ଦୁର୍ଘଟଣାରେ ବୃଦ୍ଧାଙ୍କ ମୃତ୍ୟୁ ପରେ ଉତ୍ତେଜନା
ନବରଙ୍ଗପୁର : ସଡ଼କ ଦୁର୍ଘଟଣାରେ ବୃଦ୍ଧାଙ୍କ ମୃତ୍ୟୁ I ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି I କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ କରିଛନ୍ତି ଉତ୍ୟକ୍ତ ଲୋକେ । ଫଳରେ ୩୯ ନମ୍ବର ରାଜ୍ୟ ରାଜପଥ ନବରଙ୍ଗପୁର -ଉମରକୋଟ ରାସ୍ତାର ଯାତାୟତ ବାଧାପ୍ରାପ୍ତ ହୋଇଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ସାନଭରଣ୍ଡି ଗାଁରେ । ମୃତ ବୃଦ୍ଧାଙ୍କ ନାଁ ଗୌରୀମଣି ମାଝୀ I ଘଟନାନୁସାରେ,ରାୟପୁରରୁ ନବରଙ୍ଗପୁର ଯାଉଥିବା ରାସ୍ତାରେ […]
ନବରଙ୍ଗପୁର : ସଡ଼କ ଦୁର୍ଘଟଣାରେ ବୃଦ୍ଧାଙ୍କ ମୃତ୍ୟୁ I ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି I କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ କରିଛନ୍ତି ଉତ୍ୟକ୍ତ ଲୋକେ । ଫଳରେ ୩୯ ନମ୍ବର ରାଜ୍ୟ ରାଜପଥ ନବରଙ୍ଗପୁର -ଉମରକୋଟ ରାସ୍ତାର ଯାତାୟତ ବାଧାପ୍ରାପ୍ତ ହୋଇଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ସାନଭରଣ୍ଡି ଗାଁରେ । ମୃତ ବୃଦ୍ଧାଙ୍କ ନାଁ ଗୌରୀମଣି ମାଝୀ I
ଘଟନାନୁସାରେ,ରାୟପୁରରୁ ନବରଙ୍ଗପୁର ଯାଉଥିବା ରାସ୍ତାରେ ଆଡି ଗାଁର ଗୌରୀମଣି ମାଝୀ ନାମକ ବୃଦ୍ଧା ରାସ୍ତା ପାରି ହେଉଥିଲେ । ଏହି ସମୟରେ ଉମରକୋଟ ପଟୁ ଆସୁଥିବା ଦହି ବୋଝେଇ ପିକ୍ଅପ ଭ୍ୟାନ ବୃଦ୍ଧାଙ୍କୁ ଧକ୍କା ଦେଇ ୩୦ ମିଟର ପର୍ଯ୍ୟନ୍ତ ଟାଣି ନେଇଥିଲା। ଘଟଣାସ୍ଥଳରେ ଗୌରୀଙ୍କର ମୃତ୍ୟୁ ଘଟିଥିଲା। ଯାହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା I କ୍ଷତି ପୂରଣ ଦାବିରେ ସାନବରଣ୍ଡି ଗ୍ରାମର ଉତ୍ୟକ୍ତ ଲୋକେ ପିକଅପ ଗାଡିର ଡ୍ରାଇଭର ଓ ହେଲପରଙ୍କୁ ଅଟକ ରଖି ରାସ୍ତା ରୋକ କରିଥିଲେ । ଖବର ପାଇ ଦୁର୍ଘଟଣାସ୍ଥଳରେ ପୋଲିସ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଡ୍ରାଇଭର ଏବଂ ହେଲପରଙ୍କୁ ଥାନାରେ ଅଟକ ରଖିଛି ।




