ଓଏସ ସ୍ତରରେ ଅଦଳବଦଳ,ବଦଳିଲେ ୨୨ ଅଧିକାରୀ
ଭୁବନେଶ୍ୱର : ରାଜ୍ୟ ପ୍ରଶାସନିକ ସ୍ତରରେ ପରିବର୍ତ୍ତନ । ୨୨ ଜଣ ଅଧିକାରୀଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର। ଏନେଇ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପରାଶିତ ବିଜ୍ଞପ୍ତି ଅନୁସାରେ, କଟକ ଉନ୍ନୟନ କର୍ତ୍ତୃପକ୍ଷ ସଚିବ ଜ୍ୟୋତିର୍ମୟୀ ପ୍ରଧାନଙ୍କୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରାଯାଇଛି। ତାଙ୍କ ସ୍ଥାନରେ ରାଜ୍ୟ ନିର୍ବାଚନ ଆୟୋଗର ପୂର୍ବତନ ଯୁଗ୍ମ ସମ୍ପାଦକ ଶ୍ଵେତ କୁମାର ଦାସଙ୍କୁ ସିଡିଏ […]
ଭୁବନେଶ୍ୱର : ରାଜ୍ୟ ପ୍ରଶାସନିକ ସ୍ତରରେ ପରିବର୍ତ୍ତନ । ୨୨ ଜଣ ଅଧିକାରୀଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର। ଏନେଇ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ପରାଶିତ ବିଜ୍ଞପ୍ତି ଅନୁସାରେ, କଟକ ଉନ୍ନୟନ କର୍ତ୍ତୃପକ୍ଷ ସଚିବ ଜ୍ୟୋତିର୍ମୟୀ ପ୍ରଧାନଙ୍କୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରାଯାଇଛି।
ତାଙ୍କ ସ୍ଥାନରେ ରାଜ୍ୟ ନିର୍ବାଚନ ଆୟୋଗର ପୂର୍ବତନ ଯୁଗ୍ମ ସମ୍ପାଦକ ଶ୍ଵେତ କୁମାର ଦାସଙ୍କୁ ସିଡିଏ ସଚିବ ଭାବରେ ଅବସ୍ଥାପିତ କରାଯାଇଛି ।
ସେହିପରି ଓଏଏସ୍ ପ୍ରବୀର କୁମାର ନାୟକ ଗଜପତି ଏଡିଏମ୍ ଭାବେ ନିଯୁକ୍ତି ପାଇଛନ୍ତି। ରାଜସ୍ଵ ପରିଷଦର ଅତିରିକ୍ତ ସଚିବ ସରୋଜ କୁମାର ସାହୁଙ୍କୁ ଅତିରିକ୍ତ ଏସଆରସି ଭାବେ ଦାୟିତ୍ଵ ମିଳିଛି।
ସୂଚାରୁ କୁମାର ବଳ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅତିରିକ୍ତ ସଚିବ , ବିଶ୍ଵରଞ୍ଜନ ନାୟକ ଝାରସୁଗୁଡା ଜିଲ୍ଲା ପରିଷଦ ସିଡିଓ-କମ୍-ଇଓ , ନିଲୁ ମହାପାତ୍ର ପୁରୀ ଏଡିଏମ୍ ଭାବେ ନିଯୁକ୍ତ ହୋଇଛନ୍ତି।




