ମୃତଦେହ ଛାଡି ପଳାଇଲେ ସମ୍ପର୍କୀୟ

ବଲାଙ୍ଗୀର : ମୃତଦେହ ଛାଡି ପଳାଇଲେ ସମ୍ପର୍କୀୟ । ହସ୍ପିଟାଲ ସମ୍ମୁଖରେ ଏକ ବୋଲେରୋ ଭିତରେ ଜଣେ ମହିଳାଙ୍କ ଶବ ଛାଡି ସମ୍ପର୍କୀୟ ଫେରାର ହୋଇ ଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି Iଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ହସ୍ପିଟାଲ ନିକଟରେ। ଏ ନେଇ ମେଡିକାଲ ଫାଣ୍ଡିରେ ଅଭିଯୋଗ କରିଛନ୍ତି ଶବ ଆଣିଥିବା ଗାଡ଼ିର ଡ୍ରାଇଭର। ଅଭିଯୋଗ ପରେ ଗାଡ଼ି ସହ ମୃତଦେହ ଫାଣ୍ଡିକୁ ଆଣିଛି ପୁଲିସ। ମୃତ ମହିଳାଙ୍କ ନାଁ ମଣି ଦୀପ […]

Samaya Live Picture
Published On

ବଲାଙ୍ଗୀର : ମୃତଦେହ ଛାଡି ପଳାଇଲେ ସମ୍ପର୍କୀୟ । ହସ୍ପିଟାଲ ସମ୍ମୁଖରେ ଏକ ବୋଲେରୋ ଭିତରେ ଜଣେ ମହିଳାଙ୍କ ଶବ ଛାଡି ସମ୍ପର୍କୀୟ ଫେରାର ହୋଇ ଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି Iଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ହସ୍ପିଟାଲ ନିକଟରେ। ଏ ନେଇ ମେଡିକାଲ ଫାଣ୍ଡିରେ ଅଭିଯୋଗ କରିଛନ୍ତି ଶବ ଆଣିଥିବା ଗାଡ଼ିର ଡ୍ରାଇଭର। ଅଭିଯୋଗ ପରେ ଗାଡ଼ି ସହ ମୃତଦେହ ଫାଣ୍ଡିକୁ ଆଣିଛି ପୁଲିସ। ମୃତ ମହିଳାଙ୍କ ନାଁ ମଣି ଦୀପ ବୋଲି ଜଣା ପଡିଛି I ମୃତ ମହିଳା ଜଣଙ୍କ ବଙ୍ଗମୁଣ୍ଡା ଅଞ୍ଚଳର ବୋଲି ସୂଚନା ମିଳିଛି।

ସୂଚନାନୁସାରେ,ସୋମବାର ବିଳମ୍ବିତ ରାତିରେ ବୁର୍ଲା ମେଡିକାଲରୁ ଜଣେ ମହିଳାଙ୍କ ମୃତଦେହକୁ ବୋଲେରୋରେ ଭଡା କରି ସମ୍ପର୍କୀୟ ଜଣକ ବଙ୍ଗମୁଣ୍ଡା ଅଭିମୁଖେ ଯାଉଥିଲେ । ଆଜି ଭୋର ୪ ଟା ସମୟରେ ସମ୍ପର୍କୀୟ ଜଣଙ୍କ ମାଲିକ ପାଖରୁ ଟଙ୍କା ଆଣିବାକୁ କହି ବଲାଙ୍ଗୀର ଭୀମଭୋଇ ହସ୍ପିଟାଲ ସମ୍ମୁଖରେ ଗାଡି ରଖାଇ କେଉଁଆଡେ ଫେରାର ହୋଇ ଯାଇଥିଲେ I ତେବେ ସେଆଉ ନ ଫେରିବାରୁ ବୋଲେରୋ ଡ୍ରାଇଭର ଶବ ସହିତ ମେଡିକାଲ ଫାଣ୍ଡିକୁ ଯାଇଥିଲେ I ପୋଲିସ ପହଁଚି ଶବକୁ ଶବ ଗୃହରେ ରଖିବା ସହିତ ଘଟଣାର ଅନୁସନ୍ଧାନ ଚଳାଇଛି I ତେବେ ମହିଳାଙ୍କ ଶବ ଆଣିଥିବା ସଂପର୍କୀୟ ଜଣକ କିଏ ଏବଂ କ’ଣ ପାଇଁ ସେ ମୃତଦେହ ଛାଡ଼ି ଫେରାର ହୋଇଯାଇଛନ୍ତି ସେ ନେଇ କୌଣସି କାରଣ ଜଣାପଡ଼ିନାହିଁ।

Tags: