ଆନନ୍ଦ ବଜାରରେ ନିଯୁକ୍ତି ହେବେ ଅବସରପ୍ରାପ୍ତ ସେନା କର୍ମଚାରୀ

ପୁରୀ : ବାସି ଅବଢ଼ା ବିକ୍ରି ଉପରେ ଲାଗିବ ରୋକ । ଶୃଙ୍ଖଳିତ ହେବ ଆନନ୍ଦ ବଜାର । ପୁରୀ ଶ୍ରୀମନ୍ଦିର ଆନନ୍ଦ ବଜାର ଜଗିବେ ଅବସରପ୍ରାପ୍ତ ସେନା କର୍ମଚାରୀ । ନିଯୁକ୍ତି ହେବେ ୨୦ ଜଣ ଅବସରପ୍ରାପ୍ତ ସେନା କର୍ମଚାରୀ । ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ସେପ୍ଟେମ୍ୱର ୩୦ ତାରିଖ ସୁଦ୍ଧା ଶେଷ ହେବ ନିଯୁକ୍ତି ପ୍ରକ୍ରିୟା । ଏକ ତାରିଖ ଠାରୁ ମୁତୟନ ହେବେ ନୂଆ କର୍ମଚାରୀ […]

Samaya Live Picture
Published On

ପୁରୀ : ବାସି ଅବଢ଼ା ବିକ୍ରି ଉପରେ ଲାଗିବ ରୋକ । ଶୃଙ୍ଖଳିତ ହେବ ଆନନ୍ଦ ବଜାର । ପୁରୀ ଶ୍ରୀମନ୍ଦିର ଆନନ୍ଦ ବଜାର ଜଗିବେ ଅବସରପ୍ରାପ୍ତ ସେନା କର୍ମଚାରୀ । ନିଯୁକ୍ତି ହେବେ ୨୦ ଜଣ ଅବସରପ୍ରାପ୍ତ ସେନା କର୍ମଚାରୀ । ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ସେପ୍ଟେମ୍ୱର ୩୦ ତାରିଖ ସୁଦ୍ଧା ଶେଷ ହେବ ନିଯୁକ୍ତି ପ୍ରକ୍ରିୟା । ଏକ ତାରିଖ ଠାରୁ ମୁତୟନ ହେବେ ନୂଆ କର୍ମଚାରୀ ।

ସେହିପରି ଅଣସୂପକାର ଅବଢ଼ା ବିକ୍ରି କରିପାରିବେ ନାହିଁ । ସୁଆର ମହାସୁଆର ନିଯୋଗ ଦ୍ୱାରା ସୂଚିତ ସୂପକାରଙ୍କୁ ମିଳିବ ଅନୁମତି । ଭକ୍ତଙ୍କ ପ୍ରତି ଆରଚରଣ ଓ ଉଚ୍ଚାରଣ ଠିକ୍ ରଖିବା ଉପରେ ଗୁରୁତ୍ୱ ରହିବ । ନିର୍ଦ୍ଧିଷ୍ଟ ସ୍ଥାନ ବ୍ୟତୀତ ଅନ୍ୟ ସ୍ଥାନରେ ଭୋଗ ବିକ୍ରିକୁ ବାରଣ କରାଯାଇଛି । ଆନନ୍ଦ ବଜାରରେ ଭୋଗ ବ୍ୟତିତ ଅନ୍ୟ ଖାଦ୍ୟ ବିକ୍ରି କରିପାରିବେନି ସୂପକାର ।

ଅନ୍ୟପଟେ ଆଜି ପୁରୀ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକଙ୍କୁ ବଦଳି କରାଯାଇଛି। ପୂର୍ବରୁ ଉନ୍ନୟନ ପ୍ରଶାସକ ଥିବା ଅଜୟ ଜେନାଙ୍କୁ ବଦଳି କରାଯାଇ ତାଙ୍କ ସ୍ଥାନରେ ନୂତନ ଭାବେ ଦେବବ୍ରତ ସାହୁଙ୍କୁ ନିଯୁକ୍ତ କରାଯାଇଛି। ସେହିପରି ଦୀପ୍ତିରଞ୍ଜନ ସେଠୀଙ୍କୁ ଶ୍ରୀମନ୍ଦିର ରାଜସ୍ଵ ଉପପ୍ରଶାସକ ଭାବେ ନିଯୁକ୍ତି ମିଳିଛି।

Tags: