ଅକ୍ଟୋବରରୁ ମିଳିବ ଚାଉଳ ସହ ଗହମ

ଭୁବନେଶ୍ୱର : ରାଜ୍ୟରେ ରାସନକାର୍ଡ ହିତାଧିକାରୀଙ୍କୁ ଅକ୍ଟୋବର ମାସରେ ଚାଉଳ ସହିତ ମିଳିବ ଗହମ । ୨୦ ପ୍ରତିଶତ ଗହମ ପାଇବେ ହିତାଧିକାରୀ । ଏ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ସହ କଥା ହୋଇଛି । ଓଡ଼ିଶା ସମେତ ୯ ରାଜ୍ୟର ହିତାଧିକାରୀଙ୍କୁ ଚାଉଳ ସହ ଗହମ ମିଳିବ ବୋଲି କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟ ପକ୍ଷରୁ ଚିଠି ଲେଖାଯାଇଛି। […]

Samaya Live Picture
Published On

ଭୁବନେଶ୍ୱର : ରାଜ୍ୟରେ ରାସନକାର୍ଡ ହିତାଧିକାରୀଙ୍କୁ ଅକ୍ଟୋବର ମାସରେ ଚାଉଳ ସହିତ ମିଳିବ ଗହମ । ୨୦ ପ୍ରତିଶତ ଗହମ ପାଇବେ ହିତାଧିକାରୀ । ଏ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ସହ କଥା ହୋଇଛି । ଓଡ଼ିଶା ସମେତ ୯ ରାଜ୍ୟର ହିତାଧିକାରୀଙ୍କୁ ଚାଉଳ ସହ ଗହମ ମିଳିବ ବୋଲି କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟ ପକ୍ଷରୁ ଚିଠି ଲେଖାଯାଇଛି। ପୂର୍ବରୁ ବିଧାନସଭାରେ ଗହମ ମିଳିବା ନେଇ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଥିଲେ। ହିତାଧିକାରୀଙ୍କୁ ମଳୁଥିବା ଚାଉଳର ୨୦ ପ୍ରତିଶତ ଗହମ ଦେବାକୁ କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଥିଲା।

Tags: