ରାଜ୍ୟ ନିର୍ବାଚନ ଭାବରେ ଦାୟିତ୍ୱ ନେଲେ ଅବସରପ୍ରାପ୍ତ ଆଇଏଏସ ମଧୁସୂଦନ ପାଢ଼ୀ

ଭୁବନେଶ୍ୱର : ମଧୁସୂଦନ ପାଢ଼ୀ ହେଲେ ରାଜ୍ୟ ନିର୍ବାଚନ କମିଶନର । ତୋଶାଳୀ ଭବନରେ ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଏଣିକି ରାଜ୍ୟ ନିର୍ବାଚନ କମିଶନର ଦାୟିତ୍ୱ ତୁଲାଇବେ ଅବସରପ୍ରାପ୍ତ ଆଇଏଏସ୍‌ ମଧୁସୂଦନ ପାଢ଼ୀ । ଆଦିତ୍ୟ ପାଢ଼ୀଙ୍କ ଅବସର ପରେ ଖାଲି ପଡ଼ିଥିଲା କମିଶନର ପଦ । ମଧୁସୂଦନ ପାଢ଼ୀ ହେଉଛନ୍ତି ୧୯୯୧-ବ୍ୟାଚ୍ ଓଡିଶା କ୍ୟାଡରର ଆଇଏଏସ୍ ଅଧିକାରୀ । ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେବା ପରେ ପ୍ରଥମେ ସେ କନ୍ଧମାଳ ଜିଲ୍ଲା […]

Samaya Live Picture
Published On

ଭୁବନେଶ୍ୱର : ମଧୁସୂଦନ ପାଢ଼ୀ ହେଲେ ରାଜ୍ୟ ନିର୍ବାଚନ କମିଶନର । ତୋଶାଳୀ ଭବନରେ ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଏଣିକି ରାଜ୍ୟ ନିର୍ବାଚନ କମିଶନର ଦାୟିତ୍ୱ ତୁଲାଇବେ ଅବସରପ୍ରାପ୍ତ ଆଇଏଏସ୍‌ ମଧୁସୂଦନ ପାଢ଼ୀ । ଆଦିତ୍ୟ ପାଢ଼ୀଙ୍କ ଅବସର ପରେ ଖାଲି ପଡ଼ିଥିଲା କମିଶନର ପଦ ।

ମଧୁସୂଦନ ପାଢ଼ୀ ହେଉଛନ୍ତି ୧୯୯୧-ବ୍ୟାଚ୍ ଓଡିଶା କ୍ୟାଡରର ଆଇଏଏସ୍ ଅଧିକାରୀ । ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେବା ପରେ ପ୍ରଥମେ ସେ କନ୍ଧମାଳ ଜିଲ୍ଲା ବାଲିଗୁଡାର ସବ୍ କଲେକ୍ଟର ଭାବରେ କାର୍ଯ୍ୟ କରିଥିଲେ । ପରେ ପ୍ରୋଜେକ୍ଟ ନିର୍ଦ୍ଦେଶକ, ଡିଆରଡିଏ, ମୟୂରଭଞ୍ଜ ପରେ ବିଭିନ୍ନ ବିଭାଗର ସଚିବ ଥିଲେ ।

Tags: