ରଥ ଉପରକୁ ମୋବାଇଲ ମନା
ଭୁବନେଶ୍ୱର : ବାହୁଡ଼ାଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ବ୍ୟାନ ହେଲା ମୋବାଇଲ I ରଥ ଉପରେ ଅନଧିକାର ପ୍ରବେଶ ଉପରେ ମଧ୍ୟ ଲାଗିଛି କଟକଣା I କୌଣସି ସେବାୟତ ରଥ ଉପରକୁ ମୋବାଇଲ ନେଇ ଯାଆନ୍ତି ତେବେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରଥ ଉପରେ ରହି କୌଣସି ସେବାୟତ ଫଟୋ କିମ୍ବା ଭିଡିଓ କରିପାରିବେ ନାହିଁ । କୌଣସି ସେବାୟତ ରଥ ଉପରେ ସେଲ୍ଫି ନେଇପାରିବେ ନାହିଁ କିମ୍ବା ଦିଅଁ ଙ୍କ […]
ଭୁବନେଶ୍ୱର : ବାହୁଡ଼ାଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ବ୍ୟାନ ହେଲା ମୋବାଇଲ I ରଥ ଉପରେ ଅନଧିକାର ପ୍ରବେଶ ଉପରେ ମଧ୍ୟ ଲାଗିଛି କଟକଣା I କୌଣସି ସେବାୟତ ରଥ ଉପରକୁ ମୋବାଇଲ ନେଇ ଯାଆନ୍ତି ତେବେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରଥ ଉପରେ ରହି କୌଣସି ସେବାୟତ ଫଟୋ କିମ୍ବା ଭିଡିଓ କରିପାରିବେ ନାହିଁ । କୌଣସି ସେବାୟତ ରଥ ଉପରେ ସେଲ୍ଫି ନେଇପାରିବେ ନାହିଁ କିମ୍ବା ଦିଅଁ ଙ୍କ ସମ୍ମୁଖରେ ନଜର ଆସିବେ ନାହିଁ I ଆଜି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ଶ୍ରୀ ଅରବିନ୍ଦ ପାଢୀ ଦାୟିତ୍ୱ ନେବାପରେ ଗ୍ରହଣ କରିଛନ୍ତି କଡା ଆଭିମୁଖ୍ୟ । ସେ କହିଛନ୍ତି କି, ଯଦି କୌଣସି ଅଣସେବାୟତଙ୍କୁ ରଥ ଉପରେ ଦେଖିବାକୁ ମିଳେ ତେବେ ସେମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କେବଳ ସେତିକି ନୁହେଁ ରଥ ଯାତ୍ରା ବେଳେ ରଥ ଉପରେ ଆବଶ୍ୟକତା ଠାରୁ ଅଧିକ ସେବାୟତ ଚଢିଥିବା ନଜରକୁ ଆସିଥିଲା । ଏହାକୁ ନେଇ ମୁଖ୍ୟ ପ୍ରଶାସକ କହିଛନ୍ତି କି, ଏବେ ରଥ ଉପରେ ସୀମିତ ସେବାୟତ ଚଢିବାକୁ ଅନୁମତି ଦିଆଯିବ । ଯାହାର ସେବା ନାହିଁ ସେମାନଙ୍କୁ ରଥ ଉପରେ ଚଢିବାକୁ ଅନୁମତି ଦିଆଯିବ ନାହିଁ ।
ସୂଚନାନୁସାରେ,ଗତ ୯ ତାରିଖ ଦିନ ଶ୍ରୀ ବଳଭଦ୍ର ମହାପ୍ରଭୁଙ୍କ ଆଡ଼ପ ପହଣ୍ଡି ବେଳେ ଘଟିଥିଲା ଅଘଟଣ । ମନୁଷ୍ୟକୃତ ତ୍ରୁଟି ପାଇଁ ସେବାୟତ ମାନଙ୍କ ଉପରକୁ ଝୁଙ୍କି ପଡ଼ିଥିଲେ ବଡ଼ ଠାକୁର । ଅଘଟଣ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ଅରବିନ୍ଦ ପାଢ଼ୀ । ୩ ଜଣିଆ କମିଟି ରିପୋର୍ଟ ଦେଲେ । ତର୍ଜମା କରାଯିବ । ରଥ ବ୍ୟବସ୍ଥାବଳି ଅନୁଯାୟୀ ରଥ ଉପରେ ରହିବେ ଅଧିକୃତ ସେବକ । ବାହୁଡ଼ାଯାତ୍ରା ସମୟରେ କୌଣସି ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସେହିପରି ଶ୍ରୀଜିଉଙ୍କ ବାହୁଡ଼ା ଓ ନୀଳାଦ୍ରିବିଜେ ପହଣ୍ଡି ବେଳେ ଅଘଟଣକୁ ଏଡ଼ାଇବାକୁ ରଥ ବ୍ୟବସ୍ଥାବଳିକୁ ପୂର୍ଣ୍ଣଭାବେ ଲାଗୁ କରିବାକୁ ସମସ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ।




