ଆଜି ଠାରୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ

ପୁରୀ : ଆଜିଠାରୁ ପୁନର୍ବାର ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ଆସନ୍ତା ୩ ମାସ ମଧ୍ୟରେ କାର୍ଯ୍ୟ ସାରିବାକୁ ଲକ୍ଷ ରହିଛି I ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ପୂର୍ବାନୁମାନ କରି ରତ୍ନଭଣ୍ଡାର ମରାମତି କାମକୁ ଗତ ମାସ ୨୪ ତାରିଖଠାରୁ ଚଳିତ ମାସ ୨ ତାରିଖ ପର୍ଯ୍ୟନ୍ତ ବନ୍ଦ କରିଥିଲା ଶ୍ରୀମନ୍ଦିର ପ୍ରଶାସନ । ମାର୍ଗଦର୍ଶିକା ଆଧାରରେ ଦ୍ଵିତୀୟ ଭୋଗ ମଣ୍ଡପ ପରେ ଅର୍ଥାତ୍ ଅପରାହ୍ନ ୧୨ ଟା ୩୦ […]

Samaya Live Picture
Published On

ପୁରୀ : ଆଜିଠାରୁ ପୁନର୍ବାର ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ଆସନ୍ତା ୩ ମାସ ମଧ୍ୟରେ କାର୍ଯ୍ୟ ସାରିବାକୁ ଲକ୍ଷ ରହିଛି I ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ପୂର୍ବାନୁମାନ କରି ରତ୍ନଭଣ୍ଡାର ମରାମତି କାମକୁ ଗତ ମାସ ୨୪ ତାରିଖଠାରୁ ଚଳିତ ମାସ ୨ ତାରିଖ ପର୍ଯ୍ୟନ୍ତ ବନ୍ଦ କରିଥିଲା ଶ୍ରୀମନ୍ଦିର ପ୍ରଶାସନ । ମାର୍ଗଦର୍ଶିକା ଆଧାରରେ ଦ୍ଵିତୀୟ ଭୋଗ ମଣ୍ଡପ ପରେ ଅର୍ଥାତ୍ ଅପରାହ୍ନ ୧୨ ଟା ୩୦ ଠାରୁ ପ୍ରାୟ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ମରାମତି କାମ କରାଯିବ।

ଶ୍ରଦ୍ଧାଳୁଙ୍କ ଭିଡ଼ କମି ଯାଇଥିବାରୁ ୩ ତାରିଖରୁ ପୁନଶ୍ଚ ସରକାରଙ୍କ ଦ୍ୱାରା ଜାରି ଏସ୍‌ଓପି ମୁତାବକ ଏଏସ୍‌ଆଇ ରତ୍ନଭଣ୍ଡାର କାମ କରିବ । ଏନେଇ ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ।

ମରାମତି ପାଇଁ ରତ୍ନ ଭଣ୍ଡାର ଭିତରେ ୨୦ ଫୁଟ ଉଚ୍ଚର ଲୁହା ଭାରା ବନ୍ଧାଯାଇ ଡିପ୍ଲାଷ୍ଟରିଂ ବା ଚୂନ ଛଡ଼ାଇବା କାର୍ଯ୍ୟ କରାଯାଇଥିଲା। ଅଧିକାଂଶ ଡି ପ୍ଲାଷ୍ଟରିଙ୍ଗ କାର୍ଯ୍ୟ ସରିଛି। ଆଜିଠାରୁ ପଥର ମରାମତି କାର୍ଯ୍ୟ ଆରମ୍ଭ ହେବ। ଆବଶ୍ୟକ ସ୍ଥଳେ ଫାଟ ଥିବା ପଥରଗୁଡ଼ିକର ପରିବର୍ତ୍ତନ ହେବ । ସେପଟେ ଆସନ୍ତା ୨୦ ତାରିଖ କିମ୍ବା ୨୨ ତାରିଖ ବେଳକୁ ନାଟମଣ୍ଡପରେ ବାହାର କାଠ ପର୍ଯ୍ୟନ୍ତ ନୂଆ ରାମ୍ପ ଓ ଧାଡ଼ି ଦର୍ଶନ ବ୍ୟବସ୍ଥା କରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି ।

Tags: