ହାଇସ୍କୁଲରେ ପଢ଼ାଇବେ ଅବସରପ୍ରାପ୍ତ ଶିକ୍ଷକ
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସରକାରୀ ସ୍କୁଲରେ ଖାଲି ପଡିଛି ଶିକ୍ଷକ ପଦ । ଯାହାଫଳରେ ପାଠପଢ଼ା ବାଧାପ୍ରାପ୍ତ ହେଉଛି । ଏହି ସମସ୍ୟାକୁ ଦୂରେଇବାକୁ ଗଣଶିକ୍ଷା ବିଭାଗ ନେଇଛି ବଡ ନିଷ୍ପତ୍ତି । ଏଣିକି ସରକାରୀ, ସମ୍ପୂର୍ଣ୍ଣ ଅନୁଦାନପ୍ରାପ୍ତ ଓ ବ୍ଳକଗ୍ରାଣ୍ଟ ହାଇସ୍କୁଲରେ ଅବସରପ୍ରାପ୍ତ ଶିକ୍ଷକ ପଢାଇବେ ବୋଲି ବିଭାଗ ନିଷ୍ପତ୍ତି ନେଇଛି । ଏଥିପାଇଁ ଖୁବଶୀଘ୍ର ନିଯୁକ୍ତି ନିର୍ଦ୍ଦେଶାବଳୀ ଜାରି କରିବାକୁ ମଧ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ଶିକ୍ଷା ବର୍ଷରେ ୪ […]
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସରକାରୀ ସ୍କୁଲରେ ଖାଲି ପଡିଛି ଶିକ୍ଷକ ପଦ । ଯାହାଫଳରେ ପାଠପଢ଼ା ବାଧାପ୍ରାପ୍ତ ହେଉଛି । ଏହି ସମସ୍ୟାକୁ ଦୂରେଇବାକୁ ଗଣଶିକ୍ଷା ବିଭାଗ ନେଇଛି ବଡ ନିଷ୍ପତ୍ତି । ଏଣିକି ସରକାରୀ, ସମ୍ପୂର୍ଣ୍ଣ ଅନୁଦାନପ୍ରାପ୍ତ ଓ ବ୍ଳକଗ୍ରାଣ୍ଟ ହାଇସ୍କୁଲରେ ଅବସରପ୍ରାପ୍ତ ଶିକ୍ଷକ ପଢାଇବେ ବୋଲି ବିଭାଗ ନିଷ୍ପତ୍ତି ନେଇଛି । ଏଥିପାଇଁ ଖୁବଶୀଘ୍ର ନିଯୁକ୍ତି ନିର୍ଦ୍ଦେଶାବଳୀ ଜାରି କରିବାକୁ ମଧ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ଶିକ୍ଷା ବର୍ଷରେ ୪ ହଜାର ୫୮୦ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବାକୁ ଅନୁମତି ମିଳିଥିବାବେଳେ ସେମାନଙ୍କ କାର୍ଯ୍ୟକାଳ ୨୦୨୫ ମାର୍ଚ୍ଚ ଅର୍ଥାତ୍ ନୂଆ ଶିକ୍ଷକ ନିଯୁକ୍ତି ଯାଏଁ ବଳବତ୍ତର ରହିବ । ଏହି ଅତିଥି ଶିକ୍ଷକ ନିଯୁକ୍ତି କିଭଳି ସୁରୁଖୁରୁରେ ହେବ ତାକୁ ଜିଲ୍ଲା ଶିକ୍ଷାଧିକାରୀ ସୁନିଶ୍ଚିତ କରିବେ ।




