ଆଜିଠୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି
ପୁରୀ: ଆଜିଠାରୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି। ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ରତ୍ନ ଭଣ୍ଡାର ମରାମତି କରାଯିବ । ରତ୍ନଭଣ୍ଡାର ମରାମତି ପାଇଁ ପହଞ୍ଚିଲେ ଏଏସଆଇ ଟିମ୍ । ଏଏସଆଇ ଅଧିକ୍ଷକ ଡି.ବି ଗଡ଼ନାୟକଙ୍କ ସହ ଏଏସଆଇ କର୍ମଚାରୀ ସାମିଲ୍ ହୋଇଛି। ଏଏସ୍ଆଇ ଅଧିକାରୀ ଓ କର୍ମଚାରୀମାନେ ଏସ୍ଓପି ପାଳନ କରି ରତ୍ନଭଣ୍ଡାର ଭିତରେ ପ୍ରବେଶ କରିବେ । ପ୍ରଥମ ଦିନ ଭିତର ଓ ବାହାର ରତ୍ନଭଣ୍ଡାରରେ ଭାରା ବନ୍ଧାଯିବ । ଭାରାରେ ଚଢ଼ି ଏଏସ୍ଆଇ […]
ପୁରୀ: ଆଜିଠାରୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି। ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ରତ୍ନ ଭଣ୍ଡାର ମରାମତି କରାଯିବ । ରତ୍ନଭଣ୍ଡାର ମରାମତି ପାଇଁ ପହଞ୍ଚିଲେ ଏଏସଆଇ ଟିମ୍ । ଏଏସଆଇ ଅଧିକ୍ଷକ ଡି.ବି ଗଡ଼ନାୟକଙ୍କ ସହ ଏଏସଆଇ କର୍ମଚାରୀ ସାମିଲ୍ ହୋଇଛି। ଏଏସ୍ଆଇ ଅଧିକାରୀ ଓ କର୍ମଚାରୀମାନେ ଏସ୍ଓପି ପାଳନ କରି ରତ୍ନଭଣ୍ଡାର ଭିତରେ ପ୍ରବେଶ କରିବେ । ପ୍ରଥମ ଦିନ ଭିତର ଓ ବାହାର ରତ୍ନଭଣ୍ଡାରରେ ଭାରା ବନ୍ଧାଯିବ । ଭାରାରେ ଚଢ଼ି ଏଏସ୍ଆଇ ଅଧିକାରୀମାନେ ସ୍ଥିତିକୁ ନିରୀକ୍ଷଣ କରିବା ପରେ ଛାତ, କାନ୍ଥ ଓ ଚଟାଣରୁ ପ୍ଲାଷ୍ଟର ଛଡ଼ାଯିବ । ପଥରର ସଂଯୋଗ ସ୍ଥଳଗୁଡ଼ିକର ସ୍ଥିତି ଦେଖି ଆବଶ୍ୟକ ମରାମତି ଏବଂ ସଂରକ୍ଷଣ କରାଯିବ । ୧୫ ଜଣ କର୍ମଚାରୀ ପ୍ରଥମ ଦିନରେ ନିୟୋଜିତ ରହିବେ। ପରେ ଆବଶ୍ୟକ ଅନୁସାରେ କୁଶଳୀ ଓ ଅଣକୁଶଳୀ ଶ୍ରମିକ ରତ୍ନଭଣ୍ଡାର ସଂରକ୍ଷଣ ଓ ମରାମତି କାମରେ ନିୟୋଜିତ ହେବେ।
ମରାମତି ସମୟରେ ଯେଭଳି ଭକ୍ତଙ୍କ ଦର୍ଶନ ଓ ମହାପ୍ରଭୁଙ୍କ ନୀତିକାନ୍ତିରେ ବାଧା ସୃଷ୍ଟି ନହେବ ସେନେଇ ଲକ୍ଷ୍ୟ ରଖାଯାଇଛି । ମରାମତି ସମୟରେ ସାଧାରଣ ଭକ୍ତ ବାହାର କାଠ ନିକଟରେ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ । ଏଏସଆଇ ଦ୍ୱିତୀୟ ଭୋଗମଣ୍ଡପ ପରେ ନିର୍ଦ୍ଧାରିତ ନୀତିନିର୍ଘଣ୍ଟ ଅନୁଯାୟୀ ପ୍ରାୟ ୫ ଘଣ୍ଟା ମରାମତି କରିବ ।
ଦିନ ୧୨ଟା ୩୦ କିମ୍ବା ୧ଟା ପରଠାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ପାଖାପାଖି ମରାମତି କାର୍ଯ୍ୟ କରିବ ଏଏସଆଇ। ଉଭୟ ବାହାର ଓ ଭିତର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ କରାଯିବ। ସେପଟେ ରତ୍ନଭଣ୍ଡାର ମରାମତି କାର୍ଯ୍ୟକୁ ଆଗାମୀ ୫୦୦ ବର୍ଷକୁ ଦୃଷ୍ଟିରେ ରଖି ଉନ୍ନତ ଜ୍ଞାନକୌଶଳ ଦ୍ଵାରା ଦୀର୍ଘସ୍ଥାୟୀ ମରାମତି କରିବାକୁ ମତ ରଖିଛନ୍ତି ସେବାୟତ।




