୩ ଜିଲ୍ଲାକୁ ରେଡ ଆଲର୍ଟ
ଭୁବନେଶ୍ୱର : ଭୀଷଣ ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଛି । ଆଗାମୀ ୬ ଘଣ୍ଟା ମଧ୍ୟରେ ଏହା କ୍ରମଶଃ ଦୁର୍ବଳ ହୋଇ ଗଭୀର ଅବପାତ ରୂପ ନେବ। ବାତ୍ୟା ବର୍ତ୍ତମାନ ଘଣ୍ଟାକୁ ୧୦ କିମି. ବେଗରେ ଉତ୍ତର ପଶ୍ଚିମ ଆଡେ ଗତି କରୁଛି I ତେଣୁ ଏହା ପ୍ରଭାବରେ ସ୍ଥଳଭାଗରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ୩ ଜିଲାକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଏହି […]
ଭୁବନେଶ୍ୱର : ଭୀଷଣ ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଛି । ଆଗାମୀ ୬ ଘଣ୍ଟା ମଧ୍ୟରେ ଏହା କ୍ରମଶଃ ଦୁର୍ବଳ ହୋଇ ଗଭୀର ଅବପାତ ରୂପ ନେବ। ବାତ୍ୟା ବର୍ତ୍ତମାନ ଘଣ୍ଟାକୁ ୧୦ କିମି. ବେଗରେ ଉତ୍ତର ପଶ୍ଚିମ ଆଡେ ଗତି କରୁଛି I ତେଣୁ ଏହା ପ୍ରଭାବରେ ସ୍ଥଳଭାଗରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ୩ ଜିଲାକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଏହି ଜିଲାଗୁଡ଼ିକ ହେଉଛି ବାଲେଶ୍ଵର, ଭଦ୍ରକ ଏବଂ ମୟୂରଭଞ୍ଜ। ସେହିପରି ଜଗତସିଂହପୁର, ଅନୁଗୁଳ, ଖୋର୍ଦ୍ଧାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାବ୍ୟତୀତ କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଘର, କଟକରେ ବି ବର୍ଷା ହେବ।
ବାତ୍ୟା ପ୍ରଭାବରେ ବର୍ତ୍ତମାନ ସୁଦ୍ଧା ଚାନ୍ଦବାଲିରେ ସର୍ବାଧିକ ୧୫୮.୬ ମିମି ବର୍ଷା ରେକର୍ଡ କରାଯାଇଛି। ରାଜଗନିକାରେ ୧୫୬, ମାର୍ଶାଘାଇରେ ୧୧୦, ରାଜନଗରରେ ୧୦୦ ମିମି ବର୍ଷା ହୋଇଛି। ବାଲେଶ୍ଵର ଜିଲାର ଔପଦାରେ ୧୦୯, ବାସୁଦେବପୁର ୧୧୦, ପାରାଦୀପ ୭୬.୪, ଡେରାବିଶ ୭୨, ଭଦ୍ରକ ୭୦.୨ ମିଲିମିଟର ବର୍ଷା ହୋଇଥିବା ଜଣାପଡ଼ିଛି।
ସୂଚନାନୁସାରେ,ଗତ ରାତି ପ୍ରାୟ ସାଢ଼େ ୧ଟା ସମୟରେ ଆରମ୍ଭ ହୋଇଥିଲା ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା । ଭୋର ସାଢ଼େ ୩ଟା ସମୟରେ ସ୍ଥଳଭାଗ ଅତିକ୍ରମ କରିଥିଲା ବାତ୍ୟାର ମଧ୍ୟଭାଗ। ସ୍ଥଳ ଭାଗ ଅତିକ୍ରମ କରିବା ସମୟରେ ପବନର ବେଗ ଥିଲା ଘଣ୍ଟାପ୍ରତି ୧୦୦ରୁ ୧୨୦ କି.ମି। ଭିତରକନିକାର ହବାଳିଖଟି ନେଚର କ୍ୟାମ୍ପ ଓ ଧାମରା ନିକଟ ଦେଇ ସ୍ଥଳଭାଗ ଅତିକ୍ରମ କରିଥିଲା ବାତ୍ୟା ‘ଦାନା’। ବାତ୍ୟା ‘ଦାନା’ର ପ୍ରଭାବରେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଜିଲ୍ଲାର ଅଧିକାଶଂ ସ୍ଥାନରେ ଅଧିକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି ।




