ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ
ଭୁବନେଶ୍ୱର: ଶିକ୍ଷକ ଅଭାବ ପୂରଣ କରିବାକୁ ରାଜ୍ୟ ଗଣଶିକ୍ଷା ବିଭାଗର ବଡ଼ ପଦକ୍ଷେପ । ଖାଲି ଥିବା ଶିକ୍ଷକ ପଦବୀରେ ପୁନଃ ନିଯୁକ୍ତି ପାଇବେ ଅବସରପ୍ରାପ୍ତ ଶିକ୍ଷକ । ରାଜ୍ୟରେ ଥିବା ୬,୩୮୭ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଅତିଥି ଶିକ୍ଷକଭାବେ ନିଯୁକ୍ତି ପ୍ରଦାନ କରାଯିବ । ନୂଆ TGT ଶିକ୍ଷକ ନିଯୁକ୍ତି ହେବା ଯାଏଁ ଏମାନେ ଶିକ୍ଷକତା କରିବେ । ଏ ସଂକ୍ରାନ୍ତରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମାଧ୍ୟମିକ ଶିକ୍ଷା ପରିଷଦକୁ ଚିଠି ଲେଖିଛନ୍ତି । ରାଜ୍ୟରେ […]
ଭୁବନେଶ୍ୱର: ଶିକ୍ଷକ ଅଭାବ ପୂରଣ କରିବାକୁ ରାଜ୍ୟ ଗଣଶିକ୍ଷା ବିଭାଗର ବଡ଼ ପଦକ୍ଷେପ । ଖାଲି ଥିବା ଶିକ୍ଷକ ପଦବୀରେ ପୁନଃ ନିଯୁକ୍ତି ପାଇବେ ଅବସରପ୍ରାପ୍ତ ଶିକ୍ଷକ । ରାଜ୍ୟରେ ଥିବା ୬,୩୮୭ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଅତିଥି ଶିକ୍ଷକଭାବେ ନିଯୁକ୍ତି ପ୍ରଦାନ କରାଯିବ । ନୂଆ TGT ଶିକ୍ଷକ ନିଯୁକ୍ତି ହେବା ଯାଏଁ ଏମାନେ ଶିକ୍ଷକତା କରିବେ । ଏ ସଂକ୍ରାନ୍ତରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମାଧ୍ୟମିକ ଶିକ୍ଷା ପରିଷଦକୁ ଚିଠି ଲେଖିଛନ୍ତି ।
ରାଜ୍ୟରେ କେଉଁ ବିଦ୍ୟାଳୟରେ ଶିକ୍ଷକ ପଦବୀ ଖାଲି ରହିଛି ସେ ନେଇ ସମ୍ପୃକ୍ତି ଜିଲ୍ଲାର ଶିକ୍ଷାଅଧିକାରୀମାନେ ଶିକ୍ଷା ପରିଷଦକୁ ରିପୋର୍ଟ ପ୍ରଦାନ କରିବେ । ଏହା ସହିତ ଜିଲ୍ଲାପାଳମାନଙ୍କ ଅନୁମୋଦନ ମଧ୍ୟ ଜରୁରୀ ଅଟେ । ଜିଲ୍ଲାପାଳମାନେ ସମ୍ପୃକ୍ତ ରିପୋର୍ଟକୁ ଅନୁମୋଦନ କଲେ ଅତିଥି ଶିକ୍ଷକ ନିଯୁକ୍ତି ହେବେ । ସମସ୍ତ ଅନୁଦାନପ୍ରାପ୍ତ ବିଦ୍ୟାଳୟ,ବ୍ଲକ ଗ୍ରାଣ୍ଟ ବିଦ୍ୟାଳୟ ସହ ସମସ୍ତ ସଂସ୍କୃତ ଟୋଲ ବିଦ୍ୟାଳୟ ମାନଙ୍କରେ ଏହି ଶିକ୍ଷକ ମାନଙ୍କୁ ନିଯୁକ୍ତି ଦିଆଯିବ । ନୂତନ ଶିକ୍ଷକ ନିଯୁକ୍ତି ପାଇବା ପରେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଅପସାରଣ କରାଯିବ ।




