ମେରିଟ ଲିଷ୍ଟ ଆଧାରରେ ନିଯୁକ୍ତି ଦିଅ – ହାଇକୋର୍ଟ
ଭୁବନେଶ୍ୱର : କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା । ମେରିଟ ଲିଷ୍ଟ ଆଧାରରେ ନିଯୁକ୍ତ ଦେବାକୁ ହାଇକୋର୍ଟଙ୍କ ନିର୍ଦେଶ । ଓସେପାର ମେରିଟ ଲିଷ୍ଟ କାଏମ ରଖିଛନ୍ତି ହାଇକୋର୍ଟ I ମେରିଟ ସହ ପ୍ରିଫରେନ୍ସ କୁ ଗୁରୁତ୍ତ୍ଵ ଦେଇ ନିଯୁକ୍ତି ଦେବାକୁ ନିର୍ଦେଶ ଦିଆ ଯାଇଛି । ଏ ନେଇ ପୂର୍ବରୁ ପ୍ରକାଶ ପାଇଥିବା ଜଣିକିଆ ଖଣ୍ଡପୀଠଙ୍କ ରାୟରେ ସଂଶୋଧନ କରିଛନ୍ତି ଡିଭିଜନ ବେଞ୍ଚ । ମେରିଟ ଲିଷ୍ଟ ଅନୁସାରେ ଜିଲ୍ଲାୱାରୀ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ […]
ଭୁବନେଶ୍ୱର : କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା । ମେରିଟ ଲିଷ୍ଟ ଆଧାରରେ ନିଯୁକ୍ତ ଦେବାକୁ ହାଇକୋର୍ଟଙ୍କ ନିର୍ଦେଶ । ଓସେପାର ମେରିଟ ଲିଷ୍ଟ କାଏମ ରଖିଛନ୍ତି ହାଇକୋର୍ଟ I ମେରିଟ ସହ ପ୍ରିଫରେନ୍ସ କୁ ଗୁରୁତ୍ତ୍ଵ ଦେଇ ନିଯୁକ୍ତି ଦେବାକୁ ନିର୍ଦେଶ ଦିଆ ଯାଇଛି । ଏ ନେଇ ପୂର୍ବରୁ ପ୍ରକାଶ ପାଇଥିବା ଜଣିକିଆ ଖଣ୍ଡପୀଠଙ୍କ ରାୟରେ ସଂଶୋଧନ କରିଛନ୍ତି ଡିଭିଜନ ବେଞ୍ଚ । ମେରିଟ ଲିଷ୍ଟ ଅନୁସାରେ ଜିଲ୍ଲାୱାରୀ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ପୂର୍ବରୁ ଓସେପା ପକ୍ଷରୁ ଜିଲ୍ଲାୱାରୀ ସିଙ୍ଗଲ ମେରିଟ ଲିଷ୍ଟ ପ୍ରସ୍ତୁତ କରାଯାଇଥିଲା I ଏହି ମାମଲା ହାଇକୋର୍ଟରେ ପହଞ୍ଚିଥିଲା । ଏହାପରେ ତରବରିଆ ଭାବେ ରାଜ୍ୟ ସରକାର ଜିଲ୍ଲାୱାରୀ ମେରିଟ୍ ଲିଷ୍ଟ ପ୍ରସ୍ତୁତ କରିଥିଲେ ।
ସୂଚନାନୁଯାୟୀ , ଓସେପା ପକ୍ଷରୁ ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୨୦୧୩ ସେପ୍ଟେମ୍ବର ୧୩ ରୁ ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଅକ୍ଟୋବର ୧୦ ତାରିଖ ୨୦୨୩ ଆବେଦନର ଶେଷ ତାରିଖ ଥିଲା । ଏହାପରେ ପରୀକ୍ଷା କରାଯାଇ ଜିଲ୍ଲାୱାରୀ ମେରିଟ ଲିଷ୍ଟ ପ୍ରକାଶ କରାଯାଇଥିଲା । ତେବେ ପ୍ରଥମେ ଧାରା ୮.୩ ଅନୁଯାୟୀ, ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଜିଲ୍ଲା ଭିତରେ ସୀମିତ ରଖାଯାଇଥିଲା । ଯିଏ ଯେଉଁ ଜିଲ୍ଲାରେ ପରୀକ୍ଷା ଦେଇଥିଲେ ସେହି ଜିଲ୍ଲାରେ ନିଯୁକ୍ତି ପାଇଁ ସର୍ତ୍ତାବଳି ଥିଲା । କାରଣ ଏହା ଜିଲ୍ଲାଭିତ୍ତିକ କ୍ୟାଡର । ଏଥିରେ ନିଯୁକ୍ତି ପାଉଥିବା କନିଷ୍ଠ ଶିକ୍ଷକଙ୍କ ଚାକିରି ଆରମ୍ଭ ସହ ଶେଷ ବି ସେହି ଜିଲ୍ଲାରେ ହେବ । କିନ୍ତୁ ସରକାର ରାଜ୍ୟବ୍ୟାପୀ ମେରିଟ ଲିଷ୍ଟ ପ୍ରକାଶ କରିଥିଲେ । ଯାହା ନିଯୁକ୍ତି ବିଜ୍ଞପ୍ତିର ନିୟମ ଉଲ୍ଲଙ୍ଘନ କରୁଥିଲା । ତେଣୁ ଆବେଦନ କାରୀ ଏହି ନିୟମକୁ ବାତିଲ କରିବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଚୟନ ପ୍ରକ୍ରିୟା ବି ଜିଲ୍ଲାୱାରୀ କରିବାର ଆବଶ୍ୟକତା ରହିଛି ବୋଲି ଆବେଦନପତ୍ରରେ ଉଲ୍ଲେଖ କରାଯାଇଥିଲା। ମାତ୍ର ଓସେପା ଏହି ନିୟମକୁ ସମ୍ପୂର୍ଣ୍ଣ ଉଲ୍ଳଘଂନ କରି ରାଜ୍ୟବ୍ୟାପି ସିଙ୍ଗଲ ମେରିଟ ଲିଷ୍ଟ ପ୍ରକାଶ କରିଥିଲା ।




