୬.୫%ରେ ହିଁ ରେପୋ ରେଟ୍ ସ୍ଥିର
ନୂଆଦିଲ୍ଲୀ : ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ରେପୋ ରେଟକୁ ୬.୫ ପ୍ରତିଶତ ରଖିଛନ୍ତି ରିଜର୍ଭ ବ୍ୟାଙ୍କ । ଏନେଇ ଆରବିଆଇ ଗର୍ଭଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି । ତେବେ ରିଜର୍ଭ ବ୍ୟାଙ୍କର ମନିଟରି ପଲିସି ବୈଠକ ଶେଷ ହେଇଛି । ଯେଉଁଥିରେ ରେପୋ ରେଟ୍ ଅପରିବର୍ତ୍ତିତ ରଖିବା ନେଇ ନିଷ୍ପତ୍ତି ନିଆଯାଇଛି । ଏମପିସିର ୬ରୁ ୪ ଜଣ ସଦସ୍ୟ ରେପୋ ରେଟ୍ ସ୍ଥିର ରଖିବାକୁ ନିଷ୍ପତି ନେଇଥିଲେ । ସୂଚନାଯୋଗ୍ୟ ଯେ, […]
ନୂଆଦିଲ୍ଲୀ : ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ରେପୋ ରେଟକୁ ୬.୫ ପ୍ରତିଶତ ରଖିଛନ୍ତି ରିଜର୍ଭ ବ୍ୟାଙ୍କ । ଏନେଇ ଆରବିଆଇ ଗର୍ଭଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି । ତେବେ ରିଜର୍ଭ ବ୍ୟାଙ୍କର ମନିଟରି ପଲିସି ବୈଠକ ଶେଷ ହେଇଛି । ଯେଉଁଥିରେ ରେପୋ ରେଟ୍ ଅପରିବର୍ତ୍ତିତ ରଖିବା ନେଇ ନିଷ୍ପତ୍ତି ନିଆଯାଇଛି । ଏମପିସିର ୬ରୁ ୪ ଜଣ ସଦସ୍ୟ ରେପୋ ରେଟ୍ ସ୍ଥିର ରଖିବାକୁ ନିଷ୍ପତି ନେଇଥିଲେ । ସୂଚନାଯୋଗ୍ୟ ଯେ, ଗତ ୨୦୨୩ ମସିହା ଫେବ୍ରୁଆରୀ ମାସରୁ ରେପୋ ରେଟ୍ ସ୍ଥିର ରହିଛି । ସେବେଠୁ ଆଜି ପର୍ଯ୍ୟନ୍ତ ରେପୋ ରେଟ୍ ୬.୫ ପ୍ରତିଶତରେ ସ୍ଥିର ରହିଛି । ତେବେ ପ୍ରତି ଦୁଇ ମାସରେ ଆରବିଆଇ ଏମପିସି ମିଟିଂ କରିଥାଏ । ଏହି ମିଟିଂ ଥିଲା ଚଳିତ ବର୍ଷର ଦ୍ୱିତୀୟ ମିଟିଂ । ଗତ ଏପ୍ରିଲ ମାସରେ ଏମପିସିର ବୈଠକ ବସିଥିଲା ।
ଅନ୍ୟପଟେ ଅନଲାଇନ ଠକେଇ ରୋକିବାକୁ ଆରବିଆଇ ଆପଣାଇବାକୁ ଯାଉଛି ନୂଆ ବ୍ୟବସ୍ଥା। ଏଥିପାଇଁ ଡିଜିଟାଲ ପେମେଣ୍ଟ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମ ସୃଷ୍ଟି କରିବ ଆରବିଆଇ। ଅନଲାଇନ ଠକେଇ ରୋକିବା ଏବଂ ଡିଜିଟାଲ ପେମେଣ୍ଟ ଇକୋସିଷ୍ଟମକୁ ମଜବୁତ କରିବାରେ ଏହି ପ୍ଲାଟଫର୍ମ ପ୍ରଭାବଶାଳୀ ବୋଲି ପ୍ରମାଣିତ ହେବ। ଏହି ପ୍ଲାଟଫର୍ମ ପ୍ରତିଷ୍ଠା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏକ କମିଟି ଗଠନ କରିଛି। ଯାହାକି ଏହାର ବିଭିନ୍ନ ଦିଗକୁ ବିଚାର କରିବା ପରେ କାର୍ଯ୍ୟ କରିବ। ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟିର ବୈଠକ ପରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ଘୋଷଣା କରିଛନ୍ତି।




