ଲଳିତ ସାହୁ ମୃତ୍ୟୁ ଘଟଣାରେ ହେବ ପୁନଃତଦନ୍ତ

ଝାରସୁଗୁଡା : ନବ ଦାସ ରୋଷେୟା ମୃତ୍ୟ ମାମଲାରେ ପୁଣି ଖୋଲିବ ଫାଇଲ । ନବ ଦାସଙ୍କ ରୋଷେୟା ଲଳିତ ସାହୁଙ୍କ ବାପାଙ୍କ ବେଲାଳସେନ ସେନ ସାହୁ ନ୍ୟାୟ ପାଇବା ପାଇଁ ପୋଲିସକୁ ଚିଠି ଲେଖିଥିଲେ । ଏହାପରେ ପୁଣି ଖୋଲତାଡ଼ ଆରମ୍ଭକରିଛି ଝାରସୁଗୁଡା ପୋଲିସ। ନବ ଦାସ ଙ୍କ ରୋଷେୟା ଲଳିତ ସାହୁଙ୍କ ମୃତ୍ୟୁ ପରେ ପ୍ରଥମେ ଥାନାରେ ଏତଲା ଦେଇଥିଲେ ନବ ଦାସଙ୍କ ଘରର ଗେଟ୍ କିପର ହେମ ସାଗର ନାୟକ । ଏତଲାରେ […]

ଲଳିତ ସାହୁ ମୃତ୍ୟୁ ଘଟଣାରେ ହେବ ପୁନଃତଦନ୍ତ
Samaya Live Picture
Published On

ଝାରସୁଗୁଡା : ନବ ଦାସ ରୋଷେୟା ମୃତ୍ୟ ମାମଲାରେ ପୁଣି ଖୋଲିବ ଫାଇଲ । ନବ ଦାସଙ୍କ ରୋଷେୟା ଲଳିତ ସାହୁଙ୍କ ବାପାଙ୍କ ବେଲାଳସେନ ସେନ ସାହୁ ନ୍ୟାୟ ପାଇବା ପାଇଁ ପୋଲିସକୁ ଚିଠି ଲେଖିଥିଲେ । ଏହାପରେ ପୁଣି ଖୋଲତାଡ଼ ଆରମ୍ଭକରିଛି ଝାରସୁଗୁଡା ପୋଲିସ।

ନବ ଦାସ ଙ୍କ ରୋଷେୟା ଲଳିତ ସାହୁଙ୍କ ମୃତ୍ୟୁ ପରେ ପ୍ରଥମେ ଥାନାରେ ଏତଲା ଦେଇଥିଲେ ନବ ଦାସଙ୍କ ଘରର ଗେଟ୍ କିପର ହେମ ସାଗର ନାୟକ । ଏତଲାରେ ସେ ଲଳିତ ସାହୁଙ୍କ ଅନଲାଇନ ଗେମ ବିଷୟରେ ଦର୍ଶାଇଥିଲେ I ଏହାକୁ ନେଇ ପ୍ରଥମେ ହେମସାଗର ନାଏକଙ୍କୁ ୭ ଘଣ୍ଟା ଜେରା କରିଛି ପୋଲିସ । ତେବେ ଏହି ଜେରା ସମୟରେ ହେମସାଗର ବୟାନରେ ତାଳମେଳ ରହି ନଥିବା ଦେଖାଯାଇଥିଲା I ସେ ଅନଲାଇନ ଗେମ କଥା ଆଦୌ ଉଠାଇ ନଥିଲେ I ତାଙ୍କ ବାଦ ମାମଲାରେ ଜଡ଼ିତ ଥିବା ବିଭିନ୍ନ ବ୍ୟକ୍ତିକୁ ଝାରସୁଗୁଡ଼ା ପୋଲିସ ପକ୍ଷରୁ ନୋଟିସ ଜାରି କରାଯାଇଥିବା ଜଣାପଡିଛି । ଲଳିତ ସାହୁଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ସେ ନେଇ ତିନି ବର୍ଷ ହେଲା କୌଣସି ନିଷ୍କର୍ସ ବାହାରିପାରିନଥିଲା । ୨୦୨୨ ଏପ୍ରିଲ ୧୭ ତାରିଖରେ ସନ୍ଦେହଜନକ ମୃତ୍ୟୁ ପରେ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଥିଲା।

Tags: