କନ୍ଧମାଳ ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀଙ୍କ ଇସ୍ତଫା
ଫୁଲବାଣୀ: କନ୍ଧମାଳ ଜିଲ୍ଲା ବିଜେଡି ଦଳର ମହିଳା ଅଧ୍ୟକ୍ଷା ଦଳରୁ ଇସ୍ତଫା ଦେଇଛନ୍ତି I ଖଜୁରୀପଡା ପଂଚାୟତ ସମିତି ଅଧ୍ୟକ୍ଷା ଅନିମା କହଁର ଦଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ଦଳ ସଭାପତି ତଥା ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ପଦବୀରୁ ଇସ୍ତଫା ଦେଇଥିବା ଜଣାଇଛନ୍ତି। ଦୀର୍ଘ ଦିନ ଧରି ଦଳର ଶୃଙ୍ଖଳିତ କର୍ମୀ ଭାବରେ କାର୍ଯ୍ୟ କରୁଥିବା ବେଳେ ଦଳରେ ତାଙ୍କୁ ଅଣଦେଖା କରାଯାଉଥିବା ସେ ନିଜ ଇସ୍ତଫା ପାତ୍ରରେ ଉଲ୍ଲେଖ […]
ଫୁଲବାଣୀ: କନ୍ଧମାଳ ଜିଲ୍ଲା ବିଜେଡି ଦଳର ମହିଳା ଅଧ୍ୟକ୍ଷା ଦଳରୁ ଇସ୍ତଫା ଦେଇଛନ୍ତି I ଖଜୁରୀପଡା ପଂଚାୟତ ସମିତି ଅଧ୍ୟକ୍ଷା ଅନିମା କହଁର ଦଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ଦଳ ସଭାପତି ତଥା ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ପଦବୀରୁ ଇସ୍ତଫା ଦେଇଥିବା ଜଣାଇଛନ୍ତି। ଦୀର୍ଘ ଦିନ ଧରି ଦଳର ଶୃଙ୍ଖଳିତ କର୍ମୀ ଭାବରେ କାର୍ଯ୍ୟ କରୁଥିବା ବେଳେ ଦଳରେ ତାଙ୍କୁ ଅଣଦେଖା କରାଯାଉଥିବା ସେ ନିଜ ଇସ୍ତଫା ପାତ୍ରରେ ଉଲ୍ଲେଖ କରିଛନ୍ତି I
ସୂଚନାଯୋଗ୍ୟ, ଅନିମା ଦୀର୍ଘ ବର୍ଷ ଧରି ଜିଲ୍ଲା ମହିଳା ବିଜେଡିର ମୁଖିଆ ଭାବେ କାର୍ଯ୍ୟ ତୁଲାଉଥିଲେ। ସେ ବର୍ତ୍ତମାନ ଖଜୁରୀପଡା ବ୍ଲକ ଅଧ୍ୟକ୍ଷା ରହିଥିଲେ । ଚଳିତ ନିର୍ବାଚନରେ ସେ ଫୁଲବାଣୀ ବିଧାନସଭା ଆସନ ପାଇଁ ଟିକଟ ଆଶାୟୀ ଥିଲେ, କିନ୍ତୁ ତାଙ୍କୁ ନିରାଶ ହେବାକୁ ପଡିଥିଲା। ଏପଟେ ଅନିମାଙ୍କ ଭାଇ ତଥା ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ସମାଜବାଦୀ ପାର୍ଟିର ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। ସେପଟେ ଦେବେନ୍ଦ୍ରଙ୍କ ଭଉଣୀ ଅନିମା କହଁର ଏବଂ ଭାଇ ତଥା ଜିଲ୍ଲା ବିଜେଡି ସମ୍ପାଦକ ରାଜେନ୍ଦ୍ର କହଁରଙ୍କୁ ଦଳବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ଆଜି ବିଜେଡିରୁ ବହିଷ୍କାର କରାଯାଇଛି ବୋଲି ଦଳର ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରେସ୍ମିଟରେ ପ୍ରକାଶ କରିଛନ୍ତି।




