୨୨ ରୁ ନିୟମିତ ସ୍କୁଲ

ଭୁବନେଶ୍ୱର : ରାଜ୍ୟରେ ପ୍ରଚଣ୍ଡ ଗରମ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ସ୍କୁଲ ଟାଇମର ପରିବର୍ତ୍ତନ କରାଯାଇଥିଲା I ଖରା ଛୁଟି ପରେ ଜୁନ ୧୮ ତାରିଖରୁ ସ୍କୁଲ ଖୋଲିଥିଲା । ତେବେ ଜାରି ରହିଥିବା ହିଟୱେଭ ଯୋଗୁଁ ରାଜ୍ୟରେ କେତେକ ଜିଲ୍ଲାରେ ସ୍କୁଲ ସମୟର ପରିବର୍ତ୍ତନ କରି ସକାଳ ୬ ଟାରୁ ୧୦ ଟା ପର୍ଯ୍ୟନ୍ତ ରଖାଯାଇଥିଲା । ତେବେ ଏହି ନିୟମକୁ ଆଉ ଗଟେ ଦିନ ପାଇଁ ବାଧା ଯାଇଥିବା ବେଳେ ଆସନ୍ତା ୨୨ ତାରିଖରୁ […]

Samaya Live Picture
Published On

ଭୁବନେଶ୍ୱର : ରାଜ୍ୟରେ ପ୍ରଚଣ୍ଡ ଗରମ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ସ୍କୁଲ ଟାଇମର ପରିବର୍ତ୍ତନ କରାଯାଇଥିଲା I ଖରା ଛୁଟି ପରେ ଜୁନ ୧୮ ତାରିଖରୁ ସ୍କୁଲ ଖୋଲିଥିଲା । ତେବେ ଜାରି ରହିଥିବା ହିଟୱେଭ ଯୋଗୁଁ ରାଜ୍ୟରେ କେତେକ ଜିଲ୍ଲାରେ ସ୍କୁଲ ସମୟର ପରିବର୍ତ୍ତନ କରି ସକାଳ ୬ ଟାରୁ ୧୦ ଟା ପର୍ଯ୍ୟନ୍ତ ରଖାଯାଇଥିଲା । ତେବେ ଏହି ନିୟମକୁ ଆଉ ଗଟେ ଦିନ ପାଇଁ ବାଧା ଯାଇଥିବା ବେଳେ ଆସନ୍ତା ୨୨ ତାରିଖରୁ ନିୟମିତ ସମୟରେ ସ୍କୁଲ ଖୋଲାଯିବ । ଅର୍ଥାତ ଦିନ ୧୦ ଟାରୁ ଅପରାହ୍ନ ୪.୩୦ ପର୍ଯ୍ୟନ୍ତ ଚାଲିବ ସ୍କୁଲ ।

ଆସନ୍ତା କାଲି ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସକାଳୁଆ କ୍ଲାସ ହେବ । ଏହାପରେ ୨୨ ତାରିଖଠାରୁ ସ୍ୱାଭାବିକ ସମୟରେ ସ୍କୁଲ ଖୋଲିବ ବୋଲି ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ପ୍ରବଳ ଖରାକୁ ଦୃଷ୍ଟିରେ ରଖି, ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ପ୍ରତି ଜିଲ୍ଲାର ଜିଲ୍ଲାପାଳଙ୍କ ଉପରେ ଏହି ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା । ପ୍ରତି ଜିଲ୍ଲାର ଜିଲ୍ଲାପାଳମାନେ ଖରାକୁ ଦେଖି ନିଜ ନିଜ ଜିଲ୍ଲାରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେବେ ବୋଲି ପୂର୍ବରୁ କୁହାଯାଇଥିଲା ।

Tags: