ଡ୍ରୋନ୍ ଉପରେ କଡ଼ା ନଜର ରଖିବାକୁ ନିର୍ଦେଶ – ରାଜସ୍ବ ମନ୍ତ୍ରୀ

ଭୁବନେଶ୍ବର: ଭାରତ ଓ ପାକିସ୍ତାନର ଯୁଦ୍ଧସ୍ଥିତିକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି । କେନ୍ଦ୍ରସରକାର ସବୁ ରାଜ୍ୟଙ୍କ ଯୁଦ୍ଧ ପାଇଁ ସଚେତନ କରାଇଛନ୍ତି । ଏହି କ୍ରମରେ ଓଡ଼ିଶାରେ ମଧ୍ୟ ବିହିତ ପଦକ୍ଷେପ ନିଆଯାଉଛି । ଡ୍ରୋନ୍ ଉପରେ କଡ଼ା ନଜର ରଖିବାକୁ ଓଡ଼ିଶା ସରକାର ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଅଣପଞ୍ଜୀକୃତ ଡ୍ରୋନ୍ ରଖିଥିବା ଅପରେଟରଙ୍କୁ ଜେରା କରାଯିବ । ଏନେଇ ଆଜି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା […]

ଡ୍ରୋନ୍ ଉପରେ କଡ଼ା ନଜର ରଖିବାକୁ ନିର୍ଦେଶ – ରାଜସ୍ବ ମନ୍ତ୍ରୀ
Samaya Live Picture
Published On

ଭୁବନେଶ୍ବର: ଭାରତ ଓ ପାକିସ୍ତାନର ଯୁଦ୍ଧସ୍ଥିତିକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି । କେନ୍ଦ୍ରସରକାର ସବୁ ରାଜ୍ୟଙ୍କ ଯୁଦ୍ଧ ପାଇଁ ସଚେତନ କରାଇଛନ୍ତି । ଏହି କ୍ରମରେ ଓଡ଼ିଶାରେ ମଧ୍ୟ ବିହିତ ପଦକ୍ଷେପ ନିଆଯାଉଛି । ଡ୍ରୋନ୍ ଉପରେ କଡ଼ା ନଜର ରଖିବାକୁ ଓଡ଼ିଶା ସରକାର ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଅଣପଞ୍ଜୀକୃତ ଡ୍ରୋନ୍ ରଖିଥିବା ଅପରେଟରଙ୍କୁ ଜେରା କରାଯିବ । ଏନେଇ ଆଜି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ସମ୍ଭାବ୍ୟ ସ୍ଥିତିକୁ ନେଇ ସମ୍ବେଦନଶୀଳ ସ୍ଥାନ ଉପରେ କଡ଼ା ନଜର ରଖିବାକୁ ବି କୁହାଯାଇଛି। ସମ୍ଭାବ୍ୟ ଯୁଦ୍ଧ ସ୍ଥିତିକୁ ନେଇ ଓଡ଼ିଶା ସରକାର ପ୍ରସ୍ତୁତ ଅଛନ୍ତି । ବଡ଼ ବଡ଼ ସରକାରୀ ଅଧିକାରୀଙ୍କ ଛୁଟିକୁ ବାତିଲ କରାଯାଇଛି । ଓଡ଼ିଶାବାସୀ ଆଦୌ ବିଚଳିତ ହୁଅନ୍ତୁ ନାହିଁ , ଯେଉଁ ଭଳି ପରିସ୍ଥିତି ଉତ୍ପନ୍ନ ହେଲେ ମଧ୍ୟ ସମସ୍ତ ପରିସ୍ଥିତିକୁ ସାମ୍ନା କରିବା ପାଇଁ ଓଡ଼ିଶା ସରକାର ସବୁବେଳେ ପ୍ରସ୍ତୁତ ବୋଲି ରାଜସ୍ବ ମନ୍ତ୍ରୀ ସୂଚନା ଦେଇଛନ୍ତି।

ଅନ୍ୟପଟେ, କାଶ୍ମୀରରୁ ୩ ଓ ଉତ୍ତରାଖଣ୍ଡରୁ ୧୫ ଛାତ୍ରଛାତ୍ରୀ ଫେରିଥିବା ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। କାଶ୍ମୀରରୁ ୩ ଛାତ୍ରଛାତ୍ରୀ ବାଲେଶ୍ବର ଫେରିଛନ୍ତି। ଭାରତ-ପାକ୍ ଯୁଦ୍ଧ ଭଳି ସ୍ଥିତି ଯୋଗୁ ସେମାନେ ଫେରିଛନ୍ତି।

Tags: