ଡିଜିପି ସମ୍ମିଳନୀ ପାଇଁ ମୋ ବସ ଚଳାଚଳ ଉପରେ କଟକଣା
ଭୁବନେଶ୍ୱର : ଡିଜିପି ସମ୍ମିଳନୀ ପାଇଁ ମୋ ବସ ସେବା ପ୍ରଭାବିତ । କାଯ୍ୟକ୍ରମ ସମୟରେ ଏହି ସବୁ ରୁଟରେ ୩ ଦିନ ଧରି ମୋ ବସ ସେବା ପ୍ରଭାବିତ ହେବ । ରୁଟ ନମ୍ବର ୯, ୧୦,୧୧,୧୨ , ୧୩, ୧୭. ୨୧, ୨୧, ୨୨ଏ, ୨୩, ୨୫, ୨୬, ୨୭, ୨୮, ୩୦, ୩୧, ୩୨, ୩୬, ୩୭, ୩୮, ୩୯, ୪୦, ୪୪, ୪୬, ୪୭, ୬୪, ୬୬ ଏବଂ AE1, AE2ରେ […]
ଭୁବନେଶ୍ୱର : ଡିଜିପି ସମ୍ମିଳନୀ ପାଇଁ ମୋ ବସ ସେବା ପ୍ରଭାବିତ । କାଯ୍ୟକ୍ରମ ସମୟରେ ଏହି ସବୁ ରୁଟରେ ୩ ଦିନ ଧରି ମୋ ବସ ସେବା ପ୍ରଭାବିତ ହେବ । ରୁଟ ନମ୍ବର ୯, ୧୦,୧୧,୧୨ , ୧୩, ୧୭. ୨୧, ୨୧, ୨୨ଏ, ୨୩, ୨୫, ୨୬, ୨୭, ୨୮, ୩୦, ୩୧, ୩୨, ୩୬, ୩୭, ୩୮, ୩୯, ୪୦, ୪୪, ୪୬, ୪୭, ୬୪, ୬୬ ଏବଂ AE1, AE2ରେ ବସ୍ ଆଜିଠାରୁ ଏକ ତାରିଖ ପର୍ଯ୍ୟନ୍ତ ପ୍ରଭାବିତ ହେବ ।
କମିସନରେଟ ପୋଲିସର ଟ୍ରାଫିକ କଟକଣା ଅନୁସାରେ ମୋ ବସ ସେବା ନେଇ ଏଭଳି ନିଷ୍ପତ୍ତି ନେଇଛି କ୍ରୃଟ୍ ।ଭିଆଇପି ଓ ଭିଭିଆଇପିଙ୍କ ସୁରକ୍ଷା ଓ ନିରାପତ୍ତା ଏବଂ ଜନସାଧାରଣଙ୍କ ସୁଗମାନଗମନକୁ ଦୃଷ୍ଟିରେ ରଖି ଟ୍ରାଫିକ କଟକଣା ଜାରି କରିଛି ପୋଲିସ ।
ସୂଚନାନୁସାରେ,ଆଜିଠୁ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ୩ ଦିନିଆ ଡିଜିପି ସମ୍ମିଳନୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମିଳନୀକୁ ଉଦଘାଟନ କରିବାକୁ ଥିବାବେଳେ ,ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ଅନ୍ୟାନ୍ୟ ଭିଭିଆଇପି ୩ ଦିନ ଧରି ଭୁବନେଶ୍ୱରରେ ରହିବେ । ଏହାକୁ ଦୃଷ୍ଟିରେ ରଖି ରାଜଧାନୀର ବିଭିନ୍ନ ରାସ୍ତାରେ ଟ୍ରାଫିକ୍ କଟକଣା ଜାରି ହୋଇଛି । ବିଶେଷ କରି ବିମାନବନ୍ଦରରୁ ଏଜି ଛକ, ପିଏମ୍ଜି ଛକ ଦେଇ ୧୨୦ ବାଟାଲିୟନ ରାସ୍ତାରେ ଯା’ଆସ ମନା କରାଯାଇଛି । ସନ୍ଧ୍ୟାରେ ରାଜଭବନ-ଏଜି-ହାଉସିଂ ବୋର୍ଡ-ରାମମନ୍ଦିର ରାସ୍ତା ସିଲ୍ କରାଯିବ। ଏହାକୁ ଦୃଷ୍ଟିରେ ତିନିଦିନ ମୋ ବସ ଚଳାଚଳ ଉପରେ କଟକଣା ଜାରି ହୋଇଛି। ରୁଟ୍ ନମ୍ବର ୯, ୧୦, ୧୧, ୧୨, AE୧, AE୨, ୧୩, ୧୭, ୨୦, ୨୧, ୨୨A, ୨୩, ୨୫, ୨୬, ୨୭, ୨୮, ୩୦, ୩୧, ୩୨, ୩୬, ୩୭, ୩୮, ୩୯, ୪୦, ୪୪, ୪୬,୪୭, ୬୪ ଏବଂ ୬୬ରେ ବନ୍ଦ ରହିବ।




