ଗୁରୁବାର ସ୍ଥଳଭାଗ ଛୁଇଁବ’ଦାନା’ ୭ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ
ଭୁବନେଶ୍ୱର : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଦାନା’। ଗଭୀର ଅବପାତ ବାତ୍ୟାର ରୂପ ନେଇଥିବା ସୂଚନା ମିଳିଛି। ପାରାଦୀପ ରାଡାର ଇମେଜରେ ବାତ୍ୟାର ଚିତ୍ର ଦୃଶ୍ୟମାନ ହୋଇଛି। ଏହା ପାରାଦୀପରୁ ୫୬୦ କିମି ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ହୋଇଥିବା ବେଳେ ପଶ୍ଚିମବଙ୍ଗ ସାଗରଦ୍ବୀପରୁ ୬୩୦ କିମି ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି। ଘଣ୍ଟାପ୍ରତି ଏବେ ୧୮ କିମି ବେଗରେ ଆଗକୁ ବଢୁଛି । ୨୪ରେ ଭୀଷଣ ବାତ୍ୟାର ରୂପ ନେଇ ସେହିଦିନ […]
ଭୁବନେଶ୍ୱର : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଦାନା’। ଗଭୀର ଅବପାତ ବାତ୍ୟାର ରୂପ ନେଇଥିବା ସୂଚନା ମିଳିଛି। ପାରାଦୀପ ରାଡାର ଇମେଜରେ ବାତ୍ୟାର ଚିତ୍ର ଦୃଶ୍ୟମାନ ହୋଇଛି। ଏହା ପାରାଦୀପରୁ ୫୬୦ କିମି ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ହୋଇଥିବା ବେଳେ ପଶ୍ଚିମବଙ୍ଗ ସାଗରଦ୍ବୀପରୁ ୬୩୦ କିମି ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି। ଘଣ୍ଟାପ୍ରତି ଏବେ ୧୮ କିମି ବେଗରେ ଆଗକୁ ବଢୁଛି ।
୨୪ରେ ଭୀଷଣ ବାତ୍ୟାର ରୂପ ନେଇ ସେହିଦିନ ରାତି କିମ୍ବା ୨୫ ତାରିଖ ସକାଳେ ଉପକୂଳ ଅତିକ୍ରମ କରିବ। ଭିତରକନିକା ଓ ଧାମରା ମଝିରେ ଏହା ଲ୍ୟାଣ୍ଡଫଲ କରିବା ନେଇ ଆଇଏମଡି ପକ୍ଷରୁ ସୂଚନା ରହିଛି । ଏହି ସମୟରେ ପବନର ବେଗ ୧୦୦ରୁ ୧୨୦ କି.ମି ରହିବ । ବର୍ତ୍ତମାନ ବାତ୍ୟା ଦାନ ପାରାଦୀପ ଠାରୁ ୫୬୦ କି.ମି.ଦୂରରେ ରହିଥିବାବେଳେ ସ୍ଥଳଭାଗ ଆଡକୁ ୧୮ କି.ମି ବେଗରେ ଗତି କରୁଛି। ତେବେ ବାତ୍ୟାକୁ ନେଇ ସବୁ ବନ୍ଦରକୁ ୨ନଂ ବିପଦ ସଙ୍କେତ ଜାରି କରାଯାଇଛି। ବାତ୍ୟା ପ୍ରଭାବରେ ଆଜି ଉପକୂଳ ଓଡ଼ିଶାରେ ବର୍ଷା ସହ ପବନର ବେଗ କିଛି ସ୍ଥାନରେ ୪୦ରୁ ୫୦ କି.ମି ବେଗରେ ବହିବା ସମ୍ଭାବନା ରହିଛି।
ଏହାର ପ୍ରଭାବରେ ୭ ଜିଲାରେ ପ୍ରବଳ ବର୍ଷା ହେବ। ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ ୱାର୍ନିଂ ଜାରି ହୋଇଛି। ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର ଜିଲାକୁ ରେଡ ଆର୍ଲଟ ଜାରି ହୋଇଥିବା ବେଳେ । ମୟୂରଭଞ୍ଜ, ଜଗତସିଂହପୁର, କଟକରେ ଅତି ପ୍ରବଳ ବର୍ଷିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କିଛି ସ୍ଥାନରେ ୨୦ରୁ ୩୦ ସେଣ୍ଟିମିଟର ବର୍ଷା ହେବା ସମ୍ଭାବନା ରହିଛି।
ସେହିପରି ୬ ଜିଲାକୁ ଅରେଞ୍ଜ ଓ ୬ ଜିଲାକୁ ୟେଲୋ ଆଲର୍ଟ ଜାରି ହୋଇଛି।ଗଞ୍ଜାମ, କେନ୍ଦୁଝର, ଢ଼େଙ୍କାନାଳ, ଖୋର୍ଦ୍ଧାକୁ ଅରେଞ୍ଜ ୱାର୍ନିଂ ଥିବା ବେଳେ ପୁରୀ ଓ ନୟାଗଡ଼ ଜିଲକୁ ମଧ୍ୟ ଅରେଞ୍ଜ ୱାର୍ନିଂ ଜାରି ହୋଇଛି।




