ଡିସେମ୍ବର ୧୬ରୁ ରତ୍ନଭଣ୍ଡାର ମରାମତି

ଭୁବନେଶ୍ୱର : ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ମହାପ୍ରଭୁଙ୍କର ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ଜାନୁଆରୀ ୩୧ ସୁଦ୍ଧା ମରାମତି କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ରତ୍ନଭଣ୍ଡାର ମରାମତି ପାଇଁ ଦୈନିକ ୫ରୁ ୬ ଘଣ୍ଟା ସମୟ ଆବଶ୍ୟକ କରୁଛି ଏଏସ୍‌ଆଇ। ତେଣୁ ଆସନ୍ତା ୧୦ ତାରିଖରେ ଛତିଶା ନିଯୋଗର ବୈଠକ ବସିବ। ମହାପ୍ରଭୁଙ୍କ ନୀତିକାନ୍ତି ପ୍ରଭାବିତ ନ ହୋଇ ମରାମତି ପାଇଁ ସମୟ ବାହାର କରାଯିବା ସଂପର୍କରେ ଉକ୍ତ ବୈଠକରେ ଆଲୋଚନା […]

Samaya Live Picture
Published On

ଭୁବନେଶ୍ୱର : ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ମହାପ୍ରଭୁଙ୍କର ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ଜାନୁଆରୀ ୩୧ ସୁଦ୍ଧା ମରାମତି କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ରତ୍ନଭଣ୍ଡାର ମରାମତି ପାଇଁ ଦୈନିକ ୫ରୁ ୬ ଘଣ୍ଟା ସମୟ ଆବଶ୍ୟକ କରୁଛି ଏଏସ୍‌ଆଇ। ତେଣୁ ଆସନ୍ତା ୧୦ ତାରିଖରେ ଛତିଶା ନିଯୋଗର ବୈଠକ ବସିବ। ମହାପ୍ରଭୁଙ୍କ ନୀତିକାନ୍ତି ପ୍ରଭାବିତ ନ ହୋଇ ମରାମତି ପାଇଁ ସମୟ ବାହାର କରାଯିବା ସଂପର୍କରେ ଉକ୍ତ ବୈଠକରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।

ଡିସେମ୍ବର ୧୦ ତାରିଖରେ ଛତିଶା ନିଯୋଗ ବୈଠକ ବସି ମରାମତି କାର୍ଯ୍ୟର ସମୟ ଓ ଅବଧି ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି। ଗତ ସେପ୍ଟେମ୍ବର ମାସରେ ରତ୍ନଭଣ୍ଡାର GPR-GPS ରିପୋର୍ଟ ଆସିବା ପରେ ଏବେ ମରମତି କାର୍ଯ୍ୟ ଆରମ୍ଭ ଲାଗି ପ୍ରସ୍ତୁତ ହୋଇଛି ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା। ଏ ନେଇ ASI ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରିଥିବା ବେଳେ ଏବେ ଅପେକ୍ଷା ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ଭିତରେ କେତେ ସମୟ ପାଇଁ ହେବ ମରାମତି କାମ। ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଜାନୁଆରି ୩୧ ସୁଦ୍ଧା ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ କରାଯିବ। ଏହାପରେ ଅସ୍ଥାୟୀ ଗୃହରେ ଥିବା ରତ୍ନସମୂହକୁ ରତ୍ନଭଣ୍ଡାରକୁ ଆଣିବା ପରେ ଗଣତି ମଣତି କରାଯିବ।

Tags: