ନିଯୁକ୍ତି ପର୍ବ ,୧୨୯୪ ଜଣ ଅଧିକାରୀଙ୍କୁ ନିଯୁକ୍ତି ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଶନିବାର (୯-୦୩-୨୦୨୪) ରେ ମୋଟ ୧୨୯୪ ଜଣ ଅଧିକାରୀଙ୍କୁ ନିଯୁକ୍ତି ମିଳିବ I ଏହି ବିଭାଗ ମଧ୍ୟରେ ବିଦ୍ୟାଳୟ,ଗଣଶିକ୍ଷା ବିଭାଗ,ଅର୍ଥ ବିଭାଗ,ଗ୍ରାମ ଉନ୍ନୟନ,କ୍ରୀଡା,ଓ ଯୁବ ସେବା ବିଭାଗ,ରାଜସ୍ବ ଏବଂ ବିପର୍ଯୟ ପରିଚାଳନା ବିଭାଗ ଇତ୍ୟାଦି ରହିଛି I ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଯୋଗ ଦେଇ ନବନିଯୁକ୍ତ ଅଧିକାରୀଙ୍କୁ ଦିଗଦର୍ଶନ ଦେବେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୭୨୫ ଜଣ କନିଷ୍ଠ ସହାୟକ,ଅର୍ଥ ବିଭାଗରେ ୧୭୭ ଜଣ […]

Samaya Live Picture
Published On

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଶନିବାର (୯-୦୩-୨୦୨୪) ରେ ମୋଟ ୧୨୯୪ ଜଣ ଅଧିକାରୀଙ୍କୁ ନିଯୁକ୍ତି ମିଳିବ I ଏହି ବିଭାଗ ମଧ୍ୟରେ ବିଦ୍ୟାଳୟ,ଗଣଶିକ୍ଷା ବିଭାଗ,ଅର୍ଥ ବିଭାଗ,ଗ୍ରାମ ଉନ୍ନୟନ,କ୍ରୀଡା,ଓ ଯୁବ ସେବା ବିଭାଗ,ରାଜସ୍ବ ଏବଂ ବିପର୍ଯୟ ପରିଚାଳନା ବିଭାଗ ଇତ୍ୟାଦି ରହିଛି I ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଯୋଗ ଦେଇ ନବନିଯୁକ୍ତ ଅଧିକାରୀଙ୍କୁ ଦିଗଦର୍ଶନ ଦେବେ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୭୨୫ ଜଣ କନିଷ୍ଠ ସହାୟକ,ଅର୍ଥ ବିଭାଗରେ ୧୭୭ ଜଣ ସ୍ଥାନୀୟ ପାଣ୍ଠି ସମୀକ୍ଷକ,୯୬ ଜଣ ସହକାରୀ ବାଣିଜ୍ୟ କର ଏବଂ ଦ୍ରବ୍ୟ ଓ ସେବା କର ଅଧିକାରୀ, ୭ଜଣ ଉପଖଣ୍ଡ ଆର୍ଥିକ ସେବା ଓ ସଞ୍ଚୟ ଅଧିକାର ନିଯୁକ୍ତି ପାଇବେ । ଦରହିପରି ଅର୍ଥ ବିଭାଗରେ ମୋଟ୍ ୨୮୦ ଜଣ, ଗ୍ରାମ୍ୟ ଉନ୍ନୟନ ବିଭାଗରେ ୧୧୬ ଜଣ କନିଷ୍ଠ ସହାୟକ, ୫ଜଣ କନିଷ୍ଠ କିରାଣୀ ଏବଂ ୮ଜଣ କନିଷ୍ଠ ଷ୍ଟେନୋଗ୍ରାଫର ନିଯୁକ୍ତି ପାଇବେ। ଗ୍ରାମ୍ୟ ଉନ୍ନୟନ ବିଭାଗରେ ମୋଟ୍ ୧୨୯ ଜଣ ନୂତନ ଭାବେ ନିଯୁକ୍ତି ପାଇବେ।କ୍ରୀଡା ବିଭାଗରେ କ୍ରୀଡ଼ା କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ୧୬୦ ଜଣ କୃତି କ୍ରୀଡ଼ାବିତଙ୍କୁ ନିଯୁକ୍ତି ଦିଆଯିବ। ଇସ୍ପାତ ଓ ଖଣି ବିଭାଗ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଉଚ୍ଚ ଶିକ୍ଷା ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ଗୃହ ବିଭାଗର ବିଭିନ୍ନ ପଦବୀରେ ନିଯୁକ୍ତି ପାଇବେ।

Tags: