ଟ୍ୱିନ ସିଟିକୁ ରେଡ ଆଲର୍ଟ
ଭୁବନେଶ୍ୱର : କଟକ,ଭୁବନେଶ୍ୱରକୁ ରେଡ ଆଲର୍ଟ I ଟ୍ୱିନ ସିଟିକୁ ରେଡ ଆଲର୍ଟ ଜାରି କଲା ପାଣିପାଗ ବିଭାଗ I ଆଜି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ ରେଡ ଆଲର୍ଟ ଜାରି ହୋଇଛି I ପ୍ରଚଣ୍ଡ ଗ୍ରୀଷ୍ମ ଲହରୀକୁ ଦୃଷ୍ଟିରେ ରଖି ଖରାବେଳେ ଘରୁ ନବାହାରିବା ପାଇଁ ମଧ୍ୟ ସଚେତନ କରାଯାଇଛି I ତତଲା ତାୱାରେ ସେକି ହେଉଛି ସାରା ରାଜ୍ୟ I ରାଜ୍ୟରେ ଏହି କ୍ରମରେ ଦିନ ସାଢ଼େ ୧୧ରେ ଭୁବନେଶ୍ବର ତାପମାତ୍ରା ୪୧.୨ ଡିଗ୍ରୀ […]
ଭୁବନେଶ୍ୱର : କଟକ,ଭୁବନେଶ୍ୱରକୁ ରେଡ ଆଲର୍ଟ I ଟ୍ୱିନ ସିଟିକୁ ରେଡ ଆଲର୍ଟ ଜାରି କଲା ପାଣିପାଗ ବିଭାଗ I ଆଜି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ ରେଡ ଆଲର୍ଟ ଜାରି ହୋଇଛି I ପ୍ରଚଣ୍ଡ ଗ୍ରୀଷ୍ମ ଲହରୀକୁ ଦୃଷ୍ଟିରେ ରଖି ଖରାବେଳେ ଘରୁ ନବାହାରିବା ପାଇଁ ମଧ୍ୟ ସଚେତନ କରାଯାଇଛି I
ତତଲା ତାୱାରେ ସେକି ହେଉଛି ସାରା ରାଜ୍ୟ I ରାଜ୍ୟରେ ଏହି କ୍ରମରେ ଦିନ ସାଢ଼େ ୧୧ରେ ଭୁବନେଶ୍ବର ତାପମାତ୍ରା ୪୧.୨ ଡିଗ୍ରୀ ପାର କରିଛି। ସେହିପରି ୪୧.୪ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି। କେନ୍ଦୁଝର ୪୦.୬, ବାଲେଶ୍ବର ୪୦.୧, ସମ୍ବଲପୁର ୪୦ ଡିଗ୍ରୀ, ଚାନ୍ଦବାଲି ୩୯.୬, ହୀରାକୁଦ ୩୯, ରାଉରକେଲା ୩୮.୬ ଡିଗ୍ରୀ, ଗୋପାଳପୁର ଓ ପୁରୀ ୩୪.୪, ପାରାଦୀପ ୩୩.୫ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ଆଗାମୀ ୨ଦିନ ମଧ୍ୟରେ ସାରା ରାଜ୍ୟରେ ତାତି ଆଉ ୨ ଡିଗ୍ରୀ ଉପରେ ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ I




