ଭିଜିଲାନ୍ସ ପଞ୍ଝାରେ ରାଜସ୍ୱ ନିରୀକ୍ଷକ

ପୁରୀ: ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୁଣି ଜଣେ ସରକାରୀ ବାବୁ । ୬୦ ହଜାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ପିପିଲି ତହସିଲର ବନ୍ତଳସିଂହ ସର୍କଲ ରାଜସ୍ୱ ନିରୀକ୍ଷକ (RI) ଜୀବନକୃଷ୍ଣ ପରିଡ଼ା। ଜମି ମ୍ୟୁଟେସନ ପାଇଁ ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବାବେଳେ ଭିଜିଲାନ୍ସ ପଞ୍ଝାରେ । ତାଙ୍କ ଠାରୁ ରଙ୍ଗବୋଳା ଟଙ୍କା ଜବତ କରାଯାଇଛି । ସୂଚନାନୁସାରେ,ପୁରୀ ଜିଲ୍ଲା ପିପିଲି ତହସିଲ ବନ୍ତଳ ସିଂ ଆରଆଇ ଜୀବନ କୃଷ୍ଣ ପରିଡ଼ା ଅଭିଯୋଗକାରୀଙ୍କ ୬ଟି […]

ଭିଜିଲାନ୍ସ ପଞ୍ଝାରେ ରାଜସ୍ୱ ନିରୀକ୍ଷକ
Samaya Live Picture
Published On

ପୁରୀ: ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୁଣି ଜଣେ ସରକାରୀ ବାବୁ । ୬୦ ହଜାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ପିପିଲି ତହସିଲର ବନ୍ତଳସିଂହ ସର୍କଲ ରାଜସ୍ୱ ନିରୀକ୍ଷକ (RI) ଜୀବନକୃଷ୍ଣ ପରିଡ଼ା। ଜମି ମ୍ୟୁଟେସନ ପାଇଁ ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବାବେଳେ ଭିଜିଲାନ୍ସ ପଞ୍ଝାରେ । ତାଙ୍କ ଠାରୁ ରଙ୍ଗବୋଳା ଟଙ୍କା ଜବତ କରାଯାଇଛି ।

ସୂଚନାନୁସାରେ,ପୁରୀ ଜିଲ୍ଲା ପିପିଲି ତହସିଲ ବନ୍ତଳ ସିଂ ଆରଆଇ ଜୀବନ କୃଷ୍ଣ ପରିଡ଼ା ଅଭିଯୋଗକାରୀଙ୍କ ୬ଟି ପୈତୃକ ପ୍ଲଟର ମ୍ୟୁଟେସନ ଆବେଦନ ପାଇଁ କେସ୍ ପିଛା ୧୫,୦୦୦ ଟଙ୍କା ହିସାବରେ ମୋଟ ୯୦,୦୦୦ ଟଙ୍କା ଦାବି କରିଥିଲେ। ଶେଷରେ ୬୦ ହଜାର ଦେଲେ ଦରଖାସ୍ତ ଫାଇଲ କାମ କରିବେ ବୋଲି ରାଜି ହୋଇଥିଲେ । ଏନେଇ ଅଭିଯୋଗକାରୀ ଭିଜିଲାନ୍ସରେ ଜଣାଇଥିଲେ । ଭିଜିଲାନ୍ସ ଅଧିକାରୀଙ୍କ ଦ୍ୱାରା ପୂର୍ଵ ଯୋଜନା ଅନୁଯାଇ ଆରଆଇ ଜୀବନକୃଷ୍ଣ ପରିଡ଼ା ଆଜି ଅଭିଯୋଗକାରୀଙ୍କ ଠାରୁ ୬୦,୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ଭିଜିଲାନ୍ସ ଟିମ୍ ପରିଡ଼ାଙ୍କ ଠାରୁ ୬୦,୦୦୦ ଟଙ୍କା ଲାଞ୍ଚ ଟଙ୍କା ଜବତ କରିଛି। ତାଙ୍କ ବିରୁଦ୍ଧରେ ଦୁର୍ନୀତି ନିବାରଣ (ସଂଶୋଧନ) ଅଧିନିୟମ, ୨୦୧୮ର ଧାରା ୭ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଦୁଇଟି ସ୍ଥାନରେ ଏକକାଳୀନ ଚାଲିଛି ଚଢ଼ାଉ ।

Tags: