ଆସନ୍ତାକାଲି ପ୍ରଭାବିତ କ୍ଷେତ୍ର ପରିଦର୍ଶନ – ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର : ଶନିବାର କ୍ଷେତ୍ର ପରିଦର୍ଶନ କରାଯିବ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି । ରବିବାର ଠାରୁ ଫିଲ୍ଡ ଷ୍ଟାଫ୍ କ୍ଷୟକ୍ଷତି ଆକଳନ କରିବେ । ରାଜସ୍ବ, କୃଷି, ପରିସଂଖ୍ୟାନ ଏବଂ ସମବାୟ ଅଧିକାରୀ ମାନେ ଫିଲ୍ଡ ଯାଇ କ୍ଷେତ୍ର ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିବେ । ଫସଲ ଓ ଘର କ୍ଷୟକ୍ଷତି ଆକଳନ ୭ ଦିନ ଭିତରେ ହେବ । ଚେଷ୍ଟା କରାଯିବ ୪୮ ଘଣ୍ଟାରେ […]

Samaya Live Picture
Published On

ଭୁବନେଶ୍ୱର : ଶନିବାର କ୍ଷେତ୍ର ପରିଦର୍ଶନ କରାଯିବ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି । ରବିବାର ଠାରୁ ଫିଲ୍ଡ ଷ୍ଟାଫ୍ କ୍ଷୟକ୍ଷତି ଆକଳନ କରିବେ । ରାଜସ୍ବ, କୃଷି, ପରିସଂଖ୍ୟାନ ଏବଂ ସମବାୟ ଅଧିକାରୀ ମାନେ ଫିଲ୍ଡ ଯାଇ କ୍ଷେତ୍ର ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିବେ । ଫସଲ ଓ ଘର କ୍ଷୟକ୍ଷତି ଆକଳନ ୭ ଦିନ ଭିତରେ ହେବ ।

ଚେଷ୍ଟା କରାଯିବ ୪୮ ଘଣ୍ଟାରେ ଆକଳନ ଶେଷ କରିବାକୁ । ସାତ ଦିନ ଭିତରେ ସହାୟତା ଦିଆଯିବ । ଘର ଭାଙ୍ଗିଥିବା ଲୋକଙ୍କୁ ପକ୍କା ଘର ଦେବା ପାଇଁ ନିଷ୍ପତ୍ତି ହୋଇଛି । ଶନିବାର ପାଗ ଅନୁକୂଳ ହେଲେ ଏରିୟଲ ସର୍ଭେ କରାଯାଇ ପ୍ରାଥମିକ ଆକଳନ କରାଯିବ । ଭଦ୍ରକ ଓ କେନ୍ଦ୍ରାପଡ଼ା ବିଶେଷ ପ୍ରଭାବିତ ହୋଇଛି ।

ମନ୍ତ୍ରୀ ଆହୁରି କହିଛନ୍ତି, ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଭାବେ ମୋ ଦାୟିତ୍ୱ । ନିଆରା ଅନୁଭୂତି ମୋ ପାଇଁ । ସମସ୍ତଙ୍କ ସହ ବୈଠକ କରିଛି । ଚେହେରା ଚାପମୁକ୍ତ ହୋଇଛି । ଓଡ଼ିଶାବାସୀଙ୍କ ବିଜୟ ହେଲା । ବାତ୍ୟା ମୁକାବିଲାରେ ପ୍ରଶାସନ ସଫଳ ହୋଇଥିବା ନେଇ ଦାବି କରିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ବିଭିନ୍ନ ଟିମର କାର୍ଯ୍ୟ ସନ୍ତୋଷଜନକ ବୋଲି କହିବା ସହିତ ସନ୍ଧ୍ୟା ସୁଦ୍ଧା ରାସ୍ତା ସଫା କାମ ସରିଯିବ ବୋଲି କହିଛନ୍ତି । ଶକ୍ତି ବିଭାଗ, ଅଗ୍ନିଶମ, ପୋଲିସ, ସ୍ବାସ୍ଥ୍ଯ, ଟେଲି କମ୍ଯୁନିକେସନ ବିଭାଗ ଭଲ କାମ କରିଛନ୍ତି ବୋଲି କହିଛନ୍ତି ସୁରେଶ ।

Tags: