ଶ୍ରୀମନ୍ଦିର ଗର୍ଭଗୃହରେ ମୂଷା ଓ ଅସରପାଙ୍କ ଉତ୍ପାତ : ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀଅଙ୍ଗକୁ ବିପଦ
ପୁରୀ : ମହା ପ୍ରଭୁଙ୍କ ରତ୍ନସିଂହାସନ ନିକଟରେ ମୂଷା ଓ ଅସରପାଙ୍କ ରାଜୁତି I ଏପରିକି ମହାପ୍ରଭୁଙ୍କ ମସ୍ତକ ଉପରେ ଅସରପା ଉଡ଼ୁଥିବାର ଦେଖା ଦେଇଛି I ସେହିପରି ରତ୍ନ ସିଂହାସନ ଚାରିପଟେ ବଡ଼ ବଡ଼ ମୂଷା ବୁଲୁଛନ୍ତି । ମୂଷାମାନେ କନକମୁଣ୍ଡି ଚାନ୍ଦୁଆରେ ରହୁଛନ୍ତି । ମହାପ୍ରଭୁଙ୍କ ପହୁଡ଼ ପରେ ଅନ୍ଧାରର ସୁଯୋଗ ନେଇ ଠାକୁରଙ୍କ ଶ୍ରୀଅଙ୍ଗକୁ କ୍ଷତି ପହଂଚାଇବାକୁ ଉଦ୍ୟମ କରୁଥିବା ଜଣାପଡିଛି । ଏମିତିକି ଏବେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି କି […]
ପୁରୀ : ମହା ପ୍ରଭୁଙ୍କ ରତ୍ନସିଂହାସନ ନିକଟରେ ମୂଷା ଓ ଅସରପାଙ୍କ ରାଜୁତି I ଏପରିକି ମହାପ୍ରଭୁଙ୍କ ମସ୍ତକ ଉପରେ ଅସରପା ଉଡ଼ୁଥିବାର ଦେଖା ଦେଇଛି I ସେହିପରି ରତ୍ନ ସିଂହାସନ ଚାରିପଟେ ବଡ଼ ବଡ଼ ମୂଷା ବୁଲୁଛନ୍ତି । ମୂଷାମାନେ କନକମୁଣ୍ଡି ଚାନ୍ଦୁଆରେ ରହୁଛନ୍ତି । ମହାପ୍ରଭୁଙ୍କ ପହୁଡ଼ ପରେ ଅନ୍ଧାରର ସୁଯୋଗ ନେଇ ଠାକୁରଙ୍କ ଶ୍ରୀଅଙ୍ଗକୁ କ୍ଷତି ପହଂଚାଇବାକୁ ଉଦ୍ୟମ କରୁଥିବା ଜଣାପଡିଛି । ଏମିତିକି ଏବେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି କି ସେବାୟତ ଶ୍ରୀଅଙ୍ଗ ପାଖକୁ ଯିବା ବେଳେ ବେଳେ ସମ୍ଭବ ହେଉନି । ସେବା ପାଇଁ ଗଲା ବେଳେ ମୂଷା ଅନେକ ସମସ୍ୟା ସୃଷ୍ଟି କରୁଛନ୍ତି ।
ବାରମ୍ବାର ବନକଲାଗି ନୀତି ହେବା ପଛରେ ବି ମୂଷା। କାରଣ, ଶ୍ରୀଅଙ୍ଗକୁ ଖରାପ କରୁଛନ୍ତି ମୂଷା ଓ ଅସରପା। ମୂଷାମାନେ ଶ୍ରୀଅଙ୍ଗ ଓ ଖଣ୍ଡୁଆ ପାଟକୁ ନଷ୍ଟ କରୁଛନ୍ତି। ମହାବାହୁଙ୍କ ଶ୍ରୀଅଙ୍ଗରେ ଲାଗିଥିବା ନାଗନାଗୁଣୀ ଦଉଡିଙ୍କୁ ମଧ୍ୟ କାଟିଛନ୍ତି । ଗର୍ଭଗୃହରେ ମୂଷାଙ୍କ ଉତ୍ପାତ ଯୋଗୁ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ଏବେ ସଙ୍କଟରେ । ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ ମୂଷା ଗୁଡିକ ହାତେ ଲମ୍ବା । ଏବେସୁଦ୍ଧା ଏହି ମୂଷା ଗୁଡିକ ରତ୍ନସିଂହାସନରେ ଠାକୁରଙ୍କୁ ରୁଦ୍ଧା ଯାଇଥିବା ନାଗନାଗୁଣୀ ଦଉଡିର ଯଥେଷ୍ଟ ନଷ୍ଟ ହୋଇସାରିଛି ।




