ରିଲ୍ସ ନିଶା ହେଲା କାଳ,ଟ୍ରେନ ଧକ୍କାରେ ଯୁବକଙ୍କ ମୃତ୍ୟୁ

ଭଦ୍ରକ : ରିଲ୍ସ ନିଶା ହେଲା କାଳ I ରିଲ୍ସ ପାଇଁ ଅମାନିଆ ହେଉଛନ୍ତି ଯୁବପିଢ଼ି I ହରାଉଛନ୍ତି ହିତାହିତ ଜ୍ଞାନ I ଫଳରେ ଅକାଳରେ ଝରି ପଡୁଛି ଅନେକ ଜୀବନ I ସେହିପରି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସବିରା ରେଳ ଷ୍ଟେସନ ନିକଟରେ I ସବିରା ଷ୍ଟେସନରୁ ପ୍ରାୟ ୨୦୦ ମିଟର ଦୂରରେ ଜଣେ ଯୁବକ ରେଳ ଟ୍ରାକରେ ନିଜ ଇନ୍ସଟା ଆକାଉଣ୍ଟରେ ଲାଇଭ ରିଲ୍ସ କରୁଥିଲେ I ସେହି ସମୟରେ […]

Samaya Live Picture
Published On

ଭଦ୍ରକ : ରିଲ୍ସ ନିଶା ହେଲା କାଳ I ରିଲ୍ସ ପାଇଁ ଅମାନିଆ ହେଉଛନ୍ତି ଯୁବପିଢ଼ି I ହରାଉଛନ୍ତି ହିତାହିତ ଜ୍ଞାନ I ଫଳରେ ଅକାଳରେ ଝରି ପଡୁଛି ଅନେକ ଜୀବନ I ସେହିପରି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସବିରା ରେଳ ଷ୍ଟେସନ ନିକଟରେ I ସବିରା ଷ୍ଟେସନରୁ ପ୍ରାୟ ୨୦୦ ମିଟର ଦୂରରେ ଜଣେ ଯୁବକ ରେଳ ଟ୍ରାକରେ ନିଜ ଇନ୍ସଟା ଆକାଉଣ୍ଟରେ ଲାଇଭ ରିଲ୍ସ କରୁଥିଲେ I ସେହି ସମୟରେ ନୀଳାଚଳ ଏକ୍ସପ୍ରେସ ଟ୍ରେନ ଧକ୍କାରେ ଯୁବକଙ୍କମୃତ୍ୟୁ ଘଟିଛି I ମୃତ ଯୁବକଙ୍କ ନାଁ ଅକ୍ଷୟ ପାତ୍ର (୩୦) ବର୍ଷ I ତାଙ୍କ ଘର ଭଦ୍ରକ ଜିଲ୍ଲା ବାଣିତିଆ ବୋଲି ଜଣ ପଡିଛି I

ଘଟନାନୁସାରେ, ଅକ୍ଷୟ ପାତ୍ର ଜଣେ ଡ୍ୟାନ୍ସର। ସେ ଯାତ୍ରା ପାର୍ଟିରେ ଡ୍ୟାନ୍ସ କରନ୍ତି। ବାଲେଶ୍ୱର ଜିଲ୍ଲା ସୋର ରେ ତାଙ୍କ ଯାତ୍ରାପାର୍ଟି ଯାତ୍ରା ପରିବେଷଣ କରୁଛି I ଗତକାଲି ଅପରାହ୍ନରେ ଅକ୍ଷୟ ତାଙ୍କର ୫ ଜଣ ସାଙ୍ଗଙ୍କ ସହ ମିଶି ସବିରା ଷ୍ଟେସନରେ ରିଲ୍ସ କରୁଥିଲେ I ତେବେ ଅକ୍ଷୟ କାନରେ ଇୟରକର୍ଡ ଲଗାଇଥିବାରୁ ସେହି ସମୟରେ ଲାଇନରେ ଯାଉଥିଉବା ନୀଳାଚଳ ଟ୍ରେନର ସାଇରନ ଶୁଣିପାରି ନଥିଲେ I ଫଳରେ ଟ୍ରେନ ଧକ୍କାରେ ତାଙ୍କର ମୃତ୍ୟୁ ଘଟିଛି I ଏହା ଦେଖି ତାଙ୍କ ସହ ଥିବା ଅନ୍ୟ ସାଥୀମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଖବରପାଇ ବାଲେଶ୍ୱର ଜିଆରପି ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ନେଇଯାଇଛନ୍ତି। ଅକ୍ଷୟ ତାଙ୍କ ପରିବାରର ଏକ ମାତ୍ର ସନ୍ତାନ ଥିଲେ I ତାଙ୍କର ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି I

ସୂଚନାନୁସାରେ,ଗତ ୧୫ ତାରିଖରେ ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଷ୍ଟେସନ ନିକଟରେ ଟ୍ରେନ ଧକ୍କାରେ ଜଣେ ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ ଘଟିଥିଲେ I ଛାତ୍ର ଜଣଙ୍କ ମୋବାଇଲରେ ଗୀତ ଶୁଣି ଶୁଣି ଅନ୍ୟମନସ୍କ ଭାବରେ ରେଳ ଧାରଣା ପାର ହେଉଥିବାବେଳେ,ରୁପ୍ସା -ବାଙ୍ଗିରିପୋଷି ଟ୍ରେନ ଧକ୍କା ଦେଇଥିଲା Iଇ ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା I

Tags: