପିକଅପ୍ ଭ୍ୟାନ ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା । ମୃତକ ହେଲେ ସଞ୍ଜୟ ନାୟକ । ତାଙ୍କ ଘର ରଙ୍ଗିବେଡା ବୋଲି ଜଣାଯାଇଛି । ମୃତଦେହ ରାସ୍ତା ଉପରେ ପଡି ରହିଛି । […]

Samaya Live Picture
Published On

ବାରିପଦା : ବାରିପଦା କୁଚେଇ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଶ୍ଵଶୁର ମୃତ୍ୟୁ ଖବର ଦେବାକୁ ଯିବାବେଳେ ଦୁର୍ଘଟଣାରେ ଜ୍ବାଇଁର ମୃତ୍ୟୁ ଘଟି ଥିବାବେଳେ ମୃତକଙ୍କ ଶାଳକ ଗୁରୁତର ହୋଇଛନ୍ତି । ମୃତକ ଏବଂ ତାଙ୍କ ଶାଳକ ବାଇକରେ ଯିବାବେଳେ ଏକ ପିକଅପ୍ ଭ୍ୟାନ ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା । ମୃତକ ହେଲେ ସଞ୍ଜୟ ନାୟକ । ତାଙ୍କ ଘର ରଙ୍ଗିବେଡା ବୋଲି ଜଣାଯାଇଛି । ମୃତଦେହ ରାସ୍ତା ଉପରେ ପଡି ରହିଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ମୟୁରଭଞ୍ଜ ବାରିପଦା ଦେଇ ଯାଇଥିବା ୧୮ ନଂ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଖବର ପାଇ ପୁଲିସ ଏବଂ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା ଜାରି ରଖିଛନ୍ତି ।

Tags: