ନାବାଳକଙ୍କୁ ଡ୍ରାଇଭ ମନା : ଦଣ୍ଡିତ ହେବେ ଅଭିଭାବକ
ଭୁବନେଶ୍ୱର : ଆଜିଠାରୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଦୁଇ ଦିନିଆ ସ୍ପେଶାଲ ଡ୍ରାଇଭ ଆରମ୍ଭ ହୋଇଛି । ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ଚେକିଂ ଜୋରଦାର ଚାଲିଛି। ବିଶେଷକରି ନାବାଳକଙ୍କ ଗାଡ଼ି ଡ୍ରାଇଭ ରୋକିବାକୁ ଚେକିଂ କରାଯାଉଛି। ଯଦି କେଉଁଠାରେ ନାବାଳକ ଗାଡ଼ି ଚଳାଇବା ବେଳେ ଧରା ପଡ଼ନ୍ତି ଗାଡ଼ିକୁ ଅଟକ ରଖି ଅଭିଭାବକଙ୍କ ନାଁରେ ଏତଲା ହେବ, ଜେଲ ଦଣ୍ଡ ମଧ୍ୟ ହୋଇପାରେ। କେବଳ ସେତିକି ନୁହେଁ ୨୫ ହଜାର ଟଙ୍କା ଯାଏ ଫାଇନ ମଧ୍ୟ […]
ଭୁବନେଶ୍ୱର : ଆଜିଠାରୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଦୁଇ ଦିନିଆ ସ୍ପେଶାଲ ଡ୍ରାଇଭ ଆରମ୍ଭ ହୋଇଛି । ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ଚେକିଂ ଜୋରଦାର ଚାଲିଛି। ବିଶେଷକରି ନାବାଳକଙ୍କ ଗାଡ଼ି ଡ୍ରାଇଭ ରୋକିବାକୁ ଚେକିଂ କରାଯାଉଛି। ଯଦି କେଉଁଠାରେ ନାବାଳକ ଗାଡ଼ି ଚଳାଇବା ବେଳେ ଧରା ପଡ଼ନ୍ତି ଗାଡ଼ିକୁ ଅଟକ ରଖି ଅଭିଭାବକଙ୍କ ନାଁରେ ଏତଲା ହେବ, ଜେଲ ଦଣ୍ଡ ମଧ୍ୟ ହୋଇପାରେ। କେବଳ ସେତିକି ନୁହେଁ ୨୫ ହଜାର ଟଙ୍କା ଯାଏ ଫାଇନ ମଧ୍ୟ ଦେବାକୁ ପଡିବ।ଏନେଇ ସୂଚନା ପରିବହନ ବିଭାଗ ସହକାରୀ କମିଶନର ଲାଲମୋହନ ସେଠୀ ସୂଚନା ଦେଇଛନ୍ତି।
ନିଜ ପିଲାଙ୍କ ପ୍ରତି ପ୍ରଥମେ ଅଭିଭାବକମାନେ ସଚେତନ ହେବା ଜରୁରୀ । ନିଜ ପିଲାର ଜୀବନକୁ ଅଭିଭାବକମାନେ ବାଜିରେ ଲଗାଇ ସେମାନଙ୍କୁ ଗାଡି ଦେବା ଉଚିତ ନୁହେଁ। କିନ୍ତୁ ସେମାନଙ୍କୁ ଯେତେ ବୁଝାଇଲେ ବି ବୁଝୁନାହାନ୍ତି । ଏହା ଦେଖି କଷ୍ଟ ହେଉଛି । ତେଣୁ ଆମେ ଆକ୍ସନ ନେବାକୁ ବାଧ୍ୟ ହୋଇଛୁ ବୋଲି କହିଛନ୍ତି ପରିବହନ ବିଭାଗ ସହକାରୀ କମିଶନର ଲାଲମୋହନ ସେଠୀ ।




