ଅକ୍ଟୋବର ୮ରୁ ଆର୍ଆଇ-ଅମିନ ପ୍ରିଲିମିନାରୀ ପରୀକ୍ଷା
ଭୁବନେଶ୍ୱର : ଅକ୍ଟୋବର ୮ରୁ ବାତିଲ୍ ହୋଇଥିବା ଆର୍ଆଇ, ଏଆର୍ଆଇ, ଅମିନ ଓ ଆଇସିଡିଏସ୍ ସୁପରଭାଇଜର୍ ନିଯୁକ୍ତି ପାଇଁ ପ୍ରିଲିମିନାରୀ ପରୀକ୍ଷା ଆରମ୍ଭ ହେବ। ଏହି ପରୀକ୍ଷା ନଭେମ୍ବରର ୩ୟ ସପ୍ତାହ ପର୍ଯ୍ୟନ୍ତ ଚାଲିପାରେ ବୋଲି କମିଶନ ବିଜ୍ଞପ୍ତି ପ୍ରକାଶ କରିଛି। ନଭେମ୍ବେର ତୃତୀୟ ସପ୍ତାହ ମଧ୍ୟରେ ଏକାଧିକ ସିଫ୍ଟରେ ପରୀକ୍ଷା ହେବ। ଏଥିପାଇଁ ନର୍ମାଲାଇଜେସନ୍ ପ୍ରକ୍ରିୟା ଆପଣାଯିବ। ଏହାସହ ପ୍ରତି ଜିଲ୍ଲାରେ ପରୀକ୍ଷା କେନ୍ଦ୍ର କରାଯିବ। ଯେଉଁ ଜିଲ୍ଲାରେ ଉପଯୁକ୍ତ ପରୀକ୍ଷା କେନ୍ଦ୍ର ନାହିଁ, ସେହି […]
ଭୁବନେଶ୍ୱର : ଅକ୍ଟୋବର ୮ରୁ ବାତିଲ୍ ହୋଇଥିବା ଆର୍ଆଇ, ଏଆର୍ଆଇ, ଅମିନ ଓ ଆଇସିଡିଏସ୍ ସୁପରଭାଇଜର୍ ନିଯୁକ୍ତି ପାଇଁ ପ୍ରିଲିମିନାରୀ ପରୀକ୍ଷା ଆରମ୍ଭ ହେବ। ଏହି ପରୀକ୍ଷା ନଭେମ୍ବରର ୩ୟ ସପ୍ତାହ ପର୍ଯ୍ୟନ୍ତ ଚାଲିପାରେ ବୋଲି କମିଶନ ବିଜ୍ଞପ୍ତି ପ୍ରକାଶ କରିଛି।
ନଭେମ୍ବେର ତୃତୀୟ ସପ୍ତାହ ମଧ୍ୟରେ ଏକାଧିକ ସିଫ୍ଟରେ ପରୀକ୍ଷା ହେବ। ଏଥିପାଇଁ ନର୍ମାଲାଇଜେସନ୍ ପ୍ରକ୍ରିୟା ଆପଣାଯିବ। ଏହାସହ ପ୍ରତି ଜିଲ୍ଲାରେ ପରୀକ୍ଷା କେନ୍ଦ୍ର କରାଯିବ। ଯେଉଁ ଜିଲ୍ଲାରେ ଉପଯୁକ୍ତ ପରୀକ୍ଷା କେନ୍ଦ୍ର ନାହିଁ, ସେହି ଜିଲ୍ଲାର ପିଲାମାନେ ଆବେଦନ ସମୟରେ ଆଗ୍ରାଧିକାର ଦେଇଥିବା ଜିଲ୍ଲାରେ ପରୀକ୍ଷା ଦେବେ। ପରବର୍ତ୍ତୀ ସମୟରେ ଆଡମିଟ୍ କାର୍ଡ ପ୍ରକାଶ ପାଇବ ବୋଲି ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସ୍ଏସ୍ଏସ୍ସି) ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି।
ପୂର୍ବରୁ ଏହି ପରୀକ୍ଷାର ମେନ୍ସ ୨୦୨୫ରେ ରଦ୍ଦ ହୋଇଥିଲା ଏବଂ ହାଇକୋର୍ଟ ନିର୍ଦ୍ଦେଶ ଅନୁଯାୟୀ ନୂତନ ପ୍ରିଲିମ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ପୂର୍ବରୁ ଆବେଦନ କରିଥିବା ସମସ୍ତ ଆଶାୟୀ ପରୀକ୍ଷା ଦେଇପାରିବେ। ଫଳରେ ୫ଲକ୍ଷ ୫୮ ହଜାର ୧୨୮ ଆବେଦନକାରୀ ପରୀକ୍ଷା ଦେଇପାରିବେ ବୋଲି ସ୍ପଷ୍ଟ କରାଯାଇଛି।




