ହବିଷ୍ୟାଳିଙ୍କୁ ୨ ଦିନ ଶ୍ରୀମନ୍ଦିର ମନା

ପୁରୀ: ବାତ୍ୟା ପାଇଁ ଶ୍ରୀ ମନ୍ଦିର ପ୍ରଶାସନର ସତର୍କତା ମୂଳକ ପଦକ୍ଷେପ । ୨୪ ଓ ୨୫ ତାରିଖ ଦୁଇ ଦିନ ପାଇଁ ହବିଷ୍ୟାଳିଙ୍କ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ବାତିଲ କରାଯାଇଛି । ମହାପ୍ରଭୁଙ୍କ ନୀତିକାନ୍ତି ଯେପରି ପ୍ରଭାବିତ ନହେବ ସେଥିପାଇଁ ମନ୍ଦିର ପ୍ରଶାସନ ସତର୍କତାମୂଳକ ପଦକ୍ଷେପ ନେଇଛି। ସେପଟେ ହବିଷ୍ୟାଳି କେନ୍ଦ୍ରରେ ବି ବାତ୍ୟା ମୁକାବିଲା ନେଇ ହୋଇଛି ପ୍ରସ୍ତୁତି ଚାଲିଛି । ହବିଷ୍ୟାଳି କେନ୍ଦ୍ରରେ ଯଦି ବିଦ୍ୟୁତ ସେବା ବିଚ୍ଛିନ୍ନ ହୁଏ, ତେବେ ଡିଜି […]

Samaya Live Picture
Published On

ପୁରୀ: ବାତ୍ୟା ପାଇଁ ଶ୍ରୀ ମନ୍ଦିର ପ୍ରଶାସନର ସତର୍କତା ମୂଳକ ପଦକ୍ଷେପ । ୨୪ ଓ ୨୫ ତାରିଖ ଦୁଇ ଦିନ ପାଇଁ ହବିଷ୍ୟାଳିଙ୍କ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ବାତିଲ କରାଯାଇଛି । ମହାପ୍ରଭୁଙ୍କ ନୀତିକାନ୍ତି ଯେପରି ପ୍ରଭାବିତ ନହେବ ସେଥିପାଇଁ ମନ୍ଦିର ପ୍ରଶାସନ ସତର୍କତାମୂଳକ ପଦକ୍ଷେପ ନେଇଛି। ସେପଟେ ହବିଷ୍ୟାଳି କେନ୍ଦ୍ରରେ ବି ବାତ୍ୟା ମୁକାବିଲା ନେଇ ହୋଇଛି ପ୍ରସ୍ତୁତି ଚାଲିଛି । ହବିଷ୍ୟାଳି କେନ୍ଦ୍ରରେ ଯଦି ବିଦ୍ୟୁତ ସେବା ବିଚ୍ଛିନ୍ନ ହୁଏ, ତେବେ ଡିଜି ସେଟ୍ ରଖାଯାଇଛି । ଆବଶ୍ୟକ ଅନୁଯାୟୀ ଖାଦ୍ୟ ମହଜୁଦ ରଖାଯାଇଛି । ଆଜି ଓ ଆସନ୍ତାକାଲି ପାଇଁ ହବିଷ୍ୟାଳୀଙ୍କ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ବାତିଲ କରାଯାଇଛି ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ।

ବାତ୍ୟାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବୁଧବାର ପୁରୀ ଜିଲାକୁ ୟେଲୋ ଜୋନ୍‌ ଘୋଷଣା କରିଥିବା ବେଳେ ୨୪ ଓ ୨୫ ତାରିଖକୁ ଅରେଞ୍ଜ ଜୋନ୍‌ ଘୋଷଣା କରାଯାଇଛି । ପାଣିପାଗ ବିଭାଗ ଆକଳନ ଅନୁସାରେ ପୁରୀରେ ବାତ୍ୟାର ପ୍ରଭାବ ରହିଲେ ମଧ୍ୟ ସେଭଳି ଭୟଭୀତ ନ ହେବା ପାଇଁ ସୂଚନା ଦିଆଯାଇଛି। ତେଣୁ ୨୪ ଓ ୨୫ ତାରିଖ ହବିଷିଆଳି ମା’ମାନଙ୍କ ସୁରକ୍ଷା ଦୃଷ୍ଟିରୁ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରଖାଯିବ।

ଜିଲାରେ ୨ ଓଡ୍ରାଫ ଟିମ୍‌, ୨ ଏନ୍‌ଡିଆରଏଫ୍‌ ଟିମ୍‌ ସମେତ ଅଗ୍ନିଶମ ବିଭାଗର ଅତିରିକ୍ତ ଟିମ୍‌ ମୁତୟନ ରହିଛନ୍ତି। ଜିଲାରେ ସମୁଦାୟ ୨୬ ଟିମ୍‌ ବିପର୍ଯ୍ୟୟ ମୁକାବିଲା ପାଇଁ ମୁତୟନ ରହିଛନ୍ତି। ୧୧ଟି ବ୍ଲକ୍‌ ସମେତ ଅତିରିକ୍ତ ୬ଟି ଫାୟାର ଟିମ୍‌ ମୁତୟନ ଅଛନ୍ତି। ରାଜସ୍ବ, ପୋଲିସ ଭେଟେରିନାରୀ ଟିମ୍‌ ପ୍ରସ୍ତୁତ ରହିବା ସହିତ ୮୦୦ ଦକ୍ଷ ମାନବ ସମ୍ବଳ ସମ୍ପନ୍ନ ଟିପିସିଓଡିଏଲ ଟିମ୍‌ ପ୍ରସ୍ତୁତ ରହିଛି। ସେହିଭଳି ୧୭୯ଟି ବାତ୍ୟା ଆଶ୍ରୟସ୍ଥଳ ଓ ସ୍କୁଲ କଲେଜ ସମେତ ୩୭୦ଟି ଅସ୍ଥାୟୀ କେନ୍ଦ୍ର ପ୍ରସ୍ତୁତ ରହିଛି। କ୍ଷୟକ୍ଷତି ଆକଳନ ସହ କିପରି ବାତ୍ୟା ପରବର୍ତ୍ତୀ ବିପର୍ଯ୍ୟୟ ମୁକାବିଲା ତ୍ୱରିତ ପରିଚାଳନା କରାଯାଇପାରିବ ସେନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି।

Tags: