ବୃଦ୍ଧି ହେଲା ସାମ୍ବାଦିକଙ୍କ ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନା

ଭୁବନେଶ୍ୱର : ସାମ୍ବାଦିକଙ୍କ ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନା ଗୋଟିଏ ବର୍ଷ ବୃଦ୍ଧି କରାଯାଇଛି। ଗୋଟିଏ ବର୍ଷ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଅଗଷ୍ଟ ୩୧ ତାରିଖରେ ସରୁଥିଲା ସ୍ୱାସ୍ଥ୍ୟବୀମା ଅବଧି। ତେବେ ପୂର୍ବ ବର୍ଷର ତାଲିକାକୁ ଚଳିତ ବର୍ଷରେ ଲାଗୁ କରିବା ପାଇଁ ନିଆଗଲା ନିଷ୍ପତ୍ତି। କିଛିଦିନ ତଳେ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ଲାଗୁ ହୋଇଥିବା ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାର ନବୀକରଣର ଦାବି କରାଯାଇଥିଲା। ରାଜ୍ୟରୁ ପ୍ରକାଶ ପାଉଥିବା ସାପ୍ତାହିକ, ପାକ୍ଷିକ, […]

Samaya Live Picture
Published On

ଭୁବନେଶ୍ୱର : ସାମ୍ବାଦିକଙ୍କ ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନା ଗୋଟିଏ ବର୍ଷ ବୃଦ୍ଧି କରାଯାଇଛି। ଗୋଟିଏ ବର୍ଷ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଅଗଷ୍ଟ ୩୧ ତାରିଖରେ ସରୁଥିଲା ସ୍ୱାସ୍ଥ୍ୟବୀମା ଅବଧି। ତେବେ ପୂର୍ବ ବର୍ଷର ତାଲିକାକୁ ଚଳିତ ବର୍ଷରେ ଲାଗୁ କରିବା ପାଇଁ ନିଆଗଲା ନିଷ୍ପତ୍ତି।

କିଛିଦିନ ତଳେ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ଲାଗୁ ହୋଇଥିବା ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାର ନବୀକରଣର ଦାବି କରାଯାଇଥିଲା। ରାଜ୍ୟରୁ ପ୍ରକାଶ ପାଉଥିବା ସାପ୍ତାହିକ, ପାକ୍ଷିକ, ମାସିକ ସାମ୍ବାଦପତ୍ର (ସୂଚନା ଓ ଲୋକ ସମ୍ପର୍କ ବିଭାଗ ସହ ଅନୁବନ୍ଧିତ) ଗୁଡ଼ିକର ସମସ୍ୟା ସହ ଅନେକ ବିଷୟରେ ଅଗଷ୍ଟ 25 ତାରିଖରେ ରାଜଭବନରେ ଏକ ୧୦ ଜଣିଆ ପ୍ରତିନିଧି ଦଳ ରାଜ୍ୟପାଳ ଶ୍ରୀ ଦାସଙ୍କୁ ଭେଟିବା ଅବସରରେ ଏହି ଦାବି ରଖିଥିଲେ ।

Tags: