ଇ-କେୱାଇସି କରିନଥିଲେ ଆସନ୍ତା ମାସରୁ ଚାଉଳ ବନ୍ଦ
ଭୁବନେଶ୍ଵର : ଇ-କେୱାଇସି କରିନଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ । ଏବେବି ରାଜ୍ୟର ୧୫ଲକ୍ଷ ୬୭ ହଜାର ହିତାଧିକାରୀ କେୱାଇସି କରିନାହାନ୍ତି । ଯେଉଁମାନେ ଇ-କେୱାଇସି କରିବେନି ସେମାନଙ୍କୁ ଚାଉଳ ଦିଆଯିବନି । କେନ୍ଦ୍ର ସରକାର ଇ-କେୱାଇସି ପ୍ରକ୍ରିୟା ବନ୍ଦ କରିଦେଇଛନ୍ତି ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୫ ଲକ୍ଷ ୬୭ ହଜାର ହିତାଧିକାରୀ କେଓ୍ୱାଇସି କରିନାହାନ୍ତି […]
ଭୁବନେଶ୍ଵର : ଇ-କେୱାଇସି କରିନଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ । ଏବେବି ରାଜ୍ୟର ୧୫ଲକ୍ଷ ୬୭ ହଜାର ହିତାଧିକାରୀ କେୱାଇସି କରିନାହାନ୍ତି । ଯେଉଁମାନେ ଇ-କେୱାଇସି କରିବେନି ସେମାନଙ୍କୁ ଚାଉଳ ଦିଆଯିବନି । କେନ୍ଦ୍ର ସରକାର ଇ-କେୱାଇସି ପ୍ରକ୍ରିୟା ବନ୍ଦ କରିଦେଇଛନ୍ତି ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୫ ଲକ୍ଷ ୬୭ ହଜାର ହିତାଧିକାରୀ କେଓ୍ୱାଇସି କରିନାହାନ୍ତି । ଏବେ ଆଉ ସମୟ ନାହିଁ । ବର୍ତ୍ତମାନ ଯାଏଁ କେଓ୍ୱାଇସି କରିନଥିବା ଲୋକଙ୍କ ଚାଉଳ ପଠାଯାଉଛି । ତାକୁ ଖୁବଶୀଘ୍ର ବନ୍ଦ କରିଦିଆଯିବ। ଯେଉଁମାନେ କରିବେ ନାହିଁ, ସେମାନଙ୍କ ପାଇଁ ଚାଉଳ ଯିବନାହିଁ । ତେଣୁ ଆଗାମୀ ଦିନରେ ଯଦି କେନ୍ଦ୍ର ସରକାର ସମୟ ବଢାଇବେ, ତେବେ ଆମେ ମଧ୍ୟ ବଢାଇବୁ । ଯଦି କିଏ ବାଦ୍ ରହିଯାଇଥିବ, ତେବେ ସେମାନଙ୍କୁ ଲିଖିତ ଭାବେ ଦେବାକୁ ପଡିବ । ତାପରେ ଯାଇ ଆମେ ସେମାନଙ୍କ କଥା ବିଚାର କରିବୁ ।




