ଶ୍ମଶାନ ଜମିକୁ ଜବର ଦଖଲ ନେଇ ଗଣ୍ଡଗୋଳ
ଭୁବନେଶ୍ୱର : ରାଜଧାନୀରେ ଥିବା ସରକାରୀ ଜମି ଗୁଡିକ ଉପରେ ପଡିଛି ବିଲଡର ମାନଙ୍କର ଲୋଲୁପ ଦୃଷ୍ଟି । ଶ୍ମଶାନ ଜମିକୁ ଅକ୍ତିଆର କରିବାକୁ ପଛାଉ ନାହାନ୍ତି । ଏହାକୁ ନେଇ ନନ୍ଦନକାନନ ଥାନା ରଘୁନାଥପୁର ଗ୍ରାମରେ ଘଟିଛି ରକ୍ତାକ୍ତ ସଂଘର୍ଷ । ଆଜି ସକାଳୁ ଗ୍ରାମବାସୀ ଏବଂ ବିଲଡର ସଂସ୍ଥାର କିଛି ଅସାମାଜିକ ଲୋକଙ୍କ ମଧ୍ୟରେ ସଂଘର୍ଷ ଘଟି ଜଣେ ଯୁବକ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ନନ୍ଦନକାନନ ପୋଲିସ ପହଞ୍ଚି ଆହତ ଯୁବକଙ୍କୁ ମେଡିକାଲରେ […]
ଭୁବନେଶ୍ୱର : ରାଜଧାନୀରେ ଥିବା ସରକାରୀ ଜମି ଗୁଡିକ ଉପରେ ପଡିଛି ବିଲଡର ମାନଙ୍କର ଲୋଲୁପ ଦୃଷ୍ଟି । ଶ୍ମଶାନ ଜମିକୁ ଅକ୍ତିଆର କରିବାକୁ ପଛାଉ ନାହାନ୍ତି । ଏହାକୁ ନେଇ ନନ୍ଦନକାନନ ଥାନା ରଘୁନାଥପୁର ଗ୍ରାମରେ ଘଟିଛି ରକ୍ତାକ୍ତ ସଂଘର୍ଷ । ଆଜି ସକାଳୁ ଗ୍ରାମବାସୀ ଏବଂ ବିଲଡର ସଂସ୍ଥାର କିଛି ଅସାମାଜିକ ଲୋକଙ୍କ ମଧ୍ୟରେ ସଂଘର୍ଷ ଘଟି ଜଣେ ଯୁବକ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ନନ୍ଦନକାନନ ପୋଲିସ ପହଞ୍ଚି ଆହତ ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରିଛି ।
ଘଟନାନୁସାରେ, ନନ୍ଦନକାନନ ଥାନା ରଘୁନାଥପୁର ଗ୍ରାମବାସୀ ଦୀର୍ଘବର୍ଷ ସେଠାରେ ଥିବା ଶ୍ମଶାନରେ ଶବ ଦାହ କରି ଆସୁଛନ୍ତି । ହେଲେ ଏକ ବିଲଡର ସଂସ୍ଥା ଏହି ସରକାରୀ ଜମିକୁ ଲାଗି ପ୍ଲଟ କିଣି ଆପାର୍ଟମେଣ୍ଟ ନିର୍ମାଣ କରୁଛି । ମାତ୍ର ଉକ୍ତ ବିଲଡର ମାଲିକ ସମ୍ପୂର୍ଣ୍ଣ ସରକାରୀ ଜମି ଏବଂ ଶ୍ମଶାନକୁ ଜବରଦଖଲ କରୁଥିବା ନେଇ ଆଜି ସକାଳୁ ଦେଖା ଦେଇଥିଲା ଉତ୍ତେଜନା । ଯାହାକୁ ନେଇ ଗ୍ରାମର ଶତାଧିକ ମହିଳା ପୁରୁଷ ଏହାକୁ ବିରୋଧ କରିଥିଲେ । କିଛି ସମୟ ପରେ ବିଲଡର ସଂସ୍ଥାର ଲୋକ ମାନେ ହାତରେ ମାରଣାସ୍ତ୍ର ଧରି ସେଠାରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ଆକ୍ରମଣ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଥିରେ ଜଣେ ଗୁରୁତରଙ୍କୁ ପୋଲିସ ସହାୟତାରେ ଚିକିତ୍ସା ପାଇଁ ପଠାଯାଇ ଘଟଣାର ତଦନ୍ତ ଜାରି ରଖିଛି ନନ୍ଦନକାନନ ଥାନା ପୋଲିସ




