୮ ବର୍ଷ ବୟସରେ ଆଖି ବୁଜିଲା ରେୱା
ଭୁବନେଶ୍ୱର : ଆଖିବୁଜିଲା ରେୱା । ତିନୋଟି ଛୁଆଙ୍କୁ ଜନ୍ମ ଦେଇ ଜୀବନ ହାରିଲା ସିଂହୀ ରେୱା । ଗତ ୨୫ ତାରିଖରେ ରେୱା ୩ଟି ଛୁଆ ଜନ୍ମ ଦେଇଥିଲା । ସେଥିମଧ୍ୟରୁ ଗୋଟିଏ ଛୁଆର ମୃତ୍ୟୁ ହୋଇଥିଲା । ଅନ୍ୟଦୁଇ ଛୁଆକୁ ରେୱା ଗ୍ରହଣ ନକରିବାରୁ ହ୍ୟାଣ୍ଡ ରିଅରିଂ ସେଣ୍ଟରର ନବଜାତକ ଆଇସିୟୁରେ ରଖାଯାଇଛି। ଅସୁସ୍ଥତା କାରଣରୁ ୮ ବର୍ଷ ବୟସରେ ରେୱାର ମୃତ୍ୟୁ ହୋଇଛି । ରେୱାର ମୃତ୍ୟୁ ପରେ ନନ୍ଦନକାନନରେ ସିଂହୀ ସଂଖ୍ୟା […]
ଭୁବନେଶ୍ୱର : ଆଖିବୁଜିଲା ରେୱା । ତିନୋଟି ଛୁଆଙ୍କୁ ଜନ୍ମ ଦେଇ ଜୀବନ ହାରିଲା ସିଂହୀ ରେୱା । ଗତ ୨୫ ତାରିଖରେ ରେୱା ୩ଟି ଛୁଆ ଜନ୍ମ ଦେଇଥିଲା । ସେଥିମଧ୍ୟରୁ ଗୋଟିଏ ଛୁଆର ମୃତ୍ୟୁ ହୋଇଥିଲା । ଅନ୍ୟଦୁଇ ଛୁଆକୁ ରେୱା ଗ୍ରହଣ ନକରିବାରୁ ହ୍ୟାଣ୍ଡ ରିଅରିଂ ସେଣ୍ଟରର ନବଜାତକ ଆଇସିୟୁରେ ରଖାଯାଇଛି। ଅସୁସ୍ଥତା କାରଣରୁ ୮ ବର୍ଷ ବୟସରେ ରେୱାର ମୃତ୍ୟୁ ହୋଇଛି । ରେୱାର ମୃତ୍ୟୁ ପରେ ନନ୍ଦନକାନନରେ ସିଂହୀ ସଂଖ୍ୟା ୨୩କୁ ହ୍ରାସ ପାଇଛି । ଡିସେମ୍ବର ୨୦୨୦ରେ ଇନ୍ଦୋରର କମଳା ନେହେରୁ ପ୍ରାଣୀ ସଂଗ୍ରାହଳୟରୁ ନନ୍ଦନକାନନ ଅଣାଯାଇଥିଲା । ସିଂହୀ ରେୱା ନନ୍ଦନକାନନରେ ମୋଟ ୮ଟି ଛୁଆ ଜନ୍ମ ଦେଇଥିଲା । ସେଥିମଧ୍ୟରୁ ୬ଟି ଛୁଆ ବଞ୍ଚିଥିବାର ସୂଚନା ଦେଇଛନ୍ତି ନନ୍ଦନକାନନ କର୍ତ୍ତୁପକ୍ଷ ।




