ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ କଟ୍‌ ଅଫ୍‌ ମାର୍କ , ରେଭେନ୍ସା ଆଗରେ

ଭୁବନେଶ୍ୱର : ପ୍ରକାଶ ପାଇଲା ଯୁକ୍ତ ୨ର ପ୍ରଥମ କଟ ଅଫ ତାଲିକା I ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶ ପାଇଛି ମେରିଟ ଲିଷ୍ଟ । ଗତ ବର୍ଷ ଭଳି ଚଳିତବର୍ଷ ମଧ୍ୟ ଆଗରେ ରହିଛି ରେଭେନ୍‌ସା। ବିଜ୍ଞାନରେ ୯୧.୬୭%, ବାଣିଜ୍ୟରେ ୭୯.୨୦ ଓ କଳାରେ ୮୦ ପ୍ରତିଶତ ରହିଛି। ସେହିପରି ଏଫ୍‌ଏମ କଲେଜର ବିଜ୍ଞାନ କଟ୍‌ଅଫ ମାର୍କ ରହିଛି ୯୦%। ୮୯% କଟ୍‌ଅଫ ମାର୍କ ସହ ତୃତୀୟରେ ରହିଛି ବିଜେବି କଲେଜ। କଳା […]

Samaya Live Picture
Published On

ଭୁବନେଶ୍ୱର : ପ୍ରକାଶ ପାଇଲା ଯୁକ୍ତ ୨ର ପ୍ରଥମ କଟ ଅଫ ତାଲିକା I ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶ ପାଇଛି ମେରିଟ ଲିଷ୍ଟ । ଗତ ବର୍ଷ ଭଳି ଚଳିତବର୍ଷ ମଧ୍ୟ ଆଗରେ ରହିଛି ରେଭେନ୍‌ସା। ବିଜ୍ଞାନରେ ୯୧.୬୭%, ବାଣିଜ୍ୟରେ ୭୯.୨୦ ଓ କଳାରେ ୮୦ ପ୍ରତିଶତ ରହିଛି।

ସେହିପରି ଏଫ୍‌ଏମ କଲେଜର ବିଜ୍ଞାନ କଟ୍‌ଅଫ ମାର୍କ ରହିଛି ୯୦%। ୮୯% କଟ୍‌ଅଫ ମାର୍କ ସହ ତୃତୀୟରେ ରହିଛି ବିଜେବି କଲେଜ। କଳା ଓ ବାଣିଜ୍ୟରେ ରାଉରକେଲା ସରକାରୀ କଲେଜ ଦ୍ୱିତୀୟରେ ରହିଛି। ୨୧୫୮ଟି ଉଚ୍ଚ ମାଧ୍ୟମିକ ସ୍କୁଲରେ ଥିବା ୫ ଲକ୍ଷ ୯ ହଜାର ୬୧୪ ସିଟ୍‌ ରେ ନାମଲେଖା ପାଇଁ ପ୍ରକାଶ ପାଇଛି ପ୍ରଥମ ମେଧା ତାଲିକା ।ଏଥିରୁ କଳାରେ ୨,୫୩,୧୭୮, ବିଜ୍ଞାନରେ ୧,୨୧,୦୨୩ ଓ ବାଣିଜ୍ୟରେ ୨୫,୧୬୮ ଜଣ ସାମିଲ ଅଛନ୍ତି। ସେହିପରି ଉପଶାସ୍ତ୍ରୀରେ ୭,୭୭୯ ଓ ଭୋକେସନାଲରେ ୫,୨୦୦ ଛାତ୍ରଛାତ୍ରୀ ନାମ ଲେଖାଇବା ପାଇଁ ମନୋନୀତ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ମୋଟ୍‌ ୨,୦୩,୫୪୩ ଛାତ୍ର, ୨,୦୮,୭୭୮ ଛାତ୍ର ଓ ୪୭ ଜଣ ଅନ୍ୟ ବର୍ଗରୁ ନାମ ଲେଖାଇବା ପାଇଁ ଚୟନ ହୋଇଥିବା ବେଳେ ୪,୭୨,୨୭୯ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୯,୯୧୧ ଜଣଙ୍କୁ ଦ୍ବତୀୟ ପର୍ଯ୍ୟାୟରେ ନାମ ଲେଖାଇବା ପାଇଁ ଚୟନ କରାଯିବ ବୋଲି ଜଣାପଡ଼ିଛି। ତେବେ ମାଧ୍ୟମିକ ଶିକ୍ଷା ବୋର୍ଡରୁ ଉତ୍ତୀର୍ଣ୍ଣ ହୋଇ ଯୁକ୍ତ ୨ରେ ପାଠ ପଢ଼ିବା ପାଇଁ ଆବେଦନ କରିଥିବା ୪,୪୮,୨୭୮ ଜଣଙ୍କ ମଧ୍ୟରୁ ୩,୮୯,୪୯୪ ଜଣଙ୍କୁ ପ୍ରଥମ ପର୍ଯ୍ୟାୟରେ ମନୋନୀତ କରାଯାଇଛି।

ପ୍ରଥମ ପର୍ଯ୍ୟାୟ ନାମଲେଖା ଜୁଲାଇ ୭ ରୁ ୧୩ ତାରିଖ ହେବ । ଯୋଗ୍ୟ ବିବେଚିତ ଛାତ୍ର ଛାତ୍ରୀ ମାନେ ପାଇଥିବା ଇଣ୍ଟିମେଶନ ଅନୁଯାୟୀ ନିଜ ନିଜ ଉଚ୍ଚ ମାଧ୍ୟମିକ ସ୍କୁଲରେ ନାମ ଲେଖାଇବେ । ୮ ତାରିଖରେ ସ୍ଲାଇଡଅପ୍‌ ପାଇଁ ଆବେଦନ କରିପାରିବେ । ଏହାପରେ ଜୁଲାଇ ୧୯ ତାରିଖରେ ପ୍ରକାଶ ପାଇବ ଦ୍ୱିତୀୟ ମେରିଟ ଲିଷ୍ଟ । ଜୁଲାଇ ୨୦ ରୁ ୨୨ ହେବ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା

Tags: